ପୁଅକୁ ସଉଦା ପାଇଁ ପଠାଇଲେ ମାଆ, ସ୍ତ୍ରୀକୁ ଧରି ଘରକୁ ଫେରିଲା ପୁଅ

ପୁଅକୁ ସଉଦା ପାଇଁ ପଠାଇଲେ ମାଆ, ସ୍ତ୍ରୀକୁ ଧରି ଘରକୁ ଫେରିଲା ପୁଅ

symbolic

ଗଜିଆବାଦ୍‌: କରୋନା ଭାଇରସ୍‌ ହେତୁ ଲକ୍‌ଡାଉନ୍‌ ଜାରି ହେବା ପରେ ବହୁ ଅଜବ କଥ‌ା ସବୁ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଗଜିଆବାଦ୍‌ରେ ଦେଖିବାକୁ ମିଳିଛି ସେହିପରି ଏକ ଅଜବ ଘଟଣା।

ଜିଲ୍ଲା ସାହିବାବାଦ୍‌ ପୁଲିସ୍‌ ଦେଇଥିବା ରିପୋର୍ଟ ଅନୁୁଯାୟୀ ଜଣେ ମାଆ ନିଜ ପୁଅ ନାଁରେ ଯାଇ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ‌କି ସେ ତାଙ୍କ ପୁଅକୁ ସଉଦା ଆଣିବାକୁ ବଜାରକୁ ପଠାଇଥିଲେ। ମାତ୍ର ତାଙ୍କ ପୁଅ ସାଥୀରେ ନିଜ ପତ୍ନୀଙ୍କୁ ଧରି ଫେରିଥିଲେ।

ସେ ପୁଲିସ୍‌ରେ ବୟାନ୍‌ ଦେଇ କହିଛନ୍ତି, ‘ମୁଁ ମୋ ପୁଅକୁ ତେଜରାତି ସାମଗ୍ରୀ ଆଣିବାକୁ ବଜାରକୁ ପଠାଇଥିଲି। ସେ ଜଣେ ଝିଅକୁ ବାହା ହୋଇ ସ୍ତ୍ରୀ କରି ମୋ ଘରକୁ ନେଇ ଆସିଛି। ମୁଁ ସେ ଝିଅକୁ ବୋହୂ ଭାବେ ଗ୍ରହଣ କରିପାରିବି ନାହିଁ।’ ମହିଳା ଜଣକ କାନ୍ଦି କାନ୍ଦି ପୁଲିସ୍‌ ଆଗରେ ଏପରି କହୁଥିବା ସୂଚନା ରହିଛି।

ତେବେ ଏ ,ସଂପର୍କରେ ୨୬ ବର୍ଷିଅ ଗୁଡୁଙ୍କ କହିବା କଥା ହେଲା ସେ ସବିତା ନାମ୍ନୀ ଝିଅକୁ ୨ ମାସ ତଳୁ ଆର୍ଯ୍ୟ ସମାଜ ମନ୍ଦରରେ ବିବାହ କରିଛନ୍ତି। ଏବେ ଖାଲି ଘରକୁ ଆଣିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe