Human Nature is Encoded In a Handshake: ହ୍ୟାଣ୍ଡ୍‌ସେକ୍‌ ବା କରମର୍ଦ୍ଦନରେ ସଂଗୁପ୍ତ ଅଛି ମଣିଷ ସ୍ବଭାବର କିଛି ଗୂଢ଼ ରହସ୍ୟ

ବିଶ୍ବବ୍ୟାପୀ ବିଭିନ୍ନ ଜନସଂସ୍କୃତିରେ କରମର୍ଦ୍ଦନ ହେଉଛି ଶାନ୍ତି ଓ ସଦିଚ୍ଛାର ବାର୍ତ୍ତାବହ। ଆମକୁ ଏକତ୍ର କରି ରଖିବା ଲାଗି କରମର୍ଦ୍ଦନ ସାଧାରଣ ଆବେଗ ପରିପ୍ରକାଶର ସରଳ ମାଧ୍ୟମ ମଧ୍ୟ।

Untitled-19 (1)

Photograph: (google)

ବିଶ୍ବବ୍ୟାପୀ ବିଭିନ୍ନ ଜନସଂସ୍କୃତିରେ କରମର୍ଦ୍ଦନ ହେଉଛି ଶାନ୍ତି ଓ ସଦିଚ୍ଛାର ବାର୍ତ୍ତାବହ। ଆମକୁ ଏକତ୍ର କରି ରଖିବା ଲାଗି କରମର୍ଦ୍ଦନ ସାଧାରଣ ଆବେଗ ପରିପ୍ରକାଶର ସରଳ ମାଧ୍ୟମ ମଧ୍ୟ।
କେବଳ ସେତିକି ନୁହେଁ, ହ୍ୟାଣ୍ଡ୍‌ସେକ୍‌ ବା କରମର୍ଦ୍ଦନରେ ସଂଗୁପ୍ତ ଅଛି ମଣିଷ ସ୍ବଭାବର କିଛି ଗୂଢ଼ ରହସ୍ୟ। ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତି ସହିତ କରମର୍ଦ୍ଦନ କରୁଥିବା ଶୈଳୀରୁ ତା’ର ବ୍ୟକ୍ତିତ୍ବ ଓ ମନୋଭାବ ବିଷୟରେ କିଞ୍ଚିତ୍‌ ଆଭାସ ମିଳିଥାଏ। କରମର୍ଦ୍ଦନ ହିଁ ନିର୍ଦ୍ଧାରଣ କରେ ଜଣଙ୍କ ପ୍ରତି ଜଣେ ଅପରିଚିତ ବ୍ୟକ୍ତିଙ୍କର ମନୋଭାବ କ’ଣ?  
ଗବେଷକମାନେ କହନ୍ତି, କରମର୍ଦ୍ଦନର ନିବିଡ଼ତା ବା ଦୃଢ଼ତା ଦ୍ବାରା ହିଁ ଜଣେ ବ୍ୟକ୍ତି ଆରଜଣକୁ କିଭଳି ପ୍ରଭାବିତ କରେ ତା’ର ଆଭାସ ମିଳିଥାଏ। ସେମାନେ କରିଥିବା ଅଧ୍ୟୟନରୁ ଜଣାପଡ଼ିଛି, ନିବିଡ଼ କରମର୍ଦ୍ଦନର ବୈଶିଷ୍ଟ୍ୟ ହେଉଛି ସାମର୍ଥ୍ୟ, ଶୌର୍ଯ୍ୟ, ଦୃଢ଼ତା ଓ ଚକ୍ଷୁମିଳନର ପରିଚାୟକ। ତେଣୁ, ଏହା ଅନ୍ୟ ପ୍ରତି ସକାରାତ୍ମକ ମନୋଭାବ ଉଦ୍ରେକ କରାଏ।
ସମ୍ପ୍ରତି ଆମେରିକାର ଏଲ୍‌ବାମା ବିଶ୍ବବିଦ୍ୟାଳୟରେ ୧୧୨ଜଣ କଲେଜ ଛାତ୍ରଛାତ୍ରୀଙ୍କ କରମର୍ଦ୍ଦନ ଶୈଳୀ ଉପରେ ଗବେଷକମାନେ ଅଧ୍ୟୟନ କରିଥିଲେ। ସେମାନଙ୍କ ଅଜ୍ଞାତରେ ଛାତ୍ରଛାତ୍ରୀଙ୍କ କରମର୍ଦ୍ଦନ ଶୈଳୀ ସବୁକୁ ୪ଟି ‘ହ୍ୟାଣ୍ଡ୍‌ସେକ୍‌ କୋଡର୍‌’ଦ୍ବାରା ମୂଲ୍ୟାୟନ କରାଯାଇଥିଲା। ଫଳାଫଳରୁ ଜଣାପଡ଼ିଲା ଯେ ସମୟାନ୍ତରରେ ମଧ୍ୟ ସମସ୍ତଙ୍କ କରମର୍ଦ୍ଦନ ଶୈଳୀ ଅପରିବର୍ତ୍ତିତ ରହୁଛି। ତେଣୁ, ଏଥିରେ ସେମାନଙ୍କ ବ୍ୟକ୍ତିତ୍ବ ସଂଶ୍ଳିଷ୍ଟ ରହିଛି। ସେଥିପାଇଁ କରମର୍ଦ୍ଦନରୁ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିତ୍ବର କିଞ୍ଚିତ୍‌ ଅାଭାସ ମିଳିଥାଏ। ନିବିଡ଼ ବା ଦୃଢ଼ କରମର୍ଦ୍ଦନ କରୁଥିବା ବ୍ୟକ୍ତି ବର୍ହିମୁଖୀ ବା ଅବାଧରେ ନିଜ ମନର ଭାବନା ବ୍ୟକ୍ତ କରିଥାଆନ୍ତି। କିନ୍ତୁ, ସ୍ବଳ୍ପ ନିବିଡ଼ ବା ଶିଥିଳ କରମର୍ଦ୍ଦନରୁ ଜଣାପଡ଼େ ଯେ, ବ୍ୟକ୍ତିଜଣକ ଅର୍ନ୍ତମୁଖୀ ଓ ଲଜ୍ଜାଶୀଳ। 

ଆହୁରି ପଢ଼ନ୍ତୁ: ଦେଶ ସହ ବିଶ୍ୱାସଘାତକତା କରିବି ନାହିଁ: ୟୁକ୍ରେନ ଶାନ୍ତି ଯୋଜନାର ୫ ଦିନିଆ ଅଲଟିମେଟମର ଜବାବ ଦେଲେ ଜେଲେନସ୍କି

ଜଣଙ୍କ ମନୋଭାବ ଯାହା ହେଉ ନା କାହିଁକି, ଦୈନନ୍ଦିନ ଜୀବନରେ ବ୍ୟବହାର ବହୁଳତା ଯୋଗୁଁ ନିଜସ୍ବ ଦିବସ ପାଇଁ କରମର୍ଦ୍ଦନ ନିଶ୍ଚୟ ଯୋଗ୍ୟତା ଦାବି କରେ। କରମର୍ଦ୍ଦନ ସଦିଚ୍ଛା ପରିପ୍ରକାଶର ମାଧ୍ୟମ ହୋଇଥିବାରୁ ତା’ର ମହତ୍ତ୍ବ ଦର୍ଶାଇବାକୁ ୨୦୦୫ରେ ମିର୍‌ୟାମ୍‌ ରଡି ନାମ‌େର ଜଣେ ଆମେରିକୀୟ ମହିଳା ଜାତୀୟ କରମର୍ଦ୍ଦନ ଦିବସ ଆରମ୍ଭ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe