ବଡ଼ ଚାକିରି ଲୋଭ ଛାଡ଼ି ଇଞ୍ଜିନିୟର ଛାତ୍ର ହେଲେ ଯୋଗୀ, ଜାଣନ୍ତୁ କାହିଁକି

Advertisment
ବଡ଼ ଚାକିରି ଲୋଭ ଛାଡ଼ି ଇଞ୍ଜିନିୟର ଛାତ୍ର ହେଲେ ଯୋଗୀ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ନିକଟରେ ଜଣେ ଜ୍ଞାନୀ ଛାତ୍ରଙ୍କଠାରେ ଏଭଳି ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଆଇଆଇଟି ମୁମ୍ବାଇରେ କେମିକାଲ ଇଞ୍ଜିନିୟରିଂରେ ୨୯ ବର୍ଷୀୟ ସଙ୍କେତ ପାରେଖ ପାଠପଢ଼ା ଶେଷ କରିଥିଲେ। ତାଙ୍କ ଜୀବନରେ ଏକ ନାଟକୀୟ ପରିବର୍ତନ ଦେଖିବାକୁ ମିଳିଛି ।

publive-image

ସେ ସିନିୟରଙ୍କ ସହ ଅନଲାଇନ ଚାଟ କରିବା ପରେ ତାଙ୍କ ଜୀବନରେ ଦିଗ ବଦଳାଇଛନ୍ତି । ଭଲ ଚାକିରି ଅଛି ଓ ଉଚ୍ଚଶିକ୍ଷା ପାଇଁ ଆମେରିକା ଯିବାର ଯୋଜନା ବି କରିଥିଲେ ସେ। କିନ୍ତୁ ପାଣି ଫୋଟକା ଭଳି ଗୋଟିଏ ମିନିଟରେ ବଦଳିଗଲା ସବୁ ନିଷ୍ପତ୍ତି । ସଙ୍କେତଙ୍କ ସହ ୧୬ ଜଣ ଜାନୁୟାରି ୨୨ରେ ଜୈନ ଦୀକ୍ଷା ନେବା ପାଇଁ ଠିକ କରିସାରିଛନ୍ତି । ଏମାନେ ସମସ୍ତେ ଜୈନ ଗୁରୁ ଯୁଗଭୂଷଣ ସୁରୀଙ୍କ ନିକଟରେ ପାଠ ପଢୁଥିଲେ । ପାରେଖ ବୈଷ୍ଣବ ଧର୍ମର ଥିଲେ କିନ୍ତୁ ଆଇଆଇଟି ପଢିବା ସମୟରେ ସିନିୟର ଭାଇଙ୍କ ସମ୍ପର୍କରେ ଆସି ଜୈନ ଧର୍ମ ପ୍ରତି ଆଗ୍ରହ ଦେଖାଇଥିଲେ ।

publive-image

ସଙ୍କେତ କହନ୍ତି, ‘୨୦୧୩ରେ ମୋର ଜୈନଧର୍ମ ପ୍ରତି ତାଙ୍କର ଦୁର୍ବଳତା ଆସିଥିଲା। ମୁଁ ପ୍ରଥମରୁ ନାସ୍ତିକ ଥିଲି କିନ୍ତୁ କ୍ୟାରିୟରକୁ ନେଇ ସବୁବେଳେ ଗମ୍ଭୀର ରହୁଥିଲି । ଜୈନଧର୍ମରେ ସାମିଲ ହେବା ପର ଠାରୁ ଶାନ୍ତିରେ ରହୁଛି। କେମିକାଲ ଇଞ୍ଜିନିୟରିଂ ପାଠପଢ଼ାର ଶେଷ ବର୍ଷରେ କାନାଡରେ ଇଂଟର୍ନସିପ କରୁଥିବା ବେଳେ ମୁଁ ଜୈନ ଭକ୍ତଙ୍କ ସହ ମିଶିଥିଲି। ମୁଁ ସେତେବେଳେ ଖୁବ କମ ମନ୍ତ୍ର ବୋଲୁଥିଲି ।

ଏପରିକି ଆତ୍ମା ବିଷୟରେ ଜାଣି ନଥିଲି । ଏହାକୁ ଗବେଷଣା କରିବା ପାଇଁ ଆଗ୍ରହ ହୋଇଥିଲା। ଏହାପରେ ଜୈନ ଧର୍ମର ପୁସ୍ତକ ପଢ଼ିବା ଆରମ୍ଭ କରିଥିଲି। କୌଣସି ଅତ୍ୟାଧୁନିକ ଗେଜେଟ ଯେପରି କମ୍ପ୍ୟୁଟର, ମୋବାଇଲ ଆଦି ଧରୁନାହିଁ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe