Humane Sagar Political Song: ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍‌’ ଠାରୁ ‘ପିପୁଲ୍ସ ସିଏମ୍ ମୋହନ’ ଯାଏଁ… ଦୁଇ ମୁଖ୍ୟମନ୍ତ୍ରୀଙ୍କ ଗୀତ ଗାଇଥିଲେ ହ୍ୟୁମାନ୍

ଖାଲି ପର୍ବପର୍ବାଣି ନୁହେଁ ରାଜନୀତିରେ ବି ବେଶ୍ ଚାଲେ ହ୍ୟୁମାନଙ୍କ ଗୀତ । ବିଗତ ଦିନରେ ନବୀନଙ୍କ ପାଇଁ ଗାଇଥିବା ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍…’ ଠାରୁ ଆରମ୍ଭ କରି ‘ସିଏମ ମୋହନ ଓଡିଆଙ୍କ ଦିଲ୍ ଧଡକନ’ ଯାଏଁ...

Naveen-mohan-humane

Naveen-mohan-humane Photograph: (sambad.in)

ଭୁବନେଶ୍ବର: ଖାଲି ବାହାଘର ବରଯାତ୍ରୀ ଗୀତ ନୁହେଁ କି ପୂଜାପର୍ବାଣି କି ଭସାଣି ଗୀତ… ମେଲୋଡି ହେଉ ପିକନିକ ପାର୍ଟି ସବୁଠି ଶୁଭେ ହ୍ୟୁମାନଙ୍କ ସ୍ବର ଓ ସଂଗୀତ । ସାରା ଓଡିଶାରେ ଆପଣ ଯେଉଁଠି ବି ଥିବେ ସେ ବାଜୁଥିବ, ସେଠି ଶୁଭୁଥିବ ତାଙ୍କ ଗୀତ । ବାହାଘର ହେଉ କି ବ୍ରତଘର, ହ୍ୟୁମାନଙ୍କ ଗୀତ ବିନା ସବୁ ଯେମିତି ଫିକାଫିକା । ଖାଲି ପର୍ବପର୍ବାଣି ନୁହେଁ ରାଜନୀତିରେ ବି ବେଶ୍ ଚାଲେ ହ୍ୟୁମାନଙ୍କ ଗୀତ । ବିଗତ ଦିନରେ ନବୀନଙ୍କ ପାଇଁ ଗାଇଥିବା ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍…’ ଠାରୁ ଆରମ୍ଭ କରି ‘ସିଏମ ମୋହନ ଓଡିଆଙ୍କ ଦିଲ୍ ଧଡକନ’ ଯାଏଁ ୨ ମୁଖ୍ୟମନ୍ତ୍ରୀଙ୍କ ଗୀତ ଗାଇ ରାଜନୈତିକ କର୍ମୀ ଏବଂ ଓଡିଶାବାସୀଙ୍କ ହୃଦୟ ଜିଣିଛନ୍ତି ହ୍ୟୁମାନ ।

ହେ ନବୀନ ବାବୁ ଆମେ ତମ ଫ୍ୟାନ୍…

୨୦୧୯ ମସିହା ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାରେ ଗୁଞ୍ଜରିତ ହୋଇଥିଲା ‘ହେ ନବୀନ ବ‌ାବୁ ଆମେ ତମ ଫ୍ୟାନ୍‌’ ଗୀତ। ହ୍ୟୁମାନଙ୍କ ସଙ୍ଗୀତର ଏହି ଧୁନ୍‌ ଭୋଟର୍‌ଙ୍କୁ ବାଇୟା କରିଥିଲେ। ରାତାରାତି ନବୀନଙ୍କ ପ୍ରତି ଭୋଟରଙ୍କ ଆକର୍ଷଣ ବି ବଢ଼ିଥିଲା। ସଙ୍ଗୀତ ନିର୍ଦ୍ଦେଶକ ବିରଜା ପ୍ରସାଦଙ୍କ ସଂଯୋଜନାରେ ଏବଂ ଗୀତିକାର ପ୍ରମୋଦ ପରିଡ଼ାଙ୍କ ଲେଖନୀରୁ ନିସୃତ ଏହି ଗୀତକୁ ହ୍ୟୁମାନ ଏକ ପ୍ରକାର ଜୀବନ୍ୟାସ ଦେଇଥିଲେ।

ବିଜେଡି ପାଇଁ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଗାଇଥିବା ଚର୍ଚ୍ଚିତ ଗୀତ ‘ହେ ନବୀନ ବାବୁ ଆମେ ତମ ଫ୍ୟାନ୍…’ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ଯେଉଁଠି ବି ରାଜନୈତିକ ରାଲି ହୁଏ କିମ୍ବା ନବୀନଙ୍କ ରୋଡ୍ ସୋ, ଶୋଭାଯାତ୍ରା ହୁଏ ସେଠି ଏହି ଗୀତ ବାଜେ । ବିଜେଡିର କର୍ମୀ ବି ଏହି ଗୀତରେ ପ୍ରଚାର କରନ୍ତି, ରିଲ୍ସ କରନ୍ତି । ହ୍ୟୁମାନଙ୍କ ସ୍ବରରେ ଏହି ଗୀତ ଡ୍ୟାନ୍ସ ପ୍ୟାଟର୍ଣ୍ଣ ହୋଇଥିବା ବେଳେ ଯେବେଯେବେ ସେ ଗୀତ ବାଜେ ଏବଂ ଯିଏ ସେ ଗୀତ ଶୁଣେ ତା ପାଦ ଆପେଆପେ ନାଚେ । ହେଲେ ସେହି ଚହଳ ସୃଷ୍ଟିକାରୀ ଗୀତ ଗାଇଥିବା ହ୍ୟୁମାନ ଆଜି ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ।

ଆହୁରି ପଢନ୍ତୁ- Humane Sagar, Microphones: ସ୍ବର ସାଗରଙ୍କୁ ହରାଇ ହାରି ଯାଇଛି ହାରମୋନିୟମ… ମୁଣ୍ଡ ପିଟି କାନ୍ଦୁଛି ମାଇକ୍ରୋଫୋନ୍, ଷ୍ଟୁଡିଓରେ ଶୂନ୍ୟତା ହିଁ ଶୂନ୍ୟତା…

ମୋହନଙ୍କ ପାଇଁ ବି ଗାଇଛନ୍ତି ଗୀତ

ଖାଲି କ’ଣ ନବୀନଙ୍କ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପାଇଁ ବି ହ୍ୟୁମାନ ଗୀତ ଗାଇଥିଲେ। ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦ୍ଦେଶନାରେ ଗୀତିକାର ସୁବ୍ରତ ସ୍ବାଇଁଙ୍କ ଦ୍ବାରା ଲିଖିତ ଗୀତ ‘ପିପୁଲ୍‌ ସିଏମ୍‌ ମୋହନ’ ବି ସେ ଗାଇଥିଲେ। ୪ ମେ’ ୨୦୨୫ରେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦୁଝରରେ ଏହି ଗୀତକୁ ଲୋକାର୍ପିତ କରିଥିଲେ। ଉଭୟ ଗୀତ ବେଶ୍‌ ଲୋକପ୍ରିୟ ଓ ହିଟ୍‌ ହୋଇଥିଲା।

ଆଉ ଗତକାଲି ଯେତେବେଳେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସମସ୍ତଙ୍କୁ ଶୋକ ସାଗରରେ ଭସାଇ ଦେଇ ଛାଡି ଚାଲିଗଲେ ସେତେବେଳେ ଉଭୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଥିଲେ ।

ଆହୁରି ପଢନ୍ତୁ- Akshyaya Mohanty Human Sagar Death: ଅକ୍ଷୟ ମହାନ୍ତିଙ୍କ ବିୟୋଗ ତାରିଖରେ ବାହୁଡ଼ିଲେ ହ୍ୟୁମାନ୍ ସାଗର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe