ଗର୍ଭଧାରଣ ପରେ ଆଇଏଏସ୍‌ ଟିନା ଡାବିଙ୍କ ପ୍ରଥମ ଫଟୋ ଭାଇରାଲ୍‌

Advertisment
ଗର୍ଭଧାରଣ ପରେ ଆଇଏଏସ୍‌ ଟିନା ଡାବିଙ୍କ ପ୍ରଥମ ଫଟୋ ଭାଇରାଲ୍‌

ନୂଆଦିଲ୍ଳୀ: ଆଇଏଏସ୍‌ ଟିନା ଡାବି ଓ ତାଙ୍କର ଆଇଏଏସ୍‌ ଭଉଣୀ ରିୟା ଡାବି ଦେଶର ଚର୍ଚ୍ଚିତ ଅଧିକାରୀଙ୍କ ମଧ୍ୟରୁ ଅନ୍ୟତମ। ଏହି ଦୁଇ ଭଉଣୀ କିଛି ଦିନ ଅନ୍ତରରେ କୌଣସି ନା କୌଣସି କଥାକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଟିନା ଡାବି ନିଜର ଦ୍ବିତୀୟ ବିବାହକୁ ନେଇ ବେଶ୍‌ କିଛି ଦିନ ଚର୍ଚ୍ଚାରେ ରହିବା ପରେ ଏବେ ଗର୍ଭଧାରଣ ପାଇଁ ଲୋକଙ୍କ ନଜରକୁ ଆସିଛନ୍ତି।

କିଛି ମାସ ତଳେ ସେ ତ‌ାଙ୍କର ପ୍ରଥମ ପିଲାର ମାଆ ବନିବାକୁ ଯାଉଥିବା କଥା ଜଣାଇଥିଲେ। ଏବେ ଗର୍ଭଧାରଣ ପରର ତାଙ୍କର ପ୍ରଥମ ଫଟୋ ଭାଇରାଲ୍‌ ହୋଇଛି। ଟିନାଙ୍କୁ ଏକ ନାଲି ରଂଗର ଗାଉନ୍‌ରେ ଦେଖିବାକୁ ମିଳିଛି। ସେଥିରେ ‌ସେ ତାଙ୍କର ‘ବେବି ବମ୍ପ୍‌’ ଦେଖାଇ ଫଟୋ ଉଠାଇଛନ୍ତି। ତାଙ୍କ କଡ଼ରେ ଛିଡ଼ା ହୋଇଛନ୍ତି ତାଙ୍କ ସ୍ବାମୀ ପ୍ରଦୀପ ଗୱା‌ଣ୍ଡେ। ଫଟୋରେ ଉଭୟ ଟିନା ଓ ପ୍ରଦୀପଙ୍କ ମୁହଁରେ ହସ ଥିବାର ଦେଖିବାକୁ ମିଳିଛି।

ନିକଟରେ ଆଇଏଏସ୍‌ ରିୟା ଡାବି ତାଙ୍କର ଏକ ଫଟୋକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଥିଲେ। ଫଟୋରେ ସେ ଏକ କେକ୍‌ ପାଖରେ ଛିଡ଼ା ହୋଇ ନିଜ ଜନ୍ମଦିନ ମନାଉଥିବାର ଦେଖିବାକୁ ମିଳିଥିଲେ। ସେ ତାଙ୍କ ଫଟୋ କ୍ୟାପ୍‌ସନ୍‌ରେ ନିଜକୁ ୨୫ ବର୍ଷ ହୋଇଯିବା କଥା ଲେଖିଥିଲେ।

ଫଟୋରେ ରିୟା ତାଙ୍କ ବାପାମାଆ, ଭଉଣୀ ଓ ଭିଣୋଇଙ୍କ ସହ ଜନ୍ମଦିନ ମନାଉଥିବାର ଦେଖିବାକୁ ମିଳିଥିଲେ। ରିୟା ତାଙ୍କ ଫଟୋରେ ନିଜ ସ୍ବାମୀ ଆଇପିଏସ୍‌ ମନୀଷ କୁମାରଙ୍କ ହାତ ଧରିଥିବାର ନଜର ଆସିଥିଲେ। ଏହାସହ ଭଉଣୀ ଟିନା ଓ ଭିଣୋଇ ପ୍ରଦୀପ ବି ନଜର ଆସିଥିଲେ। ଗର୍ଭଧାରଣ ପରେ ଏହା ହେଉଛି ଟିନାଙ୍କ ପ୍ରଥମ ଫଟୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe