Indulge Express
ନୂଆଦିଲ୍ଲୀ: ବେଳେ ବେଳେ କିଛି ବଡ଼ ସଫଳତା ଦେବାର ଥିଲେ ଈଶ୍ବର ପ୍ରଥମେ ତାହାର ପରୀକ୍ଷା ନେଇଥାନ୍ତି। ତାହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ମାଳବିକା ଆୟର୍। ତାଙ୍କର ପ୍ରେରଣାଦାୟକ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ। ଏକ ଦୁର୍ଘଟଣା ତାଙ୍କର ବିରାଟ କ୍ଷତି ଘଟାଇବା ପରେ ବି ଭାଗ୍ୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ ସେ। ନିଜର ଦୃଢ଼ ଇଚ୍ଛା ଶକ୍ତି ବ୍ୟକ୍ତିକୁ ଯେକୌଣସି ବି ପରିସ୍ଥିତିରେ ସଫଳତା ଦେଇପାବେ ବୋଲ ସେ ପ୍ରମାଣ କରି ଦେଖାଇଛନ୍ତି।
ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ଏକ ବୋମା ବିସ୍ଫୋରରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ। ଏହି ଦୁର୍ଘଟଣାରେ ଶରୀରର ବିଭିନ୍ନ ଅଙ୍ଗ କ୍ଷତବିକ୍ଷତ ହୋଇଥିବା ବେଳେ ତାଙ୍କର ନର୍ଭ ପାରାଲିସିସ୍(ସ୍ନାୟୁ ପକ୍ଷଘାତ) ହୋଇଥିଲା। କେବଳ ସେତିକି ନୁହେଁ, ୧୩ଟି ଅସ୍ତ୍ରୋପଚାର ହୋଇଥିଲା ତାଙ୍କ ଶରୀରରେ। ସେ ସମୟରେ ଅନ୍ୟ କେହି ହୋଇଥିଲେ ନିଶ୍ଚୟ ଭାଙ୍ଗି ପଡ଼ିଥାନ୍ତେ। ମାତ୍ର ମାଳବିକା କହନ୍ତି, ଯେଉଁଠି ଅନ୍ୟ କିଛି ନଥିଲା ସେଠାରେ ମୋ ଆଶା ଥିଲା।
Femina.in
ହାତରେ ଯୋଡ଼ା ଯାଇଥିବା ଲୁହା ରଡ୍ ସାହାଯ୍ୟରେ ସେ ତାଙ୍କର ବୋର୍ଡ ପରୀକ୍ଷା ଲେଖି ସେଥିରେ ୯୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ। ସେ କହନ୍ତି, ‘ମୁଁ ନୂଆ ନୂଆ କଥା ସବୁ ଜାଣିପାରିଲି ଓ ଅଭିଜ୍ଞତାକୁ ପରିପ୍ରକାଶ କଲି। ପରେ ମୁଁ ପିଏଚ୍ଡି କରି ନିୟୁୟର୍କର ୟୁଏନ୍ ମୁଖ୍ୟାଳୟରେ କହିବାର ସୁଯୋଗ ପାଇଲି। କେବଳ ସେତିକି ନୁହେଁ, ମହିଳା ଦିବସ ଅବସରରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍ କାଲାମଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲି। ମୁଁ ସବୁ ଲୋକଙ୍କୁ ବାସ୍ ଏତିକି କହିବି କି ନିଜ ଭିତରର ନିଜକୁ ଚିହ୍ନନ୍ତୁ।’
Follow Us