ଦୁର୍ବୃତ୍ତମାନେ ପତିଙ୍କୁ ପିଟୁଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ଲାଠି ନେଇ ପହଞ୍ଚି ଗଲେ ମହିଳା, ଦେଖନ୍ତୁ ଭିଡିଓ

ଦୁର୍ବୃତ୍ତମାନେ ପତିଙ୍କୁ ପିଟୁଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ  ଲାଠି ନେଇ ପହଞ୍ଚି ଗଲେ ମହିଳା, ଦେଖନ୍ତୁ ଭିଡିଓ

ଚଣ୍ଡିଗଡ଼: ହରିଆଣାରେ ଜଣେ ବ୍ୟକ୍ତିଙ୍କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବରେ ପିଟୁଥିବା ଦେଖି ତାଙ୍କୁ ବଞ୍ଚାଇବା ପାଇଁ ପତ୍ନୀ ଲାଠି ନେଇ ପହଞ୍ଚି ଯାଇଥିଲେ। କେବଳ ସେତିକି ନୁହେଁ, ପାରୁ ପର୍ଯ୍ୟନ୍ତ ପତିଙ୍କୁ ସେମାନଙ୍କ କବଳରୁ ବଞ୍ଚାଇବା ଉଦ୍ୟମ କରିଥିଲେ। ଏହି ଘଟଣାକୁ ଜାତୀୟ ଗଣମାଧ୍ୟମ ଭିଡିଓ ମାଧ୍ୟମରେ ଟୁଇଟ୍‌ କରିଛି। ପ୍ରାୟ ୧୮ ସେକେଣ୍ଡର ଭିଡିଓରେ କିଛି ଦୁର୍ବୃତ୍ତ ମହିଳାଙ୍କୁ ପିଟୁଥିବାର ଦୃଶ୍ୟ ଉତ୍ତୋଳନ ହୋଇଛି।

ଘଟଣା ଯମୁନାନଗର ଅଞ୍ଚଳରେ ଘଟିଛି। ପତି ମାଡ଼ ଖାଉଥିବା ବେଳେ ଏଥରୁ ବଞ୍ଚାଇବାକୁ ମହିଳା ଜଣକ ପ୍ରବଳ ଉଦ୍ୟମ କରିଛନ୍ତି। ମହିଳାଙ୍କ ଉଦ୍ୟମ କାମ ଦେଇଛି।  ଦୁର୍ବୃତ୍ତମାନେ ମାଡ଼ ମାରୁଥିବା ବେଳେ ସାହସିକତାର ସହିତ ମହିଳା ଜଣକ ଲାଠି ନେଇ ପହଞ୍ଚି ସେମାନଙ୍କ ସହ ଲଢ଼ିଛନ୍ତି । କିନ୍ତୁ ତା’ ପୂର୍ବରୁ ମହିଳାଙ୍କ ପତି ଭୂମିରେ ଟଳି ପଡ଼ିଥିଲେ। ଘଟଣା ପଛରେ କାରଣ କ’ଣ ଅଛି ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ହେବା ପରେ କିଛି ଲୋକ ପ୍ରଶ୍ନ କରିଛନ୍ତି, ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ଭିଡିଓ ସୁଟିଂ କିଏ କରୁଥିଲା।

ଭିଡିଓରେ ମହିଳା ଜଣକ ଯେଭଳି ଚିତ୍କାର କରୁଥିଲେ, ନିଶ୍ଚିତ ଭାବରେ ତାଙ୍କର ପତିଙ୍କୁ ନିସ୍ତୁକ ମାଡ଼ ହୋଇଥିବ। ଘଟଣାକୁ ନେଇ ପୁଲିସ କ’ଣ କରୁଛି ବୋଲି ଲୋକେ ପ୍ରଶ୍ନ କରିଛନ୍ତି। କିଛି ଲୋକ ହରିଆଣା ସରକାରଙ୍କ ଉପରେ ମଧ୍ୟ ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe