ପତ୍ନୀ ମେହେରିନ୍‌ କାଜି ସେୟାର୍‌ କଲେ ଆଇଏଏସ୍‌ ଅଥର୍‌ଙ୍କ ବିବାହର କେତୋଟି ମନଛୁଆଁ ଫଟୋ

Advertisment
ପତ୍ନୀ ମେହେରିନ୍‌ କାଜି ସେୟାର୍‌ କଲେ ଆଇଏଏସ୍‌ ଅଥର୍‌ଙ୍କ ବିବାହର କେତୋଟି ମନଛୁଆଁ ଫଟୋ

ନୂଆଦିଲ୍ଲୀ: ଆଇଏଏସ୍‌ ଅଥର୍‌ ଆମୀର ଖାନ୍‌ ସୋସିଆଲ୍‌ ମିଡିଆରେ ଖୁବ୍ ପରିଚତ। ଆଇଏଏସ୍‌ ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଭାବେ ମଧ୍ୟ ତାଙ୍କୁ ଅନେକ ଲୋକ ଜାଣନ୍ତି। ତାଙ୍କର ସୁନ୍ଦର ଚେହେରା ଅନେକ ମହିଳାଙ୍କୁ ଆକର୍ଷିତ କରିଥିବା ବେଳେ ଗତ ବର୍ଷ ସେ ଦ୍ବିତୀୟ ବିବାହ କରିଥିଲେ। ୨୦୨୨ ମସିହାରୁ ଅଥର୍‌ ବିବାହ କରି ସାରିଥିବା ବେଳେ ନିକଟରେ ତାଙ୍କ ପତ୍ନୀ ନିଜ ବିବାହର କିଛି ଫଟୋକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି।

ଶ୍ରୀନଗର ମହାନଗର ନିଗମର କମିସନର ଥିବା ଆଇଏଏସ୍‌ ଅଧିକାରୀ  ଅଥର୍‌ ଆମୀର ଖାନ୍‌ ୨୦୨୨ ମସିହା ଅକ୍ଟୋବର ମାସରେ ଦ୍ବିତୀୟ ବିବାହ କରିଥିଲେ। ବିବାହ ପରେ ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କର କିଛି ବଛା ବଛା ଫଟୋ ଦେଖିବାକୁ ମିଳିଥିଲା। ଏବେ ଅଥରଙ୍କ ପତ୍ନୀ ଡକ୍ଟର ମେହେରିନ୍‌ କାଜି ଆହୁରି କିଛି ଭଲ ଫଟୋ  ସୋସିଆଲ୍‌ ମିଡିଆ‌ରେ ପୋଷ୍ଟ୍‌ କରିଛନ୍ତି, ଯାହାକି ଲୋକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଏହି ଫଟୋ ପୋଷ୍ଟ୍‌ କରି ସେ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ‘‘ନିକ୍‌ହାର କିଛି ଅଦେଖା ଫଟୋ’’। ଫଟୋରେ ଅଥର୍‌ ଓ ମେହେରିନ୍‌ ଖୁବ୍ ରୋମାଣ୍ଟିକ୍‌ ଦେଖା ଯାଉଛନ୍ତି।

ଅଥର୍‌ ଆମୀର ଖାନ୍‌ ପ୍ରଥମ ବିବାହ ଆଇଏଏସ୍‌ ଟିନା ଡାବିଙ୍କୁ କରିଥିଲେ। ଦୁହିଁଙ୍‌କ ବିବାହ ବିଚ୍ଛେଦ ହେବାପରେ  ଦ୍ବିତୀୟ ଥର ପାଇଁ ସେ ଡକ୍ଟର ମେହେରିନ୍‌ କାଜିଙ୍କୁ ବିବାହ କରିଥିଲେ। ଡକ୍ଟର ମେହେରିନ୍‌ କାଜି କଶ୍ମୀରର ବାସିନ୍ଦା। ଗତବର୍ଷ ଜୁଲାଇ ୩ ତାରିଖରେ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ୨୦୨୨  ଅକ୍ଟୋବରରେ ଦୁହେଁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe