Al Jazeera
ନୂଆଦିଲ୍ଳୀ: ଚଳିତବର୍ଷ ହୋଇଥିବା ଐତିହାସିକ ନିର୍ବାଚନର ଫଳାଫଳ ମେ ୨୩ ତାରିଖରେ ବାହାରିବାକୁ ଥିବା ହେତୁ ସକାଳୁ ସକାଳୁ ନେତାରୁ ନେଇ ସାଧାରଣ ଜନତାଙ୍କ ନଜର ରହିଥିଲା ଟିଭି ଉପରେ। ମାତ୍ର ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଖୋଦ୍ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନରେନ୍ଦ୍ର ମୋଦୀ ଭୋଟ୍ ଗଣତି ଆରମ୍ଭ ସମୟରେ ଟିଭି ଖୋଲି ନଥିଲେ। ଆପଣ ଭାବୁଛନ୍ତି କି ଫଳାଫଳକୁ ନେଇ ମୋଦୀଙ୍କ ମନରେ ସେପରି କୌଣସି ଉତ୍ସୁକତା ନ ଥିଲା ବୋଲି? ବାସ୍ତବ କଥାଟି ହେଉଛି ମୋଦୀ ନିଜ ଇ-ମେଲ୍ ପଢ଼ି ତାହାର ଉତ୍ତର ଦେବାରେ ଏତେ ବ୍ୟସ୍ତ ହୋଇପଡ଼ିଥିଲେ ଯେ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଯାଇଥିଲେ ବି ୧୦.୩୦ ପର୍ଯ୍ୟନ୍ତ ସେ ଟିଭି ଖୋଲି ପାରିନଥିଲେ।
PM Indiaତେବେ, ଟିଭି ନ ଖୋଲିଲେ ବି ସେ ଟ୍ରେଣ୍ଡ୍ ଜାଣିପାରୁନଥିଲେ ବୋଲି କୁହାଯାଇ ନପାରେ। ସେ ଭିନ୍ନ ସୂତ୍ରରୁ ନିର୍ବାଚନୀ ଟ୍ରେଣ୍ଡ୍କୁ ନେଇ ସୂଚନା ପାଉଥିଲେ। ମୋଦୀଙ୍କ ପାଖକୁ ଗଣତି କେନ୍ଦ୍ରରୁ ଫୋନ୍ ଯୋଗେ ସୂଚନା ଆସୁଥିଲା। ଶେଷରେ ମୋଦୀ ଗଣତି ହେବାର ଦୀର୍ଘ ଅଢ଼େଇ ଘଣ୍ଟା ପରେ ୧୦.୩୦ରେ ଯାଇ ଟିଭି ଖୋଲିଥିଲେ। ଭୋଟ୍ ଗଣତି କିଛି ଘଣ୍ଟା ଧରି ଚାଲିବା ପରେ ମୋଦୀଙ୍କ ନିକଟକୁ ବିଦେଶୀରୁ ଆଗୁଆ ଶୁଭେଚ୍ଛା ବାର୍ତ୍ତା ଦେବାକୁ ନାନା ଫୋନ୍ କଲ୍ ଆସିଥିଲା।
Follow Us