ସ୍ୱଚ୍ଛ ଭାରତ ଅଭିଯାନରେ ଆଇଆଇଟି-ମାଡ୍ରାସ୍‌; ୪୫ ରୋବଟ୍‌ ଲଗାଇ ୧୫ ମିନିଟ୍‌ରେ ସଫା କଲେ ୭୫୦ ବର୍ଗ ଫୁଟ୍‌

ସ୍ୱଚ୍ଛ ଭାରତ ଅଭିଯାନରେ ଆଇଆଇଟି-ମାଡ୍ରାସ୍‌; ୪୫ ରୋବଟ୍‌ ଲଗାଇ ୧୫ ମିନିଟ୍‌ରେ ସଫା କଲେ ୭୫୦ ବର୍ଗ ଫୁଟ୍‌

Image Courtesy of TOI

ସଫେଇ କାର୍ଯ୍ୟରେ ବହୁ ସଂଖ୍ୟକ ରୋବଟ୍‌ ଲଗାଇ ଆଇଆଇଟି-ମାଡ୍ରାସ୍‌ର ଛାତ୍ରଛାତ୍ରୀମାନେ ଏକ ସମ୍ପୂର୍ଣ୍ଣ ନୂତନ ଏସୀୟ ଏବଂ ଭାରତୀୟ ରେକର୍ଡ ସୃଷ୍ଟି କରିଛନ୍ତି।

ଏହି ଯୁବ ଉଦ୍‌ଭାବକମାନେ ୪୫ଟି ରୋବୋଟ୍‌ ନିର୍ମାଣ କରି ମାତ୍ର ୧୫ ମିନିଟ୍‌ ମଧ୍ୟରେ ୭୫୦ ବର୍ଗ ଫୁଟ୍‌ ଅଞ୍ଚଳ ସଫେଇ କରିଛନ୍ତି।
ଭିନ୍ନ ଭିନ୍ନ ପାଠ୍ୟକ୍ରମରୁ ଆସିଥିବା ୨୭୦ ଜଣରୁ ଅଧିକ ଛାତ୍ରଛାତ୍ରୀ ରବିବାର ଦିନ ଆଇଆଇଟି-ମାଡ୍ରାସ୍‌ରେ ଅନୁଷ୍ଠିତ ସିଏଫ୍‌ଆଇ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ।

ଏହି ରୋବଟ୍‌ ସବୁରେ ବ୍ୟବହୃତ ଯାନ୍ତ୍ରିକ ବ୍ୟବସ୍ଥା ହେଉଛି: ପ୍ରତି ରୋବୋଟ୍‌ର କେନ୍ଦ୍ରସ୍ଥଳରେ ଲାଗିଛି ଏକ ଉଚ୍ଚ ଆର୍‌ଏମ୍‌ପି ଏବଂ ମଝିରେ ଲାଗିଥିବା ସକ୍‌ସନ୍‌ ମେକାନିଜମ୍‌ ଆଡ଼କୁ ଧୂଳି ଆକର୍ଷିତ କରୁଥିବା ଦୁଇଟି ଘୂର୍ଣ୍ଣିୟମାନ ସ୍କ୍ରବ୍‌ ପ୍ୟାଡ୍‌। ଧୂଳି ସବୁ ଭାକ୍ୟୁମ୍‌ ଟନେଲ୍‌ରେ ଥିବା ଏକ ଫିଲ୍‌ଟର୍‌ ଦ୍ୱାରା ସଂଗୃହୀତ ହେଉଛି।

ଏକ ଆଣ୍ଡ୍ରଏଡ୍‌-ଭିତ୍ତିକ ଆପ୍ଲିକେସନ୍‌ ଜରିଆରେ ବ୍ଲୁଟୁଥ୍‌ ଦ୍ୱାରା ଏହି ୪୫ଟି ରୋବୋଟ୍‌କୁ ନିୟନ୍ତ୍ରଣ କରା ଯାଉଥିଲା।

କ୍ୟାମ୍ପସ୍‌ରେ ଥିବା ଷ୍ଟୁଡେଣ୍ଟ୍‌ସ୍‌ ଆକ୍‌ଟିଭିଟିଜ୍‌ ସେଣ୍ଟର୍‌ରେ ଅନୁଷ୍ଠିତ ଅନୁଷ୍ଠାନକୁ ଏସିଆନ୍‌ ବୁକ୍‌ ଅଫ୍‌ ରେକର୍ଡସ୍‌ ଏବଂ ଇଣ୍ଡିଆନ୍‌ ବୁକ୍ସ୍‍ ଅଫ୍‌ ରେକର୍ଡସ୍‌ର ପ୍ରତିନିଧିମାନେ ପର୍ଯ୍ୟବେକ୍ଷଣ କରିଥିଲେ।

ପରୀକ୍ଷା ମୂଳକ ପ୍ରଦର୍ଶନ ସଫଳତାର ସହ ସମାପନ କରାଯିବାରେ ମୁଗ୍ଧ ହୋଇ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରୋଭିଜିନାଲ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିଥିଲେ।

ପ୍ରମାଣ ରେକର୍ଡର ଉପଯୁକ୍ତ ବୈଧ୍ୟତା ଏବଂ ମୂଲ୍ୟାୟନ ପରେ ଚୂଡ଼ାନ୍ତ ସାଟିଫିକେଟ୍‌ ପ୍ରଦାନ କରାଯିବ ବୋଲି ଆଶା କରାଯାଉଛି।

ଏହାଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନକୁ ସବଳ କରିବା ସେମାନଙ୍କର ଲକ୍ଷ ବୋଲି ସେମାନେ ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe