ନିଆରା ପରମ୍ପରା! ଏଠାରେ ବର ସ୍ଥାନରେ ବରର ଭଉଣୀ କରେ କନ୍ୟାକୁ ବିବାହ

ନିଆରା ପରମ୍ପରା! ଏଠାରେ ବର ସ୍ଥାନରେ ବରର ଭଉଣୀ କରେ କନ୍ୟାକୁ ବିବାହ

ଗାନ୍ଧୀନଗର: ଗୁଜୁରାଟର ଛୋଟା ଉଦେପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଛୋଟା ଉଦେପୁରସ୍ଥିତ ସୁରଖେଡାର ଆଦିବାସୀମାନଙ୍କର ଏକ ନିଆରା ପରମ୍ପରା ରହିଛି। ଏଠାରେ ବରର ଅନୁପସ୍ଥିତରେ ବର ଭଉଣୀ କରନ୍ତି କନ୍ୟାଙ୍କୁ ବିବାହ। ବରମାନଙ୍କୁ ନିଜ ବିବାହକୁ ଯିବା ପାଇଁ ଅନୁମତି ମିଳିନଥାଏ। ବରର ଭଉଣୀ ନିଜ ଭାଇ ପାଇଁ ବିବାହ କରି ଘର ପାଇଁ ବୋହୂ ଆଣିଥାଏ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବର ସେରଓ୍ଵାନି ଏବଂ ପଗିଡ଼ି ପିନ୍ଧି ବର ବେଶ ଧରିଥାନ୍ତି। ମାତ୍ର ବିବାହ ମଣ୍ଡପକୁ ତାଙ୍କୁ ଆସିବାକୁ ବାରଣ ରହିଛି। କଥାଟି ଶୁଣିବାକୁ ଅସଙ୍ଗତ ଲାଗୁଥିଲେ ବି ଏହି ପରମ୍ପରାଟି ସଂପୃକ୍ତ ଅଞ୍ଚଳର ସମସ୍ତ ପରିବାର ଲୋକ ମାନିଥାନ୍ତି। ସେମାନେ ବିଶ୍ୱାସ କରିଥାନ୍ତି ଯେ ଏହାକୁ ଭଙ୍ଗ କଲେ ବରକୁ କ୍ଷତି ପହଞ୍ଚିଥାଏ।

ସାଧାରଣତଃ ହିନ୍ଦୁ ଧର୍ମରେ ବରମାନଙ୍କୁ ଯେଉଁ ସବୁ ରୀତିନୀତି ମାନି ବିବାହ କରିବାକୁ ପଡ଼ିଥାଏ ତାହା ବରର ଭଉଣୀ ପାଳନ କରିଥାନ୍ତି। ‘ମଙ୍ଗଲ ଫେରେ’ରୁ ନେଇ ଅନ୍ୟ ସମସ୍ତ ରୀତି ବରର ଭଉଣୀ ନିଭାଇ ଥାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe