ବଜାରକୁ ଆସିବାକୁ ଯାଉଛି ହ୍ୟୁଣ୍ଡାଇର ନୂଆ କାର୍ ଟୁସନ୍, ଯାହାର ପ୍ରାରମ୍ଭିକ ମୂଲ୍ୟ ୩୦ ଲକ୍ଷ ଟଙ୍କା (ଏକ୍ସ ସୋ’ରୁମ୍) ରହିବ ବୋଲି ଅନୁମାନ କରାଯାଉଛି। ଏଥିରେ ଏନ୍ୟୁ ୨.୦ ପେଟ୍ରୋଲ୍ ଚାଳିତ ୬ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ଏବଂ ଆର୍ ୨.୦ ଡିଜେଲ୍ ଚାଳିତ ୮ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ର ଦୁଇଟି ଇଂଜିନ୍ ରହିବ। ଏହାସହିତ ୧୦.୨୫ ଇଞ୍ଚ୍ର ଫ୍ଲୋଟିଂ ଟାଇପ୍ ଡିଜିଟାଲ୍ କ୍ଲଷ୍ଟର୍, ସ୍ମାର୍ଟଫୋନ୍ କନେକ୍ଟିଭିଟି, ଇଲେକ୍ଟ୍ରିକ୍ ପାର୍କିଂ ବ୍ରେକ୍, ଭଏସ୍ ଏନେବଲ୍ଡ ସ୍ମାର୍ଟ ପାନୋରମିକ୍ ସନ୍ରୁଫ୍, ୬ଟି ଏୟାର୍ବ୍ୟାଗ୍, ଇକୋ, ନର୍ମାଲ୍, ସ୍ପୋର୍ଟ ଓ ସ୍ମାର୍ଟ ପରି ୪ଟି ଡ୍ରାଇଭିଂ ମୋଡ୍, ସ୍ନୋ, ମଡ୍ ଓ ସ୍ୟାଣ୍ଡ୍ ପରି ମଲ୍ଟି ଟେରେନ୍ ମୋଡ୍ ଆଦି ବୈଶିଷ୍ଟ୍ୟ ରହିବ। ଟୁସନ୍ ଆଟ୍ଲାସ୍ ହ୍ବାଇଟ୍, ଆବେସ୍ ବ୍ଲାକ୍, ଆମାଜନ୍ ଗ୍ରେ, ଷ୍ଟାରି ନାଇଟ୍, ଫାୟାରି ରେଡ୍ ପରି ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେବ। ଗାଡ଼ିଟି ଚଳିତ ବର୍ଷ ବଜାର ପ୍ରବେଶ କରିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2024/10/24/kxkHXSLK2ApAWHL4CRTy.jpg)