କେମେଷ୍ଟ୍ରିରେ ଗ୍ରେସ୍‌ ମାର୍କ ମିଳିବାରୁ ୩୯ ପ୍ରତିଶତ ନମ୍ବର ରଖି ହୋଇଥିଲେ ପାସ୍‌, ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ସ୍ୱିଡେନ୍‌ରେ ଜଣେ ସଫଳ ଇଞ୍ଜିନିୟର୍‌

କେମେଷ୍ଟ୍ରିରେ ଗ୍ରେସ୍‌ ମାର୍କ ମିଳିବାରୁ ୩୯ ପ୍ରତିଶତ ନମ୍ବର ରଖି ହୋଇଥିଲେ ପାସ୍‌, ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଏବେ ସ୍ୱିଡେନ୍‌ରେ ଜଣେ ସଫଳ ଇଞ୍ଜିନିୟର୍‌

thebetterindia.com

ନୂଆଦିଲ୍ଲୀ: ମାନେ ନାହିଁ ଯେ ୯୦ ପ୍ରତିଶତ ମାର୍କ ରଖୁଥିବା ସବୁ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜଳମୟ ଓ ୪୦ ପ୍ରତିଶତରୁ କମ୍‌ ମାର୍କ ରଖୁଥିବା ସବୁ ଛାତ୍ରଙ୍କ ଭବିଷ୍ୟତ ଅନ୍ଧାରମୟ। ମାର୍କ କେବଳ ନମ୍ବର ମାତ୍ର। ଜଣେ ବ୍ୟକ୍ତିର ଭବିଷ୍ୟତ ନିଜେ ସେ ବ୍ୟକ୍ତିର ଆୟତ୍ତାଧୀନ ବୋଲି ପ୍ରମାଣ କରି ଦେଖାଇଛନ୍ତି ରାଜୀବ ଦନ୍ତୋଦୀୟ।

ରାଜୀବ ଦ୍ୱାଦଶ ପରୀକ୍ଷାରେ ରଖିଥିଲେ ୩୯ ପ୍ରତିଶତ ନମ୍ବର। ଠିକ୍‌ ଭାବେ ଇଂରାଜୀ କହି ଆସୁନଥିଲା ବୋଲି ବନ୍ଧୁମାନଙ୍କ ପାଖରେ ଅପଦସ୍ତ ହେଉଥିଲେ। ତା’ପରେ ବି ତାଙ୍କର ଇଚ୍ଛା ଶକ୍ତି ସରିଯାଇ ନଥିଲା। ସେ ଘରେ ବସି ପାଠ ପଢ଼ି ଆଇଆଇଟି ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ସେ ସ୍ୱିଡେନ୍‌ର ଟେଟ୍ରା ପାକ୍‌ରେ ସିନିୟର୍‌ ଆନରଲିଟିକ୍ସ ରିଲିୟାବିଲିଟି ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି।

publive-image thebetterindia.com

ତାଙ୍କ ଜନ୍ମ ରାଜସ୍ଥାନରେ। ତାଙ୍କ ସଂପୂର୍ଣ୍ଣ ପାଠ ପଢ଼ା ଜୀବନ ଏକ ମଧ୍ୟମ ବର୍ଗର ପରିବାର ଭିତରେ ବିତିଛି। ଏକ ଗଣମାଧ୍ୟମରେ ନିଜର ମତ ରଖି ରାଜୀବ କୁହନ୍ତି ତାଙ୍କ ପରିବାରରେ ଆର୍ଥିକ ସମସ୍ୟା ରହିଥିବା ବେଳେ ତାଙ୍କ ଘରେ ସେପରି କେହି ଉଚ୍ଚ ଶିକ୍ଷିତ ବି ନଥିଲେ। ସେ ଆଜି ଯେଉଁ ଜାଗାରେ ଅଛନ୍ତି ସେ ସ୍ଥାନରେ କେବେ ପହଞ୍ଚି ପାରିବେ ବୋଲି ତାଙ୍କ ନିଜ ଉପରେ ନିଜର ଭରସା ନଥିଲା। ମାତ୍ର ମନ ଦୃଢ଼ କରି ଲକ୍ଷ୍ୟ ପଛରେ ଧାଇଁବା ପରେ ହିଁ ସେ ସଫଳତାକୁ ହାତ ମୁଠାରେ ପାଇବାରେ ସମର୍ଥ ହୋଇ ପାରିଛନ୍ତି।

ନିଜ ଅତୀତକୁ ମନେ ପକାଇ ରାଜୀବ କୁହନ୍ତି ୧୯୯୫ ମସିହାରେ ସେ ଗ୍ରେସ୍‌ ମାର୍କ ପାଇଁ କେମେଷ୍ଟ୍ରିରେ ପାସ୍‌ କରି ପାରିଥିଲେ। ତାଙ୍କ ଭାଇ ସେ ସମୟରେ ଆଇଆଇଟି ଫର୍ମ ପୂରଣ କରୁଥାନ୍ତି। ରାଜୀବ ଏମିତି ଖାମଖିଆଲି ଭାବେ ନିଜ ନାମରେ ବି ଏକ ଫର୍ମ ପୂରଣ କରି ଦେଇଥିଲେ। ପ୍ରଥମ ଥର ପରୀକ୍ଷା ଦେବା ପରେ ସେ ଜାଣିବାକୁ ପାଇଲେ ଯେ ଏକାଦଶ ଓ ଦ୍ୱାଦଶରେ ପଢ଼ିଥିବା ପାଠ ଜରିଆରେ ହିଁ ଆଇଆଇଟିରେ ଉତ୍ତୀର୍ଣ୍ଣ ହୋଇ ହେବ। ସେଇଦିନଠାରୁ ତାଙ୍କର ନିଶା ହୋଇଥିଲା ଓ ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆଇଆଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe