ଚାକିରି ଛାଡ଼ି ଗାଁରେ ଚାଷ କରିବା ସହ ୪୦୦ ଚାଷୀଙ୍କୁ ସ୍ବାବଲମ୍ବୀ କରାଇଲେ ଇଞ୍ଜିନିୟର ଲକ୍ଷ୍ମୀ ନରସିଂହ

Advertisment
ଚାକିରି ଛାଡ଼ି ଗାଁରେ ଚାଷ କରିବା ସହ ୪୦୦ ଚାଷୀଙ୍କୁ ସ୍ବାବଲମ୍ବୀ କରାଇଲେ ଇଞ୍ଜିନିୟର ଲକ୍ଷ୍ମୀ ନରସିଂହ

www.thebetterindia.com

ହାଇଦ୍ରାବାଦ୍‌: ମହାମାରୀ କ‌ୋଭିଡ-୧୯ ହେତୁ ଅନେକ ଲୋକ ଚାକିରି ହରାଉଥିବା ବେ‌ଳେ ଆନ୍ଧ୍ରପ୍ରଦେଶର ଇଞ୍ଜିନିୟର ଲକ୍ଷ୍ମୀ ନରସିଂହ ଇକ୍କୁର୍ତ୍ତୀ ଆମେରିକାରେ ଚାକିରି ସୁଯୋଗ ଛାଡି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ନିଜେ ସ୍ବାବଲମ୍ବୀ ହେବା ସହ ଅନ୍ୟକୁ ମଧ୍ୟ ରୋଜଗାରର ପନ୍ଥା ଯୋଗାଇ ଦେଇ ଉଦାହରଣ ପାଲଟିଛନ୍ତି। ସେ 'ୟାଜାଲି କୃଷକ ଉତ୍ପାଦକ କମ୍ପାନୀ' ଗଠନ କରି ପ୍ରାୟ ୪୦୦ ଚାଷୀଙ୍କୁ ଜୈବ୍ୟ ଖାଦ୍ୟ ପ୍ରସ୍ତୁତ କାର୍ଯ୍ୟରେ ନିଯୁକ୍ତି ଦେଇଛନ୍ତି। ଏମାନେ ସମସ୍ତେ ମିଶି ଏବେ ୟାଜାଲି ଖାଦ୍ୟ ବ୍ରାଣ୍ଡ୍‌ ତିଆରି କରିଛନ୍ତି।

ଜାଣିବାକୁ ମିଳିଛି ଯେ ୨୦୧୦ ମସିହାରେ ନରସିଂହ ଚାକିରି ପାଇଁ ଆମେରିକା ଯିବାକୁ ପ୍ରସ୍ତୁତ ହେଉଥିଲେ। ସେ ସମୟରେ ସେ ହାଇଦ୍ରାବାଦ୍‌ର ସିଏସ୍‌ସିରେ କାମ କରୁଥିଲେ। ମାତ୍ର ସେ ସମୟରେ ଘଟିଥିବା ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ ଚାକିରି କରିବା ଚିନ୍ତା ମୁଣ୍ଡରୁ କାଢ଼ି କୃଷି କାର୍ଯ୍ୟକୁ ଆପଣେଇଥିଲେ ନରସିଂହ।

ନରସିଂହ କିଛି ଲୋକଙ୍କ ସହ ଯୋଡ଼ି ‌ହୋଇ ୟାଜାଲି-ନା ଜନମଭୂମୀ ’ନାମରେ ଏକ ସଂଗଠନ ସୃଷ୍ଟି କଲେ। ଏହି ସଂଗଠନରେ ପ୍ରାୟ ୪୦୦ ପରିବାର ଯୋଡ଼ି ହେଲେ। ସଂଗଠନ ସହାୟତାରେ ନରସିଂହ ପାଣ୍ଠି ସଂଗ୍ରହ କରି ୧୦ ଲକ୍ଷ ଟଙ୍କା ଯୋଗାଡ଼ କରିବାରେ ସମର୍ଥ ହେଲେ। ସେ ସଂଗ୍ରହ କରିଥିବା ପାଣ୍ଠିରେ ସ୍କୁଲ୍‌ର ଉନ୍ନୟନମୂଳକ କାର୍ଯ୍ୟରୁ ନେଇ ବୃଦ୍ଧାଶ୍ରମ ଖୋଲିବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ।

publive-image www.thebetterindia.com

ନିଜ ଗ୍ରାମରେ ଶିକ୍ଷାଗତ ଯୋଗ୍ୟତା ବିକାଶ ପାଇଁ ନରସିଂହ ବିଭିନ୍ନ ପ୍ରକାରର ପଦକ୍ଷେପ ଗ୍ରହଣ କରିବା ପରେ ଅନେକ ଯୁବକ ଏକ ନୂତନ ଭବିଷ୍ୟତ ପାଇଲେ। ତାଙ୍କର ପରବର୍ତ୍ତୀ ପଦକ୍ଷେପ ଥିଲା ଆଗକୁ ବଢ଼ିବା। ସେ ନିଜର ଗ୍ରାମବାସୀମାନଙ୍କୁ ସ୍ବାବଲମ୍ବୀ କରାଇବାକୁ କୃଷି ମାଧ୍ୟମରେ ନିଯୁକ୍ତି ପ୍ରଦାନ କଲେ। ଯାହାକି ଧୀରେ ଧୀରେ ଅନେକଙ୍କ ପେଟ ପୋଷିବାର ମାଧ୍ୟମ ପାଲଟି ଯାଇଛି।

ଏ ନେଇ ନରସିଂହା କହନ୍ତି, ‘ମୁଁ ଚାହୁଁଥିଲି ଯେ ମୋ ଗାଁର ଯୁବକ ଏବଂ କୃଷକମାନେ ଅନ୍ୟ କୁଆଡ଼େ ନ ଯାଇ ନିଜ ଗାଁରେ ରହି ଟଙ୍କା ଉପାର୍ଜନ କରନ୍ତୁ। ଉନ୍ନତ ଧରଣର କୃଷି କୌଶଳ ତାଲିମ ଦେଇ ମୁଁ ସଭିଙ୍କୁ ଆତ୍ମନିର୍ଭରଶୀଳ କରାଇବାକୁ ଚାହୁଁଥିଲି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe