ଆଇଆଇଟିରୁ ପାଠପଢ଼ି ଥିବା ୯୦ବର୍ଷୀୟ ବୃଦ୍ଧ ରାସ୍ତାରେ ଭିକ୍ଷା ମାଗୁଥିବା ଅବସ୍ଥାରେ ହେଲେ ଉଦ୍ଧାର

Advertisment
ଆଇଆଇଟିରୁ ପାଠପଢ଼ି ଥିବା ୯୦ବର୍ଷୀୟ ବୃଦ୍ଧ ରାସ୍ତାରେ  ଭିକ୍ଷା ମାଗୁଥିବା ଅବସ୍ଥାରେ ହେଲେ ଉଦ୍ଧାର

navbharattimes.indiatimes.com

ନୂଆଦିଲ୍ଲୀ: ଆଇଆଇଟିରୁ ପାଠପଢ଼ି ଥିବା ଜଣେ ୯୦ବର୍ଷୀୟ ବୃଦ୍ଧଙ୍କୁ ରାସ୍ତା ପାର୍ଶ୍ବରୁ ଭିକ୍ଷା ମାଗୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ଅଧିକ ବୟସ ହୋଇଯାଇଥିବାରୁ ତାଙ୍କ ଶରୀରାବସ୍ଥା ବି ଏତେଟା ଠିକ ନଥିବା ଦେଖିବାକୁ ମିଳିଛି। ବୃଦ୍ଧଙ୍କ ସହ କଥା ହେବା ସମୟରେ ‌ସେ ଆଇଆଇଟି କାନପୁରରୁ ପାଠପଢ଼ିଛନ୍ତି ବୋଲି ଦାବି କରିଛନ୍ତି। ତାଙ୍କ ନାମ ସୁରେନ୍ଦ୍ର ବଶିଷ୍ଠ ବୋଲି ଜଣାପଡ଼ିଛି।

ସୁରେନ୍ଦ୍ର ବରିଷ୍ଠଙ୍କୁ ରାସ୍ତା ପାର୍ଶ୍ବରୁ ଭିକ ମାଗୁଥିବା ଅବସ୍ଥାରେ ଏକ ସଙ୍ଗଠନ ଉଦ୍ଧାର କରିଥିଲା। ଏହାପୂର୍ବରୁ ମନୀଷ ମିଶ୍ରା‌ଙ୍କୁ ବି ଏହି ସଙ୍ଗଠନ ଉଦ୍ଧାର କରିଥିଲା। ଯିଏକି ପୂର୍ବରୁ ପୁଲିସରେ କାମ କରୁଥିବା ଜଣାପଡ଼ିଛି।

ଆଶ୍ରମ ସ୍ବର୍ଣ୍ଣ ସଦନ ସହିତ ଜଡ଼ିତ ବିକାଶ ଗୋସ୍ବାମୀଙ୍କ କହିବାନୁସାରେ, ଆମେ ସୁରେନ୍ଦ୍ରଙ୍କୁ ବସଷ୍ଟାଣ୍ଡ ପାଖରୁ ବହୁତ ଖରାପ ଅବସ୍ଥାରେ ଉଦ୍ଧାର କରିଥିଲୁ। ତାଙ୍କ ସହିତ ଯେତେବେଳେ କଥା ହୋଇଥିଲୁ ସେ ଇଂରାଜୀ‌ରେ କଥା ହେବା ଆରମ୍ଭ କରିଥିଲେ। ଆମେ ବୃଦ୍ଧଙ୍କ ମୁଖରୁ ଇଂରାଜୀ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲୁ। ଏହାପରେ ଆମେ ତାଙ୍କୁ ଆଶ୍ରମ ନେଇ ଆସିଥିଲୁ।

ସୁରେନ୍ଦ୍ରଙ୍କ କହିବାନୁସାରେ, ୧୯୬୯ରେ ଆଇଆଇଟି କାନପୁରରୁ ମେକାନିକାଲ ଇଞ୍ଜିନିୟରିଂ ପାଠ ପଢ଼ିଥିଲେ। କେବଳ ଏତିକି ନୁହେଁ, ୧୯୭୨ରେ ଲକ୍ଷ୍ମୌର ଡିଏବି କଲେଜରୁ ଏଲଏଲଏମ ବି କରିଛନ୍ତି ସେ। ତାଙ୍କ ପିତା ଜେସି ମିଲର ସପ୍ଲାଏର ଥିଲେ। ଯାହାକି ପରେ ବନ୍ଦ ହୋଇଯାଇଥିଲା।

କିଛିତଳ ତଳେ ଏପରି ଅବସ୍ଥାରେ ମନୀ‌ଷଙ୍କୁ ବି ଉଦ୍ଧାର କରାଯାଇଥିଲା। ଯିଏକି ୨୦୦୬ରେ ରାଜ୍ୟ ପୁଲିସ ଚାକିରିରୁ ନିଲମ୍ବିତ ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe