ଭାରତ ନିର୍ମାଣ କରୁଛି ଉଡନ୍ତା କାର୍‌! ଟ୍ରାଫିକ ସମସ୍ୟା ଦୂର କରିବା ସହ ସେନାକୁ ମଧ୍ୟ କରିବ ସାହାଯ୍ୟ

Advertisment
ଭାରତ ନିର୍ମାଣ କରୁଛି ଉଡନ୍ତା କାର୍‌! ଟ୍ରାଫିକ ସମସ୍ୟା ଦୂର କରିବା ସହ ସେନାକୁ ମଧ୍ୟ କରିବ ସାହାଯ୍ୟ

ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ସହରୀକରଣ, ଆଧୁନିକ ଲାଇଫଷ୍ଟାଇଲ ଯୋଗୁଁ ସହରରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ଟ୍ରାଫିକ ସମସ୍ୟା ଦେଖାଯାଉଛି। ଆଉ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଆଇଆଇଟି କାନପୁରର ବିଶେଷଜ୍ଞମାନେ ଏବେ ଉଡ଼ନ୍ତା କାର ନିର୍ମାଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ଏହି ଉଡ଼ନ୍ତା କାର ଯେ କୌଣସି ସ୍ଥାନରୁ ଟେକ ଅଫ୍‌ ଓ ଲ୍ୟାଣ୍ଡିଂ କରିପାରିବ। ଏଥିପାଇଁ କୌଣସି ରନୱେର ଆବଶ୍ୟକତା ପଡ଼ିବ ନାହିଁ।

ଉଡ଼ନ୍ତା କାର ନିର୍ମାଣ ପାଇଁ ବିଟଲ ଏଭିଏସନ କମ୍ପାନି ଠାରୁ ୧୫ କୋଟି ଟଙ୍କା ଆଣିଛି ଆଇଆଇଟି କାନପୁର । ଏରୋସ୍ପେଶ ଇଞ୍ଜିନିୟରିଙ୍ଗ ବିଭାଗ ଆଗାମୀ ୫ ବର୍ଷ ମଧ୍ୟରେ ୮୦୦ରୁ ୧୦୦୦ କିଲୋଗ୍ରାମର ପ୍ରୋଟୋଟାଇପ ମଡ଼େଲ ପ୍ରସ୍ତୁତ କରିବ। ଏହାର ସଫଳ ପରୀକ୍ଷଣ ପରେ ଏଭଳି ଉଡ଼ନ୍ତା କାରକୁ ମୁମ୍ବାଇରେ ନିର୍ମାଣ କରାଯିବ। ସବୁଠୁ ବଡ଼ କଥା ହେଲା ଏହି ଉଡ଼ନ୍ତା କାରର ମଡ଼େଲକୁ ମେକ୍‌ ଇନ୍‌ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯିବ।

publive-image

ଆଇଆଇଟି କାନପୁରର ଏରୋସ୍ପେଶ ବିଭାଗ ଆକାଶରେ ଉଡ଼ିପାରୁଥିବା ଦୁଇ ସିଟ୍‌ ବିଶିଷ୍ଟ କାର ନିର୍ମାଣ କରିବ। ଏହି ଉଡ଼ନ୍ତା କାର ସର୍ବାଧିକ ୧୨ହଜାର ଫୁଟ ଉପର ପର୍ଯ୍ୟନ୍ତ ଉଡ଼ି ପାରିବ। ଏହାଛଡ଼ା ସର୍ବନିମ୍ନ ୧୦୦୦ ଫୁଟ ତଳେ ଏହି କାର ଉଡ଼ିପାରିବ। ଏହାଛଡ଼ା କାରର ଗତି ସେକେଣ୍ଡ ପ୍ରତି ୯୦ରୁ ୧୦୦ ମିଟର ରହିବ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆକାଶରେ ଉଡ଼ି ପାରୁଥିବା ଏହି କାରରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଖାସକରି ଏଥିରେ ବିଭିନ୍ନ ପ୍ରକାର ସେନସର ଲଗାଯିବ। ଏପରିକି କୌଣସି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ପାରାଚ୍ୟୁଟର ମଧ୍ୟ ସୁବିଧା ରହିବ କି ନାହିଁ ସେନେଇ ବିଚାରବିମର୍ଷ ଚାଲିଛି । ଏହାଛଡ଼ା ଇଞ୍ଜନରୁ କମ ଶବ୍ଦ ଆସିବା ଓ ଏୟାର ଟ୍ରାଫିକରେ ଯେମିତି କୌଣସି ଅସୁବିଧା ନ ଦେଖାଦେବ ତାହା ଉପରେ ମଧ୍ୟ କାମ ଚାଲିଛି।

ଏହି ଉଡ଼ନ୍ତା କାରକୁ ସେନାର ଉଦ୍ଧାର କାର୍ଯ୍ୟରେ ମଧ୍ୟ ସାମିଲ କରାଯାଇପାରିବ। ଏୟାରକ୍ରାଫ୍‌ଟ ଓ ହେଲିକପ୍ଟଟ ଇଞ୍ଜନରୁ ଅଧିକ ଶବ୍ଦ ଆସୁଥିବାରୁ ଅଧିକାଂଶ ସମୟରେ ଶତ୍ରୁପକ୍ଷ ଏହାର ସୂଚନା ହାସଲ କରି ନେଇଥାନ୍ତି। କିନ୍ତୁ ଏହି ଉଡନ୍ତା କାର ଶତ୍ରୁପକ୍ଷକୁ ମାତ୍‌ ଦେଇ ପାହାଡ଼ ଓ ବରଫାବୃତ ଅଞ୍ଚଳରେ ବେଶ ଆରାମରେ ଉଡ଼ିପାରିବ। ଆଇଆଇଟି କାନପୁରର ବିଶେଷଜ୍ଞମାନେ ମେ ୧୦ରେ ୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ୟୁଏବିକୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଆକାଶରେ ସଫଳତାର ସହ ଉଡ଼ାଇଥିଲେ। ଏରୋସ୍ପେଶ ବିଭାଗର ମୁଖ୍ୟ ଏକେ ଘୋଷଙ୍କ କହିବା ଅନୁଯାୟୀ, ଆଗାମୀ ୫ ବର୍ଷ ମଧ୍ୟରେ ଆକାଶରେ ଉଡ଼ି ପାରୁଥିବା କାରର ମଡ଼େଲ ପ୍ରସ୍ତୁତ କରାଯିବ। ଏହାକୁ ବେଶ ସହଜରେ ଉଡ଼ାଯାଇପାରିବ ଓ ଲ୍ୟାଣ୍ଡିଂ ମଧ୍ୟ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe