ନିଃସଙ୍ଗତା କଷ୍ଟକୁ ଗୀତ ମାଧ୍ୟମରେ ଜଣାଇଲେ ବୃଦ୍ଧ

ନିଃସଙ୍ଗତା କଷ୍ଟକୁ ଗୀତ ମାଧ୍ୟମରେ ଜଣାଇଲେ ବୃଦ୍ଧ

ନୂଆଦିଲ୍ଲୀ: ଆଜିକା ସମୟରେ ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ପ୍ରାୟତଃ ସମସ୍ତେ ଫୋନରେ ବ୍ୟସ୍ତ ରହୁଛନ୍ତି। ଯାହାକି ସ୍ବାସ୍ଥ୍ୟପକ୍ଷେ କ୍ଷତି କାରକ ବୋଲି ଡାକ୍ତର ପରାମର୍ଶ ଦେଉଛନ୍ତି।

ତେବେ ପ୍ରତି ମୁହୂର୍ତ୍ତରେ ଫୋନରେ ବ୍ୟସ୍ତ ରହିବା ସହିତ ସମ୍ପର୍କରେ ମଧୁରତା କମିବାରେ ଲାଗିଲାଣି। ଏକାଠି ବସି କଥା ହେବା ପାଇଁ କାହାରି ପାଖରେ ସମୟ ନାହିଁ। ଘରେ ବାପା, ମା’ ଛୁଆ ପିଲା କାମ ଥାଉ କି ନଥାଉ ଫୋନରେ ବ୍ୟସ୍ତ ରହୁଥିବାର ଦେଖିବାକୁ ମିଳିଥାଏ। ଏହି କ୍ରମରେ ଘରେ ଥିବା ବୃଦ୍ଧା ଓ ବୃଦ୍ଧ ଏକୁଟିଆ ହୋଇଯାଉଛନ୍ତି। ସେମାନଙ୍କ ସହ ସମୟ କାଟିବା ପାଇଁ କାହାରି ପାଖରେ ସମୟ ନାହିଁ।

ଏମିତି ଜଣେ ବୃଦ୍ଧଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏକି ଏକୁଟିଆ ସମୟ କେତେ କଷ୍ଟ ହୋଇଥାଏ ତାହାକୁ ଗୀତ ମାଧ୍ୟମରେ ପ୍ରକାଶ କରିଛନ୍ତି। ବୃଦ୍ଧଙ୍କ ଏହି ଭାବବିହ୍ବଳ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭିଡିଓରେ ବୃଦ୍ଧ ଜଣକ ପଞ୍ଜାବୀ ଗୀତ ‘ଜିଦା ଦିଲ ଟୁଟ ଜାଏ’ ଗୀତକୁ ଗାଉଛନ୍ତି। ବୃଦ୍ଧଙ୍କ ଏହି ହୃଦୟସ୍ପର୍ଶୀ ଗୀତକୁ ଶୁଣି ଲୋକେ ଭାବବିହ୍ବଳ ହୋଇପଡ଼ୁଛନ୍ତି।  ସୋସିଆଲ ମିଡିଆରେ ବୃଦ୍ଧଙ୍କ ଏହି ହୃଦୟସ୍ପର୍ଶୀ ଭିଡିଓକୁ ଭାରତୀୟ ବନ ସେବା ଅଧିକାରୀ ଟୁଇଟରରେ ସେୟାର କରିଛନ୍ତି। ଯାହାକୁ ‌ଲୋକେ ଖୁବ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ୨ ମିନିଟ ୨୦ ସେକେଣ୍ଡର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe