ଶହେ ବର୍ଷର ପୁରୁଣା ପୀଠ ମା’ ମାହେଶ୍ବରୀ

କାଠଯୋଡ଼ି କୂଳ ସନ୍‌ସାଇନ୍ ପଡ଼ିଆସ୍ଥିତ ମା’ ମାହେଶ୍ବରୀଙ୍କ ପୀଠ ଶହେ ବର୍ଷରୁ ଅଧିକ ପୁରୁଣା। ଅବଧୂତ ବାବା ଗଣେଶ ପୁରୀ ମହାରାଜ ମା’ ମାହେଶ୍ବରୀଙ୍କୁ ପୀଠରେ ପ୍ରତି‌ଷ୍ଠା କରିଥିଲେ।

fhkhfkhffhfhk

କଟକ: କାଠଯୋଡ଼ି କୂଳ ସନ୍‌ସାଇନ୍ ପଡ଼ିଆସ୍ଥିତ ମା’ ମାହେଶ୍ବରୀଙ୍କ ପୀଠ ଶହେ ବର୍ଷରୁ ଅଧିକ ପୁରୁଣା। ଅବଧୂତ ବାବା ଗଣେଶ ପୁରୀ ମହାରାଜ ମା’ ମାହେଶ୍ବରୀଙ୍କୁ ପୀଠରେ ପ୍ରତି‌ଷ୍ଠା କରିଥିଲେ। ବାବା ଗଣେଶ ପୁରୀ, ମା’ଙ୍କ ‌ଦୈନିକ ନୀତି ସହ ପୀଠରେ ଦୁର୍ଗାଷ୍ଟମୀକୁ ସ୍ବତନ୍ତ୍ର ଭାବେ ପାଳନ କରୁଥିଲେ। ୧୯୮୦ ମସିହାରେ ଗଣେଶ ପୁରୀ ଶରୀର ତ୍ୟାଗ କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ମା’ଙ୍କ ନୀତି ଚାଲିଲା। ୧୯୯୭ ମସିହାରୁ ମା’ ମାହେଶ୍ବରୀଙ୍କ ପୀଠରେ ଶରତକାଳୀନ ଷୋଡ଼ଶ ଉପଚାର ପୂଜା ଓ ବେଶ ଆରମ୍ଭ ହେଲା। ରାଧାଷ୍ଟମୀରୁ ଶୟନରେ ରହିଥିବା ମା’ଙ୍କୁ ମୂଳାଷ୍ଟମୀରେ ସହସ୍ର କୁମ୍ଭାଭି‌ଷେକ କରାଯାଇ ଜାଗ୍ରତ କରାଯାଏ। ମୂଳାଷ୍ଟମୀ ଦିନ କାଠଯୋଡ଼ି ନଦୀରୁ ଜଳଯାତ୍ରା ଆସି ମନ୍ଦିରରେ କଳସ ସ୍ଥାପନ ହୋଇ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୁଏ। ମୂଳାଷ୍ଟମୀ ଦିନ ମା’ଙ୍କ ନିଜସ୍ବ ମାହେଶ୍ବରୀ ବେଶ (ଅନ୍ନପୂର୍ଣ୍ଣା ବେଶ)ରୁ ନୀତି ଆରମ୍ଭ ହୋଇ ବିଜୟା ଦଶମୀରେ ମହିଷାମର୍ଦ୍ଦିନୀ ବେଶରେ ବେଶ ନୀତି ସଂପୂର୍ଣ୍ଣ ହୁଏ। ବିଜୟା ଦଶମୀରେ ଅପରାଜିତା ପୂଜା ପରେ ମା’ଙ୍କ ଘଟ ବିସର୍ଜନ କରାଯାଏ। 

ମା’ ମାହେଶ୍ବରଙ୍କ ସହ ପୀଠରେ ସର୍ବେଶ୍ବର ମହାଦେବ, ହନୁମାନ ପୂଜା ପାଆନ୍ତି। ପୀଠ ପ୍ରତିଷ୍ଠାତା ଗଣେଶ ପୁରୀଙ୍କ ସମାଧି ଏଠାରେ ରହିଛି। ଏଥିପାଇଁ ଷୋଡ଼ଶ ଦିନାତ୍ମକ ପୂଜା ବ୍ୟତୀତ ପୀଠରେ ବାସନ୍ତିକ ଦୁର୍ଗାପୂଜା, ମହାଶିବରାତ୍ରି, ମହାବୀର ଜୟନ୍ତୀ, ଚୈତ୍ରମାସ ଚତୁର୍ଥୀରେ ଗଣେଶ ପୁରୀଙ୍କ ସମାଧି ଦିବସ ପାଳନ କରାଯାଏ। ଅଶୋକା ଅଷ୍ଟମୀ ତିଥିରେ ମା’ମାହେଶ୍ବରୀଙ୍କ ରୁକୁଣା ରଥଯାତ୍ରା ପୀଠର ଅନ୍ୟତମ ପ୍ରମୁଖ ଉତ୍ସବ। ଶକ୍ତିପୀଠରେ ରଥଯାତ୍ରା ଆୟୋଜନ ଆଉ କେଉଁଠି ଦେଖାଯାଏ ନାହିଁ। ପରମ୍ପରା ଅନୁସାରେ, ରୁକୁଣା ରଥରେ ବସି ମା’ ମାହେଶ୍ବରୀ, ଟାଉନ୍‌ହଲ୍‌ ରୋଡ୍ ମା’ ଗୋଷାମଣି (ମାଉସୀଘର)କୁ ୪ଦିନ ପାଇଁ ଯାଆନ୍ତି। ଅଶୋକା ଅଷ୍ଟମୀ ଦିନ ରଥ ଉପରେ ରାହାସବିହାରୀ ମଠ ମହନ୍ତ, ବଙ୍ଗାଳିସାହ‌ି ମଠ ମହନ୍ତ ଓ ଗୋପାଳଜିଉ ମଠ ମହନ୍ତ ଆଳତି, ପୂଜାର୍ଚ୍ଚନା କରିବା ପରମ୍ପରା ୧୨୦ରୁ ଅଧିକ ବର୍ଷ ଧରି ଚାଲିଛି। ମା’ ମାହେଶ୍ବରୀଙ୍କ ନିଜସ୍ବ କିଛି ସମ୍ପତ୍ତି ନଥିଲେ ମଧ୍ୟ ତାଙ୍କର ଅପାର ମହିମା ପାଇଁ କେ‌ବେ ନୀତିକାନ୍ତି ବା ପର୍ବପର୍ବାଣୀ ପାଇଁ ଅର୍ଥର ଅଭାବ ପଡ଼ିନାହିଁ। ଏବେ ପଣ୍ଡିତ ବ୍ରଜସୁନ୍ଦର ମିଶ୍ର, ମ‌ନୋଜ କୁମାର ମିଶ୍ର ଓ ପ୍ରସନ୍ନ ଆଚାର୍ଯ୍ୟ ମା’ଙ୍କ ପୂଜାପାର୍ବଣ, ନୀତି କରୁଛନ୍ତି। ପଣ୍ଡିତ ବ୍ରଜସୁନ୍ଦର ମିଶ୍ରଙ୍କ କହିବା ଅନୁସାରେ, ଝଙ୍କଡ଼ ମା’ ଶାରଳା, କାକଟପୁର ମା’ ମଙ୍ଗଳାଙ୍କ ଭଳି ମା’ ମାହେଶ୍ବରୀ ପରମ ବୈଷ୍ଣବୀ। ତାଙ୍କ ପୀଠରେ ଉଭୟ ବେଲ ଓ ତୁଳସୀପତ୍ର ଲାଗି ହୁଏ। ତେଣୁ ପୀଠରେ କେବେ ଆମିଷ ଭୋଗ କରାଯାଏ ନାହିଁ ବୋଲି କହିଛନ୍ତି ଶ୍ରୀ ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe