ଆଫ୍ରିକୀୟ ଚିତାଙ୍କୁ ସୁହାଉନି ଭାରତ

Advertisment

ଆଫ୍ରିକୀୟ ଚିତାବାଘକୁ ଭାରତରେ ଥଇଥାନ କରିବା ପାଇଁ ସରକାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆରମ୍ଭ କରିଥିବା ‘ପ୍ରକଳ୍ପ ଚିତା’ ନାମକ ଉଦ୍ୟମ ପରିବେଶ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି।

ଆଫ୍ରିକୀୟ ଚିତାବାଘକୁ ଭାରତରେ ଥଇଥାନ କରିବା ପାଇଁ ସରକାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆରମ୍ଭ କରିଥିବା ‘ପ୍ରକଳ୍ପ ଚିତା’ ନାମକ ଉଦ୍ୟମ ପରିବେଶ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି।

fhfhbv

ଆଫ୍ରିକୀୟ ଚିତାବାଘକୁ ଭାରତରେ ଥଇଥାନ କରିବା ପାଇଁ ସରକାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆରମ୍ଭ କରିଥିବା ‘ପ୍ରକଳ୍ପ ଚିତା’ ନାମକ ଉଦ୍ୟମ ପରିବେଶ ଦୃଷ୍ଟିରୁ ଠିକ୍‌ ନୁହେଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାଯାଇଛି। ଏହି ପ୍ରକଳ୍ପ ଅଧୀନରେ କୁନୋ ଜାତୀୟ ଉଦ୍ୟାନକୁ ମୋଟ ୨୦ଟି ଚିତାବାଘଙ୍କୁ ସ୍ଥାନାନ୍ତର କରାଯାଇଛି। ସେଥି ମଧ୍ୟରୁ ୨୦୨୨ ମସିହା ସେପ୍ଟେମ୍ବରରେ ନାମିବିୟାରୁ ୮ଟି ଏବଂ ୨୦୨୩ ଫେବ୍ରୁଆରିରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାଙ୍କୁ ଅଣାଯାଇଛି। ତେବେ ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଚିତାମାନଙ୍କ ମୃତ୍ୟୁ ହାର ୪୦-୫୦% ହୋଇଥିବାରୁ ଏହାର ଦୀର୍ଘସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ବନ୍ୟପ୍ରାଣୀ ଅଧ୍ୟୟନ କେନ୍ଦ୍ର ଅଧୀନ ସଂରକ୍ଷଣ ବିଜ୍ଞାନ ବିଭାଗର ଯଶେନ୍ଦୁ ଚିନ୍ମୟୀ ଯୋଶୀ, ଦକ୍ଷିଣ ଆଫ୍ରିକାର ଗାନ୍ସବାଇ ସ୍ଥିତ ବ୍ଳଡ୍‌ ଲାୟନ୍‌ସ ନନ୍‌ ପ୍ରଫିଟ୍‌ କମ୍ପାନିର ଷ୍ଟେଫାନି ଇ. କ୍ଲାର୍ମାନ୍ନ ଓ ଜୋହାନ୍‌ସବର୍ଗ ବିଶ୍ବବିଦ୍ୟାଳୟର ଲୁଇ ସି ଡି ଵାଲ୍‌ଙ୍କ ପରି ଗବେଷକଙ୍କ କହିବାନୁସାରେ, ଭାରତରେ ଆଫ୍ରିକୀୟ ଚିତାବାଘ ସ୍ଥାନାନ୍ତରଣ ଅନେକ ଆହ୍ବାନ ଉପସ୍ଥାପନ କରିଛି। ଏହି ଆଫ୍ରିକୀୟ ଜୀବମାନଙ୍କ ପାଇଁ ଆବଶ୍ୟକ ଜଳବାୟୁ, ଶିକାର ଓ ବାସସ୍ଥାନରେ ପାର୍ଥକ୍ୟ ରହିଛି। ଏଥି ସହିତ ଚିତାଙ୍କ ଉପସ୍ଥିତିରେ ଅଭ୍ୟସ୍ତ ନଥିବା ସମ୍ପ୍ରଦାୟ ପାଇଁ ମାନବ-ବନ୍ୟଜୀବ ସଂଘର୍ଷର ଆଶଙ୍କା ରହିଛି। ତେଣୁ ବନ୍ୟପ୍ରାଣୀଙ୍କ ଆଇନଗତ ବାଣିଜ୍ୟରେ ପଶୁକଲ୍ୟାଣ ନେଇ ଗବେଷଣାର ଅଭାବକୁ ଦୂର କରାଯିବା ଜରୁରି। ବନ୍ୟଜୀବଙ୍କ ସ୍ଥାନାନ୍ତରଣ କାର୍ଯ୍ୟର ସାମାଜିକ ଓ ପଶୁକଲ୍ୟାଣ ପ୍ରଭାବ ଉପରେ ସଂରକ୍ଷକମାନେ ବ୍ୟାପକ ବିଚାର କରନ୍ତୁ ବୋଲି ଗବେଷକମାନେ ଆହ୍ବାନ କରିଛନ୍ତି। 

ଉଲ୍ଲେଖଯୋଗ୍ୟ, ବିଶ୍ବରେ ସମ୍ପ୍ରତି ମାତ୍ର ୬,୫୦୦ ସଂଖ୍ୟକ ଆଫ୍ରିକୀୟ ଚିତାବାଘ ରହିଥିବା ବେଳେ ଏହି ଜାତି କେବେଠାରୁ ବିପଦଗ୍ରସ୍ତ ଭାବେ ବିବେଚିତ ହୋଇଆସୁଛି। ଚିତାବାଘଗୁଡ଼ିକୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବା ପରେ ସେମାନଙ୍କୁ ନିୟମିତ ପଶୁଚିକିତ୍ସା ହସ୍ତକ୍ଷେପର ସମ୍ମୁଖୀନ ହେବାକୁ ପଡୁଛି, ଯେଉଁଥିରେ ୯୦ରୁ ଅଧିକ ଥର ରାସାୟନିକ ନିଶ୍ଚେତକ ପ୍ରୟୋଗ ଅନ୍ତର୍ଭୁକ୍ତ। ତେଣୁ ଏସବୁ ଚିତାବାଘମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଉପରେ ଚାପ ପକାଉଥିବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଚିତାବାଘଙ୍କୁ ପ୍ରତି ବର୍ଷ ଅନ୍ତର୍ମହାଦେଶୀୟ ପରିବହନର ଶରବ୍ୟ କରିବା ଉଭୟ ପରିସଂସ୍ଥାଗତ ଓ ନୈତିକତା ଦୃଷ୍ଟିରୁ ଠିକ୍ ନୁହେଁ ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe