ଏଣିକି ଟ୍ରେନ୍‌ରେ ସେଲ୍‌ଫି ନେଲେ ୬ ମାସ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ!

Advertisment
ଏଣିକି ଟ୍ରେନ୍‌ରେ ସେଲ୍‌ଫି ନେଲେ ୬ ମାସ ଜେଲଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ!

ଦିନକୁ ଦିନ ଦେଶରେ ସେଲ୍‌ଫିଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ଟ୍ରେନ୍‌ରେ କିମ୍ବା ଟ୍ରେନ୍‌ ଲାଇନ୍‌ କଡ଼ରେ ସେଲ୍‌ଫି ଜନିତ ମୃତ୍ୟୁ ବହୁ ମାତ୍ରାରେ ଘଟୁଛି। ଏହାକୁ ରୋକିବାକୁ ରେଳବାଇ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଲୋକମାନେ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ଜାରି ରଖିଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଏବେ ରେଳବାଇ କଡ଼ା ନିୟମ ଜାରି କରିଛି। ଏଣିକି ଟ୍ରେନ୍‌ରେ ସେଲ୍‌ଫି ନେଲେ ଜେଲଦଣ୍ଡ ସହ ଜରିମାନା ଦେବାକୁ ପଡ଼ିବ।

publive-image

ଟ୍ରେନ ଭିତରେ କିମ୍ବା ରେଳ ଲାଇନ କଡରେ ସେଲଫି ନେବା ଏଣିକି ମହଙ୍ଗା ପଡିବ। ଏପରି କଲେ ୬ ମାସ ପାଇଁ ଜେଲ ଯିବାକୁ ପଡିପାରେ। ଟ୍ରେନରୁ ଖସିପଡିବା କିମ୍ବା କଟିଯିବା ଭଳି ଘଟଣା ଦିନକୁ ଦିନ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଏଭଳି ନିୟମ କରାଯାଇଛି। ଏହି ଅନୁସାରେ, ପୁଲିସ ଏବଂ ଚେକିଂ ଷ୍ଟାଫଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କୁହାଯାଇଛି।

ତେବେ କିଛି ଦିନ ପୂର୍ବରୁ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ ଯୁବକ ଚଳନ୍ତା ଟ୍ରେନ ଆଗରେ ସେଲଫି ନେଉଥିଲା। ସେହି ସମୟରେ ଟ୍ରେନଟି ଯୁବକଙ୍କୁ ଧକ୍କା ଦେଇଥିଲା ଏବଂ ସମ୍ପୃକ୍ତ ଯୁବକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ରେଲୱେ ବୋର୍ଡର ଚେୟାରମ୍ୟାନ ଅଶ୍ୱନୀ ଲୋହାନୀ ଗମ୍ଭୀରତାର ସହ ନେଇଥିଲେ। ସେଲଫି ନେବା କାରଣରୁ ଟ୍ରେନରେ କିମ୍ବା ଟ୍ରେନ ଲାଇନରେ କେତୋଟି ମୃତ୍ୟୁ ହୋଇଛି ସେ ବାବଦରେ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରାଯାଇଛି। ତେବେ ରେଳବାଇ ପକ୍ଷରୁ ଏନେଇ ଲୋକମାନଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଲୋକମାନେ ଏଭଳି ବିପଦଜନକ କାର୍ଯ୍ୟ ଜାରି ରଖୁଛନ୍ତି।

publive-image photo by : tamilarnet.com

ଏଣିକି ଟ୍ରେନରେ କେହି ସେଲଫି ନେବାର ପରିଲକ୍ଷିତ ହେଲେ ସମ୍ପୃକ୍ତ ଯୁବକଙ୍କ ଠାରୁ ଜୋରିମାନା ଆଦାୟ କରାଯିବା ସହ ତାଙ୍କୁ ଜେଲ ପଠାଯିବ। ରେଲୱେ ବୋର୍ଡର ଡାଇରେକ୍ଟର ପି ଶ୍ରୀନିବାସ ଟ୍ରେନରେ ସେଲଫି ନେବାକୁ ଅପରାଧ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଛନ୍ତି। ଏଥି ପାଇଁ ୬ ମାସର ଜେଲ ଦଣ୍ଡ ସହ ୨ ହଜାର ଟଙ୍କାର ଜରିମାନା ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe