India Today
ଜୟପୁର: ଗତ ଏପ୍ରିଲ୍ରେ ଦ୍ବିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇ ଆଇଏଏସ୍ ଟପ୍ପର ଟିନା ଡାବି ତାଙ୍କ ସ୍ବାମୀ ପ୍ରଦୀପ ଗୱୋଣ୍ଡେଙ୍କ ସହ ଏବେ ଗୋଆ ବିଚ୍ରେ ବୁଲୁଥିବାର ବେଳର କିଛି ଫଟୋ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ସେ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେମାନଙ୍କର କିଛି ଅନ୍ତରଙ୍ଗ ଫଟୋ ପୋଷ୍ଟ୍ କରିଥିବା ଦେଖିବାକୁ ମିଳିଛି। ଟିନା ଗତ ଏପ୍ରିଲ୍ରେ ବିବାହ କରିବା ପରେ ଏବେ ସେମାନଙ୍କ ସ୍ବତନ୍ତ୍ର ମୁହର୍ତ୍ତ ବିତାଇବାକୁ ଗୋଆ ଯାଇଛନ୍ତି। ସେ ଗୋଆ ଯାଇଥିବା ବେଳେ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ପ୍ରଦୀପ ଗୱାଣ୍ଡେ ଏପ୍ରିଲ୍ ୨୦ ତାରିଖରେ ବିବାହ କରିଥିଲେ। ଜୟପୁରର ଏକ ପାଞ୍ଚ ତାରକା ହୋଟେଲ୍ରେ ସେମାନେ ବିବାହ କରିଥିବା ବେଳେ ଜୟପୁରର ଏକ ପାଞ୍ଚ ତାରକା ହୋଟେଲ୍ରେ ବିବାହ କରିଥିବା ବେଳେ ବହୁ ହାଇ ପ୍ରୋଫାଇଲ୍ ଲୋକ ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ।
ନିଜର ପ୍ରଥମ ସ୍ବାମୀ ଆଇଏଏସ୍ ଅଥର ଖାନଙ୍କୁ ଛାଡ଼ପତ୍ର ଦେବା ପରେ ଦ୍ବିତୀୟ ଥର ପାଇଁ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଛନ୍ତି ଟିନା। ଟିନା ଡାବି ୨୦୧୮ ମସିହାରେ ଆଇଏଏସ୍ ଅଥର ଖାନଙ୍କୁ ବିବାହ କରିଥିଲେ। ୨୦୧୫ ୟୁପିଏସସି ପରୀକ୍ଷାରେ ଟିନା ଡାବି ଟପ୍ପର ରହିଥିବା ବେଳେ ଦ୍ୱିତୀୟରେ ରହିଥିଲେ ଅଥର ଖାନ । ପ୍ରଥମେ ବନ୍ଧୁତା, ପରେ ପ୍ରେମ ଓ ପରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ବାଛିିନେଇଥିଲେ । ମସୁରୀରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ନ୍ୟାସନାଲ ଆକାଡେମି ଫର ଆଡମିନିଷ୍ଟ୍ରେସନରେ ଉଭୟଙ୍କ ସାକ୍ଷାତ ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଅବଶ୍ୟ, ଉଭୟଙ୍କ ସମ୍ପର୍କ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୨୦ ମସିହାରେ ଆପୋଷ ବୁଝାମଣାରେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।
Follow Us