ଦିବ୍ୟାଙ୍ଗ ବୃଦ୍ଧଙ୍କ ଗୁହାରି ଶୁଣିବାକୁ ନିଜେ ତଳେ ବସିପଡ଼ିଲେ ଆଇଏଏସ୍‌, ସାଲ୍ୟୁଟ୍‌ ଜଣାଇଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ଦିବ୍ୟାଙ୍ଗ ବୃଦ୍ଧଙ୍କ ଗୁହାରି ଶୁଣିବାକୁ ନିଜେ ତଳେ ବସିପଡ଼ିଲେ ଆଇଏଏସ୍‌, ସାଲ୍ୟୁଟ୍‌ ଜଣାଇଲେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ

ନୂୂଆଦିଲ୍ଲୀ: ଜଣେ ବ୍ୟକ୍ତିର ପ୍ରକୃତ ଆଭିମୁଖ୍ୟ ସାମାଜିକ କିମ୍ବା ଆର୍ଥିକ ସ୍ଥିତି ହୋଇ ନଥାଏ। ବରଂ ଜଣେ ମଣିଷର ଅନ୍ୟ ଜଣେ ମଣିଷ ପ୍ରତି ମନୋଭାବରୁ ହିଁ  ବ୍ୟକ୍ତିତ୍ବକୁ ପରଖା ଯାଇପାରେ। ନିକଟରେ ଜଣେ ବୃଦ୍ଧଙ୍କୁ ସାହାଯ୍ୟ କରି ସମସ୍ତ ଅଧିକାରୀଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇଏଏସ୍ ସୌମ୍ୟା ପାଣ୍ଡେ।

ୟୁପିର ଏହି ଆଇଏଏସ୍‌ ଜଣକ ବୃଦ୍ଧଙ୍କ ପ୍ରତି ଦୟାଳୁ ମନୋଭାବ ଦେଖାଇ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛନ୍ତି। ଜାଣିବାକୁ ମିଳିଛି ଯେ ବୃଦ୍ଧ ଜଣକ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଏକ ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ ନେବା ପାଇଁ ସରକାରୀ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ତେବେ ନିଜ ଗୋଡ଼ରେ ଛିଡ଼ା ହୋଇ ପାରୁନଥିବା ପଙ୍ଗୁ ବୃଦ୍ଧଙ୍କ ଗୁହାରି ଶୁଣିବାକୁ ନିଜେ ଭୂମିରେ ବସିଥିଲେ ଆଇଏଏସ୍‌ ସୌମ୍ୟା। ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେଉଥିବା ଫଟୋଟିକୁ ଦେଖି ବି ଆପଣ ଜାଣି ପାରୁଥିବେ ଯେ ବୃଦ୍ଧଙ୍କ ପ୍ରତି ସମ୍ମାନ ଦେଖାଇ ସୋମ୍ୟା ନିଜ ଶିକ୍ଷାର ପରିଚୟ ଦେଇଛନ୍ତି।

ବୃଦ୍ଧ ଏବଂ ଆଇଏଏସ୍‌ ସୌମ୍ୟା ତଳେ ବସି କଥା ହେଉଥିବା ସମୟର ଫଟୋଗୁଡ଼ିକ ଟ୍ବିଟ୍‌ରରେ ସେୟାର ହେବା ସହ କ୍ୟାପ୍‌ସନ୍‌ରେ ଲେଖାଯାଇଛି, ‘ମୁଖ୍ୟ ବିକାଶ ଅଧିକାରୀ ସୌମ୍ୟା ପାଣ୍ଡେ ଏକ ଇଲେକ୍ଟ୍ରୋନିକ୍ ସାଇକେଲ୍‌ ନେବାକୁ ଆସିଥିବା ଏବଂ ଅମରୌଧା ନଗର ପଞ୍ଚାୟତର ବାସିନ୍ଦା ଦିବ୍ୟାଙ୍ଗ ବୃଦ୍ଧ ଧନୀରାମଙ୍କ ଯନ୍ତ୍ରଣା ଶୁଣିଲେ  ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଦିବ୍ୟାଙ୍ଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ। ଯାହାଦ୍ୱାରା ବୃଦ୍ଧ ଜଣଙ୍କୁ ସମସ୍ତ ସରକାରୀ ସୁବିଧା ମିଳିପାରିବ।’ ଆଇଏଏସ୍‌ଙ୍କର ବୃଦ୍ଧଙ୍କ ପ୍ରତି ଏହି ସହାନୁଭୂତି ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍‌ ପ୍ରଶଂସା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe