special story Photograph: (sambad.in )
ତିବ୍ଦତୀୟ ମାଳଭୂମି ବିବର୍ତ୍ତନବାଦୀ ଜୀବବିଜ୍ଞାନର ଏକ ଜୀବନ୍ତ ପ୍ରୟୋଗଶାଳା ଭାବରେ କାର୍ଯ୍ୟ କରିଆସୁଥିବା ପ୍ରମାଣିତ ହୋଇଛି। ସେଠାରେ ଏକ ପ୍ରାଚୀନ ଜନଜାତି ପ୍ରତିକୂଳ ପରିସ୍ଥିତିରେ ଏବେ ବି ବିବର୍ତ୍ତିତ ହେଉଥିବା କଥା ବୈଜ୍ଞାନିକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଉଲ୍ଲେଖଯୋଗ୍ୟ, ୧୦,୦୦୦ ବର୍ଷରୁ ଅଧିକ ସମୟ ଧରି, ହିମାଳୟର ଛାଇରେ ରହୁଥିବା ସମ୍ପ୍ରଦାୟଗୁଡ଼ିକ ତିବ୍ଦତୀୟ ମାଳଭୂମିର ଶ୍ୱାସରୁଦ୍ଧ ଉଚ୍ଚତା ସହିତ ଖାପ ଖୁଆଇ ଆସିଛନ୍ତି। ଏପରି ପରିବେଶରେ ଅଧିକାଂଶ ମଣିଷ ଉଚ୍ଚତାଜନିତ ଅସୁସ୍ଥତା ଭୋଗୁଥିବା ବେଳେ, ତିବ୍ବତୀୟ ପୁରୁଷ ଓ ମହିଳାମାନେ ସାଧାରଣ ଜୀବନଯାପନ କରିପାରୁଛନ୍ତି।
ସମୁଦ୍ର ପତ୍ତନର ୩,୫୦୦ ମିଟର ଉପରେ ବାସ କରୁଥିବା ୪୧୭ ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ଏବଂ ପ୍ରଜନନ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ମଧ୍ୟବର୍ତ୍ତୀ ହିମୋଗ୍ଲୋବିନ ସ୍ତର ଥିବା ମହିଳାମାନଙ୍କର ସର୍ବାଧିକ ସଂଖ୍ୟକ ଜୀବିତ ଶିଶୁ ଜନ୍ମ ହୋଇଥିଲା। ଅଧ୍ୟୟନର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟଟି ହେଉଛି, ଶରୀରରେ ରକ୍ତ ଏବଂ ଅମ୍ଳଜାନର ପ୍ରବାହଧାରା। ସର୍ବାଧିକ ପ୍ରଜନନ ସଫଳତା ପାଇଥିବା ମହିଳାମାନେ କେବଳ ଅନୁକୂଳ ଜିନ୍ ଆହରଣ କରିନଥିଲେ, ବରଂ ସେମାନେ ଅସାଧାରଣ ଦକ୍ଷତା ସହିତ ଟିସୁରେ ଅମ୍ଳଜାନ ବିତରଣକୁ ଉନ୍ନତ କରିଥିଲେ। ଫୁସ୍ଫୁସ୍ ରକ୍ତ ପ୍ରବାହର ଉଚ୍ଚ ହାର ଏବଂ ହୃତ୍ପିଣ୍ଡରେ ପ୍ରଶସ୍ତ ବାମ ନିଳୟ, ପରିବେଶର ଅମ୍ଳଜାନ କମ୍ ଥିଲେ ମଧ୍ୟ ରକ୍ତ ସଞ୍ଚାଳନ କ୍ଷମତାକୁ ବୃଦ୍ଧି କରିବାରେ ସହାୟକ ହୋଇପାରିଛି।
Follow Us