www.aajtak.in
ନୂଆଦିଲ୍ଲୀ: ଆମେ ଏ ବିଷୟରେ ଆଗରୁ ଅନେକ ଥର ଆଲୋଚନା କରିଛେ ଯେ ସଫଳତା ପାଇଁ ବିଳାଶମୟ ଘର, ଆରାମଦାୟକ ଶେଜ କି କୌଣସି ସୁସ୍ଥ ପରିବେଶର ଆବଶ୍ୟକତା ନଥାଏ। ସଫଳତା ପାଇବାକୁ ହେଲେ ମନ ବଳ ହିଁ ଯଥେଷ୍ଟ। ଏହି କଥାକୁ ପୁଣି ଥରେ ପ୍ରମାଣିତ କରିଛନ୍ତି ଆଇଏଏସ୍ ଅଧିକାରୀ ରାମ ପ୍ରକାଶ। ଏହି ଗୁଣୀ ଅଧିକାରୀ ଜଣକ ସୋସିଆଲ୍ ମିଡିଆରେ ତାଙ୍କ ପିଲିଦିନ ସହ ଜଡ଼ିତ ଏପରି ଏକ କଥାକୁ ଉଲ୍ଲେଖ କରିଛନ୍ତି ଯାହାକୁ ପଢ଼ିବା ପରେ ତାଙ୍କ ଫ୍ୟାନ୍ ଓ ଫଲୋର୍ସ ଏକଦମ ବଢ଼ିଯାଇଛନ୍ତି।
ଆଇଏସ୍ ରାମ୍ ପ୍ରକାଶ ତାଙ୍କ ପିଲାଦିନର ଏକ ମଜାଦାର କଥାକୁ ମନେ ପକାଇ ଟ୍ବିଟ୍ କରିଛନ୍ତି ଯେ, ‘୨୦୦୩ ମସିହା ଜୁନ୍ ମାସରେ ଆମେ୪-୫ ଜଣ ଛେଳି ଚରାଇବାକୁ ଯାଇଥିଲୁ। ସେଠାରେ ଥିବା ଏକ ଆମ୍ଭ ଗଛର ଡାଳରେ ଦୋଳି ଖେଳୁଥିଲୁ। ଆମ୍ବ ଡାଳଟି ଭାଙ୍ଗିଗଲା। କାହାର କିଛି କ୍ଷତି ହୋଇନଥିଲା ମାତ୍ର ମାଡ଼ ଖାଇବା ଭୟରେ ଆମେ ସେ ଆମ୍ଭ ଡାଳକୁ ସେଠାରୁ ଧରି ପଳେଇ ଆସିଥିଲୁ। ଯେପରି କାହାକୁ ଜଣାନପଡ଼େ ଯେ ସେହି ଗଛର କୌଣସି ଡାଳ ଭାଙ୍ଗିଛି ବୋଲି।’ ଏହି ଟ୍ବିଟ୍ ପଢ଼ିବା ପରେ ସେ ପିଲାଦିନେ ଛେଳି ଚରାଉଥିଲେ ବୋଲି ଜାଣିକରି ଲୋକଙ୍କର ତାଙ୍କ ପ୍ରତି ସମ୍ମାନ ଆହୁରି ବଢ଼ିଯାଇଛି। ଏକ ଗରିବ ପରିବାର ପୁଅ ଆଜି ଯେ ଦେଶର ଜଣେ ଗର୍ବ ସେଥିରେ ଆଉ ସନ୍ଦେହ ନାହିଁ।
ରାମ ପ୍ରକାଶ ୨୦୧୮ ମସିହାର ରାଜସ୍ଥାନ କ୍ୟାଡରର ଆଇଏଏସ୍ ଅଧିକାରୀ। ତାଙ୍କ ପୈତୃକ ଘର ହେଉଛି ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାସ୍ଥିତ ଜମୁଆ ବଜାରର ଏକ ଗାଁରେ।
Follow Us