ଘରଲୋକ ପାଗଳ ଭାବି କଥା ହେବା ବନ୍ଦ କରି ଦେଇଥିଲେ

ଅଭୟ ସିଂହଙ୍କୁ ଲୋକେ ଇଞ୍ଜିନିୟର ବାବା ଭାବେ ଜାଣନ୍ତି। ଅଭୟ ନିଜର ପ୍ରଥମ ପ୍ରୟାସରେ ଆଇଆଇଟି ଏଣ୍ଟ୍ରାସ କ୍ଲିୟର କରିଥିଲେ। ଅଭୟ ଜଣେ ମେଧାବୀ ଛାତ୍ର ଥିଲେ। ମନ ବିଚଳିତ ‌ରହିବାରୁ ହୋଇଗଲେ ବାବା

ଅଦ୍ୟତନ ହୋଇଛି
erqr


ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜରେ ଆୟୋଜିତ ହୋଇଥିବା କୁମ୍ଭମେଳାକୁ ଆସିଥିବା ଆଇଆଇଟି ଇଞ୍ଜିନିୟର ଅଭୟ ସିଂହ ଚର୍ଚ୍ଚାକୁ ଆସିଛନ୍ତି। ସେ ହରିୟାଣାର ହିସାର ଅଞ୍ଚଳର ବାସିନ୍ଦା ଥିବା ବେଳେ ସେ ଗୃହ ତ୍ୟାଗ କରି ବାବା ହୋଇଯାଇଛନ୍ତି। 

ସମ୍ପ୍ରତି ସେ ମହାକୁମ୍ଭରେ ଅଛନ୍ତି। ତାଙ୍କୁ ଜାନା ଆଖଡ଼ାର ଜଣେ ସନ୍ତ ନେଇ ଏଠାକୁ ଆସିଛନ୍ତି। ଅଭୟ ସିଂହଙ୍କୁ ଲୋକେ ଇଞ୍ଜିନିୟର ବାବା ଭାବେ ଜାଣନ୍ତି। ଅଭୟ ନିଜର ପ୍ରଥମ ପ୍ରୟାସରେ ଆଇଆଇଟି ଏଣ୍ଟ୍ରାସ କ୍ଲିୟର କରିଥିଲେ। 

ଅଭୟ ବାବା ହେବା ଯାତ୍ରାକୁ ନେଇ କହିଛନ୍ତି, ‘ମୁଁ ଆଇଆଇଟି ମୁମ୍ବାଇ ଯିବାପରେ ମନରେ ଏକ ଅଦ୍ଭୁତ ଚିନ୍ତା ଘାରି ହୋଇଥିଲା। କ’ଣ କରିବି କିଛି ବୁଝି ପାରି ନଥିଲି। ମୁଁ କିଏ  ଏ ସଂସାରକୁ କାହିଁକି ଆସିଛି ଏଭଳି ଚିନ୍ତାଧାର ମୋ ମନକୁ ବାରମ୍ବାର ଆସିଥିଲା। ମୁଁ ଏକଦମ ମୋ ଭିତରେ ହଜି ଯାଇଥିଲା। ଘରଲୋକଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ସମସ୍ତେ ମୋତେ ପାଗଳ ବୋଲି ଭାବିଥିଲେ। ଏମିତି କି ଘର ଲୋକ ମୋ ସହ କଥା ହେବା ବନ୍ଦ କରି ଦେଇଥିଲେ।

ମନ ସବୁବେଳେ ବିଚଳିତ ରହୁଥିଲା। ତେଣୁ ମୁଁ ଏକଦା ଦିନେ କାହାକୁ କିଛି ନଜଣାଇ ଘରୁ ଚାଲି ଆସିଥିଲି। କିଛି ବୁଝିବା ପୂର୍ବରୁ ମୁଁ ପହଞ୍ଚି ଯାଇଥିଲି କାଶୀ। କାଶୀରେ ମୁଁ ବାବା ସୋମେଶ୍ବର ପୁରୀଙ୍କୁ ଭେଟିଥିଲି। ଏହାପରେ ମୁଁ ବାବା ହୋଇଯାଇଥିଲି। ବିଶ୍ବାସ କରନ୍ତୁ ପୂର୍ବ ଜୀବନ ଅପେକ୍ଷା ଏ ଜୀବନରେ ଅଦ୍ଭୁତ ପ୍ରକାଶ ଶାନ୍ତି ଭରି ରହିଛି। ଯାହାକୁ ମୁଁ ଶବ୍ଦରେ ବଖାଣି ପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe