ବାଇକ ଚଲାଇ ସାବୁନ ଲଗାଇ ଗାଧୋଇବା ଦୁଇଯୁବକଙ୍କୁ ମହଙ୍ଗା ପଡ଼ିଲା

Advertisment
ବାଇକ ଚଲାଇ ସାବୁନ ଲଗାଇ ଗାଧୋଇବା ଦୁଇଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ସାମ୍ନାକୁ ଆସିଥାଏ। ଲୋକେ ଭିଡିଓ ଭାଇରାଲ କରିବାକୁ ଏମିତି କିଛି କାମ କରିଥାଆନ୍ତି, ଯାହାକି ପରବର୍ତ୍ତୀ ସମୟରେ ତାଙ୍କୁ ମହଙ୍ଗା ପଡ଼ିଥାଏ। ଏମିତି ଏକ ଭିଡିଓ କରି ଦୁଇଜଣ ଯୁବକ ପୁଲିସ ହାତରେ ଧରାପଡ଼ିଛନ୍ତି।

ନିକଟରେ ଦକ୍ଷିଣ ଭାରତସ୍ଥିତ କେରଳର କୋଲ୍ଲମରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଯୁବକ ବାଇକ୍ ଚଲାଉଥିବା ବେଳେ ଅନ୍ୟ ଜଣେ ଯୁବକ ତାଙ୍କ ପଛରେ ବସିଛନ୍ତି। ଦୁଇଯୁବକ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବା ବେଳେ ଖାଲି ଦେହରେ ଯାଉଛନ୍ତି। ଏହି ସମୟରେ ବର୍ଷା ବି ହେଉଛି।

ଏହି ବର୍ଷା ପାଣିରେ ବାଇକ ଚାଲିଥିବା ସମୟରେ ଦୁଇଜଣ ଯୁବକ ନିଜ ଶରୀରରେ ସାବୁନ ଲଗାଉଛନ୍ତି । ଆଉ ବର୍ଷା ପାଣିରେ ଗାଧୋଉଥିବା ଦେଖିବାକୁ ମିଳିଛି। ତେବେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଯାତ୍ରୀମାନେ ଏଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯୁବକ ଦ୍ବୟ ସେମାନଙ୍କୁ ଦେଖି ହସୁଥିବା ବି ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଘଟଣାର ଦୃଶ୍ୟକୁ ‌‌‌କେହିଜଣେ କ୍ୟାମେରାରେ କୈଦ କରି ନେଇଥିଲେ। ଏହାପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଭିଡିଓଟି ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଥିଲା। ପୁଲିସ ନିକଟରେ ଏହି ଭିଡିଓ ପହଞ୍ଚିବା ପରେ ପୁଲିସ ଉକ୍ତ ଯୁବକ ଦ୍ବୟଙ୍କୁ ଧରି ପଚରାଉଚରା ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe