ଦୁର୍ଘଟଣାରେ ମୃତ୍ୟୁ ପରେ ସପ୍ଟୱେର ଇଞ୍ଜିନିୟରଙ୍କ ଶେଷଇଚ୍ଛା ପୂରଣ କଲେ ପରିବାର ଲୋକେ, ଜାଣନ୍ତୁ କ’ଣ ଥିଲା ଶେଷଇଚ୍ଛା...

ଦୁର୍ଘଟଣାରେ ମୃତ୍ୟୁ ପରେ ସପ୍ଟୱେର ଇଞ୍ଜିନିୟରଙ୍କ ଶେଷଇଚ୍ଛା ପୂରଣ କଲେ ପରିବାର ଲୋକେ, ଜାଣନ୍ତୁ କ’ଣ ଥିଲା ଶେଷଇଚ୍ଛା...

timesnownews.com

ନୂଆଦିଲ୍ଲୀ: ରବିବାର ଆମେରିକାରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ହାଇଦ୍ରାବାଦର ଜଣେ ମହିଳା। ସେ ଆମେରିକାର ଏକ ସପ୍ଟୱେର କମ୍ପାନିରେ କାମ କରୁଥିଲେ। ରବିବାର ରାତି ୯ଟାରେ ଘରକୁ ଫେରୁଥିବା ବେଳେ ସେ ଯାଉଥିବା କାରକୁ ଅନ୍ୟ ଏକ କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଡାକ୍ତରଖାନାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମହିଳାଙ୍କ ନାଁ ଚରିଥା ରେଡ୍ଡୀ ବୋଲି ଚିହ୍ନଟ କରାଯାଇଥିବା ବେଳେ ତାଙ୍କ ଘର ସିକନ୍ଦରାବାଦରେ ବୋଲି ଜଣା ପଡ଼ିଛି। ତେବେ ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଆମେରିକାରେ ପହଞ୍ଚିବା ପରେ ସପ୍ଟୱେର ଇଞ୍ଜିନିୟରଙ୍କ ଶେଷ ଇଚ୍ଛାକୁ ପୂରଣ କରିଥିବା ସାମ୍ନାକୁ ଆସିଛି।

Image result for death AI News

ସେ ବଞ୍ଚିଥିବା ‌ବେଳେ ତାଙ୍କ ପରିବାର ବର୍ଗଙ୍କୁ କହିଥିଲେ ଯେ ଯଦି କୌଣସି ସମୟରେ ତାଙ୍କର ମୃତ୍ୟୁ ହେଉଛି, ତେବେ ତାଙ୍କର ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିବ। ଦୁଇ ବର୍ଷ ତ‌େଳେ ସେ ‌କହିଥିବା ଏହି କଥାକୁ ଏବେ ତାଙ୍କର ପରିବାର ଲୋକେ ମାନି ସପ୍ଟୱେର ଇଞ୍ଜିନିୟରଙ୍କ ଅଙ୍ଗଦାନ କରିଛନ୍ତି।  ସୂଚନା ମୁତାବକ, ରବିବାର ଚରିଥା ଓ ତାଙ୍କର ୩ଜଣ ବନ୍ଧୁ ଟୟୋଟା ଗାଡ଼ି ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାର ଡାହାଣଙ୍କୁ ବୁଲିଥିଲେ। ଏହି ସମୟରେ ଡାହାଣପଟୁ ଆସୁଥିବା ଅନ୍ୟ ଏକ ଗାଡ଼ି ଚରିଥାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଯାହାଦ୍ବାରା ଚରିଥା ଅନ୍ୟ ୩ଜଣଙ୍କ ଠାରୁ ଅଧିକ ଗୁରୁତର ଭାବେ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe