Human Sagar Passes Away: ହୃଦୟରେ ରହିଗଲେ ହ୍ୟୁମାନ: ଆଲବମ୍ ହେଉ କି ସିନେମା… ସବୁଥିରେ ହିଟ୍ ହ୍ୟୁମାନ ସାଗର

ହ୍ୟୁମାନ ସାଗର ! ଓଡିଆ ସଂଗୀତ ଜଗତର ଖାଲି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ନଥିଲେ ବରଂ ସିଏ ଥିଲେ ଜଣେ ଅନ୍ୟତମ ତାରକା । ଘରେ ଘରେ ପରିଚିତ ସ୍ବର ଏବଂ ଶ୍ରୋତାଙ୍କ ଇମୋସନ । ଖୁବ ଅଳ୍ପ ବୟସରେ ଅନେକ ସଫଳତା ହାସଲ...

rip

rip Photograph: (sambad.in)

ଭୁବନେଶ୍ବର: ହ୍ୟୁମାନ ସାଗର ! ଓଡିଆ ସଂଗୀତ ଜଗତର ଖାଲି ଜଣେ ଲୋକପ୍ରିୟ କଣ୍ଠଶିଳ୍ପୀ ନଥିଲେ ବରଂ ସିଏ ଥିଲେ ଜଣେ ଅନ୍ୟତମ ତାରକା । ଘରେ ଘରେ ପରିଚିତ ସ୍ବର ଏବଂ ଶ୍ରୋତାଙ୍କ ଇମୋସନ । ଖୁବ ଅଳ୍ପ ବୟସରେ ଅନେକ ସଫଳତା ହାସଲ କରିଥିବା ହ୍ୟୁମାନ ସାଗର ଅବେଳରେ ଚାଲିଯିବା ପରେ ନିରବି ଯାଇଛି ଏକ ସକ୍ରିୟ ସ୍ବର । ହ୍ୟୁମାନଙ୍କ ପରଲୋକରେ ଭାଙ୍ଗି ପଡିଛନ୍ତି ଫ୍ୟାନ୍, ଶୋକରେ ବୁଡିଛି ସଙ୍ଗୀତ ଜଗତ । ଭୁବନେଶ୍ବର ଏମ୍ସକୁ ଛୁଟିଛି ପ୍ରଶଂସକ, ତାଙ୍କୁ ଭଲ ପାଉଥିବା ମଣିଷଙ୍କ ସୁଅ । ସମସ୍ତେ ମର୍ମାହତ, ଏମିତି ବୟସରେ କିଏ କଣ ଯାଏ କହି କାନ୍ଦି ପକାଉଛନ୍ତି ଅନେକ କଣ୍ଠଶିଳ୍ପୀ ।

ଆପଣ ଯେଉଁ ଗୀତ ବି ଶୁଣନ୍ତୁ ତାହା ହ୍ୟୁମାନ ସାଗରଙ୍କ ଗୀତ ହୋଇଥିବ । ବାହାଘର ବରଯାତ୍ରୀ ଠାରୁ ପୂଜା ଭସାଣି ଯାଏଁ, ମେଲୋଡି ଠାରୁ ପିକନିକ ପାର୍ଟି ଯାଏଁ ସବୁଠି ତାଙ୍କ ଗୀତ ବାଜୁଥିବ, ଶୁଭୁଥିବ । ହ୍ୟୁମାନଙ୍କ ଗୀତ ବିନା ସବୁ ଯେମିତି ଫିକାଫିକା, ଏକଦମ ଅଧୁରା… 
ଆଲବମ୍ କୁହନ୍ତୁ କି ସିନେମା- ସବୁଥିରେ ହିଟ୍ ଥିଲେ ହ୍ୟୁମାନ ସାଗର । ଅନେକ ହିଟ୍ ଗୀତର ହିରୋ ସିଏ । ସଙ୍ଗୀତ ପରିବାରରୁ ଆସିଥିବା ହ୍ୟୁମାନ ସାଗରଙ୍କ ବାପାମାଆ ଗୀତ ଗାଉଥିଲେ, ତାଙ୍କ ଜେଜେବାପା ଜଣେ କମ୍ପୋଜର ଥିଲେ । 

ସିନେମାରେ ହ୍ୟୁମାନଙ୍କ ସ୍ବର

ଇସ୍କ ତୁ ହି ତୁ, ଅଗସ୍ତ୍ୟା, ବେବି, ଅଭୟ, ହାପି ଲକି, ଲଭ ଏକ୍ସପ୍ରେସ, ତୋ ପ୍ରେମରେ ପଡିଲା ପରେ, ଶ୍ରୀମାନ ସୁରଦାସ, ସୁନ୍ଦରଗଡ଼ର ସଲମନଖାନ, ଟୋକାଟା ଫସିଗଲା, ଚାରିଧାମ… ଯାଏଁ ଅନେକ ସିନେମାରେ ସିଏ ଗୀତ ଗାଇଛନ୍ତି । 

ଆହୁରି ପଢନ୍ତୁ- Human Sagar Passes Away: ଜୀବନ ଯୁଦ୍ଧରେ ହାରିଗଲେ ହ୍ୟୁମାନ… ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା…

ସମଥିଙ୍ଗ ସମଥିଙ୍ଗରେ ଡେବୁ ସଙ୍ଗ

୨୦୧୪ରେ ସମଥିଙ୍ଗ ସମଥିଙ୍ଗ-2 ର ପ୍ରେମ ହେଇଯାଏରେ ତାଙ୍କର ପ୍ରଥମ ଗୀତ । ତାପରେ ସେ ଆଉ ପଛକୁ ଫେରି ନାହାନ୍ତି । ଅନେକ ହିଟ୍ ଗୀତ ଆଜି ବି ଶ୍ରୋତାଙ୍କ କାନରେ ଶୁଭେ । ପ୍ରେମ, ବିରହ, ଡ୍ୟାନ୍ସ , ଭଜନ ସବୁ ପ୍ରକାର ଗୀତରେ ସେ ସିଦ୍ଧହସ୍ତ ।

ହ୍ୟୁମାନଙ୍କ ଅଭୁଲା ଗୀତ

-କେମିତି ଭୁଲିବି ସେ ଅଭୁଲା ଦିନ 
-କୁଆଡେ ଗଲୁ ପାଗେଳୀ 
-କାଇଁ କାନ୍ଦୁଛୁ କହ
-ତୁ ମେଘ ହେଇଯା 
-ଗଜରା ଗଭା ବାଲି 
-ମରିଯିବି ଧନ ତୋ ବିନା 
-ମନେ ତୁ ପଡୁଛୁ ଆଲୋ ପାଗେଳୀ 
-ଝରିଯାଏ ଲୁହ 
-ଏଡ଼େ ବେଇମାନି ତୁ 
-ମା ତୋ ବିନା 
-ସେଦିନୁ ମୁଁ ହୁନୁ ହୁନୁ
-ହଜାରେ ଥର 
-ବୁଝିଯାରେ ହୃଦୟ ତୁ 
-କିଛି ଲୁହ ଝରି ଥିଲା ଖୁସିରେ 
-ହେଲା କି ପ୍ରେମ 
-ଏଡ଼େ ବେଇମାନି ତୁ 
-ମା... 
-ଧିମା ଧିମା ଆଖି, ମିଠା ମିଠା ସ୍ବପ୍ନ 
-ସୁନ ଜରା 
-ଇସ୍କ ତୁ ହି ତୁ 
-ମୁସ୍କିଲ ହେ ଜୀନା 
-ମଲକା ମଲକା 
-ହାଏ ତୋ ପ୍ରେମର ରଙ୍ଗୋଲି 
-ଗଜଲ ଗଜଲ 
-ସବୁ ନଜର ଲାଗେ ପ୍ରେମ ନଜର 
-ନାରେ ନାରେ 
-ଫାଷ୍ଟ ଟାଇମ ଗୋଟେ ଝିଅ ତୁ 
-ଛାତି ଟା ରଗଡି ଦେଲାରେ 
-ବେବି ଓ ବେବି 
-ବାପା...

ଆହୁରି ପଢନ୍ତୁ-

Human Sagar Passes Away: ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe