ନୂଆଦିଲ୍ଲୀ: ୨୦୦୪ରେ ଆସିଥିବା ସୁନାମିରେ ତାମିଲନାଡୁର କିଚନକୁପ୍ପମ କସୱା ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା। ସେହି ସମୟରେ ନାଗପଟ୍ଟିନମର ଜିଲ୍ଲାପାଳ ଥିବା ଡକ୍ଟର ଜେ ରାଧାକୃଷ୍ଣନ ଭଗ୍ନାବଶେଷ ତଳେ ମୀନା ନାମକ ଜଣେ ଛୋଟ ଝିଅକୁ କାନ୍ଦୁଥିବାର ଦେଖିବାକୁ ପାଇଥିଲେ।
ଭଗ୍ନାବଶେଷ ତଳୁ ମୀନାଙ୍କୁ ଉଦ୍ଧାର କରି ଚିକିତ୍ସା କରାଇବା ପରେ ନାଗପଟ୍ଟିନମର ଅନ୍ନାଇ ସତ୍ୟ ସରକାରୀ ଶିଶୁ ଗୃହରେ ରଖାଯାଇଥିଲା। ଇତିମଧ୍ୟରେ ମୀନା ୨୦ ବର୍ଷ ବୟସରେ ପ୍ରଦାର୍ପଣ କରିଛନ୍ତି। ସମ୍ପ୍ରତି ଡକ୍ଟର ରାଧାକୃଷ୍ଣନ ଧୁମଧାମରେ ମୀନାଙ୍କ ବିବାହ କରିଛନ୍ତି। ଡକ୍ଟର ଜେ ରାଧାକୃଷ୍ଣନ ନିଜେ ଏହି ହୃଦୟସ୍ପର୍ଶୀ କାହାଣୀକୁ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି।
ଛୋଟ ଝିଅ ମୀନାଙ୍କୁ ସରକାରୀ ଶିଶୁ ଗୃହରେ ରଖିବା ପରେ ଆଇଏଏସ ରାଧାକୃଷ୍ଣ ଏବଂ ତାଙ୍କ ପତ୍ନୀ କୃତିକା ତାଙ୍କର ଖୁବ ଯତ୍ନ ନେଇଥିଲେ। ରାଧାକୃଷ୍ଣ ଏବଂ କୃତିକା ମୀନାଙ୍କ ନର୍ସ ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ତାଙ୍କୁ ସମସ୍ତ ପ୍ରକାରେ ସାହାଯ୍ୟ କରିଥିଲେ।
ଆଇଏଏସ୍ ଜେ ରାଧାକୃଷ୍ଣନ୍ ମୀନାଙ୍କ ବିବାହରେ ସାମିଲ ହୋଇ କହିଛନ୍ତି, ‘ଏହି ଦିନ ମୋ ପାଇଁ ଅଭୁଲା ସ୍ମୃତି ହୋଇ ରହିବ। ମୀନା ତାଙ୍କର ବୈବାହିକ ଜୀବନରେ ଖୁସିରେ ରୁହନ୍ତି ଏହାହିଁ ମୋର ଭଗବାନଙ୍କ ନିକଟରେ ପ୍ରାର୍ଥନା।
Follow Us