ମ‌ନେ ପଡ଼ୁଛି ୧୯୭୧ ଯୁଦ୍ଧ... ଯୁଦ୍ଧରୁ ଫେରିବା ପରେ ମୋତେ ବନ୍ଦାପନା କରି ରାଜନଅରକୁ ନିଆଯାଇଥିଲା

Advertisment

୧୯୭୧ ମସିହାରେ ଟେଲିଭିଜନ୍‌ ଓ ସୋସିଆଲ୍‌ ମିଡିଆ ନଥିବାରୁ ସାଧାରଣ ଲୋକ ଓ ସୈନିକଙ୍କ ମଧ୍ୟରେ ଯୋଗାଯୋଗର କୌଣସି ବିଶେଷ ସୁଯୋଗ ନଥିଲା। ଘର ଲୋକଙ୍କ ସହ ବି ମାସେ/ପନ୍ଦର ଦିନରେ ଥରଟିଏ ଫୋନ୍‌ରେ କଥା...

୧୯୭୧ ମସିହାରେ ଟେଲିଭିଜନ୍‌ ଓ ସୋସିଆଲ୍‌ ମିଡିଆ ନଥିବାରୁ ସାଧାରଣ ଲୋକ ଓ ସୈନିକଙ୍କ ମଧ୍ୟରେ ଯୋଗାଯୋଗର କୌଣସି ବିଶେଷ ସୁଯୋଗ ନଥିଲା। ଘର ଲୋକଙ୍କ ସହ ବି ମାସେ/ପନ୍ଦର ଦିନରେ ଥରଟିଏ ଫୋନ୍‌ରେ କଥା...

fhbvvb

୧୯୭୧ ମସିହାରେ ଟେଲିଭିଜନ୍‌ ଓ ସୋସିଆଲ୍‌ ମିଡିଆ ନଥିବାରୁ ସାଧାରଣ ଲୋକ ଓ ସୈନିକଙ୍କ ମଧ୍ୟରେ ଯୋଗାଯୋଗର କୌଣସି ବିଶେଷ ସୁଯୋଗ ନଥିଲା। ଘର ଲୋକଙ୍କ ସହ ବି ମାସେ/ପନ୍ଦର ଦିନରେ ଥରଟିଏ ଫୋନ୍‌ରେ କଥା ହେବାର ସୁଯୋଗ ମିଳିଲେ ସେଇଟା ଆମ ପାଇଁ ବହୁତ ବଡ଼ ଉପଲବ୍‌ଧି ଥିଲା। ହେଲେ, ଯୁଦ୍ଧ ସରିବା ପରେ ଦେଶବାସୀ ଯେଉଁ ଭଲପାଇବା ଅଜାଡ଼ି ଦେଇଥିଲେ ତାହା ସାରାଜୀବନ ଭୁଲି ହେବ ନାହିଁ। 

୧୯୬୫ ମସିହାରେ ମୁଁ ବାୟୁସେନାରେ ଯୋଗଦେଇ ୧୯୬୯ ମସିହାରେ ଯୋଧପୁର ଠାରେ ବାୟୁସେନାର ହେଲିକପ୍ଟର୍‌ ପାଇଲଟ୍‌ ଭାବେ ଯୋଗ ଦେଇଥିଲି। ୧୯୭୧ ମସିହା ଆରମ୍ଭରୁ ପାକିସ୍ତାନ ସହ ସମ୍ପର୍କ ଖରାପ ହେବାରୁ ଆମେ ‘ଫରୱାର୍ଡ ବେସ୍‌’କୁ ସ୍ଥାନାନ୍ତର ହେଇଗଲୁ। ଡିସେମ୍ବର ୩ ତାରିଖ ସନ୍ଧ୍ୟାରେ ପାକିସ୍ତାନ ଆମର ୧୧ଟି ଏୟାର୍‌ବେସ୍‌ ଉପରେ  ଆକ୍ରମଣ କଲା ଓ ରାତି ପାହିବା କ୍ଷଣି ଆମ ଫାଇଟର୍‌ଗୁଡ଼ିକ ପାକିସ୍ତାନ ସୀମାରେ ପଶି ରକେଟ୍‌ ଓ ବୋମାମାଡ଼ କରିଥିଲେ। ମୁଁ ଏମ୍‌ଆଇ-୪ ହେଲିକପ୍ଟର୍‌ ଉଡାଇ ପାକିସ୍ତାନ ସୀମା ଭିତରକୁ ପଶିଥିବା ଭାରତୀୟ ସୈନିକଙ୍କୁ ଖାଦ୍ୟ, ପାନୀୟ ଯୋଗାଇବା ତଥା ସେଠାରୁ ଆମ ମୃତାହତ ସୈନିକ ଓ ପାକିସ୍ତାନୀ ଯୁଦ୍ଧବନ୍ଦୀଙ୍କୁ ଆଣୁଥିଲି। ଲଗାତାର ରକେଟ୍‌ ମାଡ଼ ହେଉଥିବାରୁ ମାତ୍ର ୫୦ଫୁଟ୍‌ ଉଚ୍ଚରେ ଅତି ବିପଦସଂକୁଳ ସ୍ଥିତିରେ ଉଡ଼ିବାକୁ ପଡ଼ୁଥିଲା। ବହୁବାର ରକେଟ୍‌ ମାଡ଼ ହୋଇଥିଲେ ବି ମୋ ହେଲିକପ୍ଟର୍‌ ସେଥିରୁ ରକ୍ଷା ପାଇଯାଇଥିଲା। 

ଦେଶବାସୀଙ୍କର ଢ଼େର୍‌ ଶୁଭେଚ୍ଛା ଆମ ପ୍ରତି ରହିଥିଲା। ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ପକେଟ ଖର୍ଚ୍ଚରୁ ଗୋଟିଏ ବିମାନ ଭର୍ତ୍ତି ଚକଲେଟ୍‌ ଓ ପ୍ରତି ଚକଲେଟ୍‌ ସହ ଶୁଭେଚ୍ଛା ବାର୍ତ୍ତା ସେତେବେଳର ବାୟୁସେନା ମୁଖ୍ୟଙ୍କ ପତ୍ନୀଙ୍କ ମାଧ୍ୟମରେ ପଠାଇଥିଲେ। ଡିସେମ୍ବର ୧୬ ତାରିଖରେ ଯୁଦ୍ଧବିରତି ପରେ ଆମକୁ କେବଳ ୟୁନିଫର୍ମ ପିନ୍ଧି ବେସ୍‌ ବାହାରକୁ ଯିବାକୁ ଅନୁମତି ଥିଲା। ଯୋଧପୁର ସହରରେ ଥିବା ଶହେରୁ ଅଧିକ ମିଠା ଦୋକାନୀ ରାସ୍ତା ଉପରେ ଆମ ପାଇଁ ସ୍ବତନ୍ତ୍ର ଷ୍ଟଲ୍‌ ଲଗାଇଥିଲେ। ୟୁନିଫର୍ମ ପିନ୍ଧି ଯାଉଥିବା ପ୍ରତ୍ୟେକ ସୈନିକଙ୍କୁ ସେମାନେ ସପ୍ତାହ ଯାଏ ନମସ୍କାର କରି, ସାଲ୍ୟୁଟ୍‌ ମାରି, ବାଧ୍ୟକରି ମିଠା ଖୁଆଇଥିଲେ।
ମୁଁ ଘରକୁ ଫେରିବା ପରେ ଢ଼େଙ୍କାନାଳର ରାଜମାତା (ମୋ ବଡ଼ବୋଉ) ରତ୍ନପ୍ରଭା ଦେବୀ ମୋ ପାଇଁ ସ୍ବତନ୍ତ୍ର ବନ୍ଦାପନାର ବ୍ୟବସ୍ଥା କରିଥିଲେ। ପୂର୍ବରୁ ରାଜାମାନେ ଯୁଦ୍ଧରୁ ଫେରିବା ପରେ ଯେପରି ବନ୍ଦାପନା କରାଯାଏ, ସମାନ ଢ଼ଙ୍ଗରେ ମୋତେ ବନ୍ଦାପନା କରି ସେ ରାଜନଅରକୁ ପାଛୋଟି ନେଇଥିଲେ। ଏକ ଅତ୍ୟାଚାରୀ ରାଷ୍ଟ୍ର କବଳରୁ ପୂର୍ବ ପାକିସ୍ତାନକୁ ମୁକ୍ତ କରି ସ୍ବାଧୀନତା ଦେବା ପାଇଁ ହୋଇଥିବା ଯୁଦ୍ଧର ସୈନିକ ଭାବେ ସବୁଦିନ ଗର୍ବ ଅନୁଭବ କରିବି।

ଉଇଙ୍ଗ୍‌ କମାଣ୍ଡର୍‌ 
ବିରଜା ଶଙ୍କର ସିଂହଦେଓ 
ଏଏମ୍‌ଆଇ-୪ ପାଇଲଟ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe