‘ମୋ ସ୍ବାମୀ ଜଣେ ବିଧବା ଦେହଜୀବୀଙ୍କ ସହ ସଂପର୍କରେ ରହିବା ପରେ ମୋ ପରିବାର ଛାର୍‌ଖାର୍‌ ହୋଇଗଲା’

‘ମୋ ସ୍ବାମୀ ଜଣେ ବିଧବା ଦେହଜୀବୀଙ୍କ ସହ ସଂପର୍କରେ ରହିବା ପରେ ମୋ ପରିବାର ଛାର୍‌ଖାର୍‌ ହୋଇଗଲା’

ନୂଆଦିଲ୍ଳୀ: ବେଳେ ବେଳେ ଏକ ଖରାପ ମୁହୁର୍ତ୍ତ ବି ଉଜ୍ଜ୍ବଳ ଭବିଷ୍ୟତର ସଂକେତ ନେଇ ଆସିଥାଏ। କିଛି ଖରାପ ଘଟିବା ପରେ ହିଁ ଅସୀମ ସମ୍ଭାବନା ମୁଣ୍ଡ ଟେକିଥାଏ। ଆମେ ଆଜି ଆପଣଙ୍କୁ ଏମିତି ଜଣେ ମହିଳାଙ୍କ ବିଷୟରେ କହିବୁ, ଯିଏକି ନିଜେ ୧୯ ବର୍ଷ ବୟସରୁ ଦେହଜୀବୀ ହୋଇଥିବା ବେଳେ ଆଜି ଏହି କ୍ଷେତ୍ରରେ ଥିବା ଅନେକ ମହିଳାଙ୍କ ପାଇଁ ଲଢ଼ି ଚାଲିଛନ୍ତି।

ଘଟଣାଟି ହେଉଛି, ମଞ୍ଜୁଲା (ଛନ୍ମନାମ) ପିଲାବ‌େଳେ ନିଜ ଗାଁର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ମାତ୍ର ପରିବାର ‌ଲୋକ ତାଙ୍କ ପ୍ରେମକୁ ଅସ୍ବୀକାର କରିବାରୁ ସେ ୧୬ ବର୍ଷ ବୟସରେ ନିଜ ଘର ଛାଡ଼ି ତାଙ୍କ ପ୍ରେମିକଙ୍କ ସହ ପଳାଇଥିଲେ। ଯଦିଓ ପ୍ର‌ଥମେ ସବୁ କିଛି ଠିକ୍‌ ଥିଲା, ମାତ୍ର ୨୦୦୯ ମସିହାରରେ ତାଙ୍କ ପରିବାର ଜଣେ ସଦସ୍ୟ ତାଙ୍କୁ ‌ଦେହଜୀବୀ ହେବାକୁ ବାଧ୍ୟ କରିଥିଲେ। ସେତେବେଳକୁ ତାଙ୍କୁ ୧୯ ବର୍ଷ ବୟସ ହୋଇଥାଏ। ଏବେ ସେ ୩୭ ବର୍ଷୀୟା ମହିଳା।

ତାଙ୍କ କହିବା କଥା ହେଉଛି ଘର ଛାଡ଼ି ଚାଲି ଯିବା ପରେ କିଛି ଦିନ ପର୍ଯ୍ୟନ୍ତ ତାଙ୍କ ଜୀବନରେ ସବୁ ଠିକ୍‌ ଠାକ୍‌ ଚାଲିଥିଲା। ମାତ୍ର ସେ ଦିନେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ବାମୀଙ୍କର ଜଣେ ବିଧବା ଦେହଜୀବୀଙ୍କ ସଂପର୍କ ଅଛି। ଏପରିିକି ତାଙ୍କ ସ୍ବାମୀ ଉକ୍ତ ମହିଳାଙ୍କୁ ଘରକୁ ବି ନେଇ ଆସିଲେ। ତାପରେ ତାଙ୍କ ସ୍ବାମୀ ଓ ଉକ୍ତ ମହିଳା ଜଣକ ମଞ୍ଜୁଲାଙ୍କୁ ଅତ୍ୟାଚାର କରିବା ଆରମ୍ଭ କରିଦେଲେ।

ସେବେ‌ଠାରୁ ମୋ ପରିବାର ଛାର୍‌ଖାର୍‌ ହୋଇଗଲା। ମୋ ପେଟ ପୋଷିବାକୁ ମୋତେ ପରଘରେ ବାସନ ମାଜିବାରୁ ନେଇ ଶ୍ରମିକ କାର୍ଯ୍ୟ କରିବାକୁ ପଡ଼ିଲା। ଶେଷରେ ଭାଗ୍ୟ ମ‌ୋତେ ନେଇ ଏହି ବୃତ୍ତି ସହ ଯୋଡ଼ିଦେଲା ବୋଲି ମଞ୍ଜୁଲା କହିଛନ୍ତି।

ତେବେ ଏହି ବୃତ୍ତିରେ ରହିବା ପରେ ମଞ୍ଜୁଲା ଆଜି ଅନେକ ଦେହଜୀବୀଙ୍କ ପାଇଁ ନେତୃତ୍ବ ନେଇ ଚର୍ଚ୍ଚା ପାଲଟିଛନ୍ତି। ଆମ ଦେଶ‌ରେ ପ୍ରତିବର୍ଷ ହଜାର ହଜାର  ଯୁବତୀ ଏହି କ୍ଷେତ୍ରରେ ପାଦ ଥାପୁଥିବା ବେଳେ ମଞ୍ଜୁଲା ସେମାନଙ୍କ କଲ୍ୟାଣ ସକାଶେ ଅଣ୍ଟା ଭିଡିଛନ୍ତି। ଗ୍ରାହକଙ୍କ ଦୁର୍ବ୍ୟବହାର ବିରୋଧରେ ସ୍ବର ଉଠାଇବାରୁ ନେଇ ଦେହଜୀବୀମାନଙ୍କର ଆୟ ପ୍ରମାଣପତ୍ର, ଭୋଟର ପରିଚୟ ପତ୍ର ଏବଂ ଆଧାର କାର୍ଡ ଆଦି ବନାଇ ମଞ୍ଜୁଲା ସେମାନଙ୍କୁ ସାମାଜିକ ସୁରକ୍ଷା ଅଧିକାର ଯୋଗାଇ ଦେଉଛନ୍ତି। ଏବେ ସୁଦ୍ଧା ସେ ପ୍ରାୟ ୫୦୦ ଦେହଜୀବୀଙ୍କୁ ସାହାଯ୍ୟ କରି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe