ନୂଆଦିଲ୍ଳୀ: ଦେଶରେ ଥିବା ଜଣାଶୁଣା କେତେ ଜଣ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରୁ ଟିନା ଡାବି ଅନ୍ୟତମ। ସୋସିଆଲ୍ ମିଡିଆରେ ଟିନାଙ୍କର ୧୦ ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି। ନିକଟ ଅତୀତରେ ଟିନା ତାଙ୍କ ଦ୍ବିତୀୟ ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। ମାତ୍ର ଏବେ ଟିନା ତାଙ୍କ ବିବାହ ନୁହେଁ ବରଂ ନିଜର ପସନ୍ଦ ଓ ନାପସନ୍ଦକୁ ନେଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।
ସେ ସୋସିଆଲ୍ ମିଡିଆରେ ଜଣାଇଛନ୍ତି ଯେ ଏପରି ବହୁତ କଥା ଅଛି ଯାହା ତାଙ୍କୁ ଆନନ୍ଦିତ କରାଏ। ଟିନାଙ୍କ କହିବା ମୁତାବକ ତାଙ୍କୁ ସପିଂ କରିବା ଯେତିକି ଖୁସି ଦିଏ ନାହିଁ, ବହି କିଣିବା ସେତିକି ଖୁସି ଦେଇଥାଏ। କେବଳ ସେତିକି ନୁହେଁ, ବହିର ଦାମ ଯେତେବେଳେ ଅଧା ହୋଇଯାଏ ଟିନା ସେତେବେଳେ ଖୁବ୍ ଖୁସି ହୋଇଯାଆନ୍ତି ବୋଲି ସେ ତାଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍ରେ ଉଲ୍ଲେଖ କରିଛନ୍ତି। ଏକ ଭିଡିଓରେ ଟିନା ବହି ଦେଖୁଥିବାର ନଜର ଆସିଛନ୍ତି। ସେଥିରେ ବହିର ଦାମ ଅଧା ହୋଇଗଲେ ସେ ଖୁସୁ ହୁଅନ୍ତି ବୋଲି ଉଲ୍ଲେଖ କରିଛନ୍ତି।
ଅନ୍ୟ ଏକ ପୋଷ୍ଟ୍ରେ ଟିନା ଏକ ‘ଏ ଜେଣ୍ଟେଲ୍ମ୍ୟାନ୍ ଇନ୍ ମସ୍କୋ’ ପୁସ୍ତକର ଫଟୋ ସହ ଏକ ନୋଟ୍ ଲେଖିଛନ୍ତି। ବହିଟିକୁ ସମସ୍ତଙ୍କୁ ପଢ଼ିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଏହି ପୁସ୍ତକଟି ସେ ପୂର୍ବରୁ ପଢ଼ି ସାରିଛନ୍ତି ଓ ପୋଷ୍ଟ୍ ବିଳମ୍ବରେ କରିଛନ୍ତି ବୋଲି ତାଙ୍କ କ୍ୟାପ୍ସନ୍ରେ ସେ ଉଲ୍ଲେଖ କରିଛନ୍ତି।
Follow Us