ଖେଳ ଦେଖିବା ପାଇଁ ସିଙ୍ଗାପୁରରୁ କାର୍‌ରେ ଲଣ୍ଡନ ପହଁଞ୍ଚିଥିଲେ ଏହି ପରିବାର, କିନ୍ତୁ ବିଶ୍ୱକପ୍‌ କ୍ରିକେଟ ଦେଖିବା ପାଇଁ ମିଳିଲା ନାହିଁ ଟିକେଟ, ଆଇସିସି କଲା ଏପରି ସାହାଯ୍ୟ

Advertisment
ଖେଳ ଦେଖିବା ପାଇଁ ସିଙ୍ଗାପୁରରୁ କାର୍‌ରେ ଲଣ୍ଡନ ପହଁଞ୍ଚିଥିଲେ ଏହି ପରିବାର, କିନ୍ତୁ ବିଶ୍ୱକପ୍‌ କ୍ରିକେଟ ଦେଖିବା ପାଇଁ ମିଳିଲା ନାହିଁ ଟିକେଟ, ଆଇସିସି କଲା ଏପରି ସାହାଯ୍ୟ

ନୂଆଦିଲ୍ଲୀ: ସିଙ୍ଗାପୁରର ମାଥୁର ପରିବାରର ବିଶ୍ୱକପ୍‌ କ୍ରିକେଟ ଦେଖିବା ପାଇଁ ମଇ ୧୭କୁ ସିଙ୍ଗାପୁରରୁ ବାହାରି ୧୭ଟି ଦେଶର ସୀମା ପାର କରି ୨୨,୬୦୦ କିଲୋମିଟର ଯାତ୍ରା କରି ଶେଷରେ ଜୁଲାଇ ୫ରେ ଇଂଲଣ୍ଡ ପହଁଞ୍ଚିଥିଲେ। ଏହି ରୋମାଞ୍ଚକ ଯାତ୍ରାରେ ତାଙ୍କ ସହ ତାଙ୍କ ପତ୍ନୀ ଆଦିତି, ପିତା ଅଖିଳେଶ, ମା’ ଅଞ୍ଜନା, ପୁଅ ଅବିବି ଓ ତିନି ବର୍ଷର ଝିଅ ସାମିଲ ଥିଲା।

publive-image

ଅନୁପମ ମାଥୁର କହନ୍ତି, ଫେବ୍ରୁଆରିରେ ଯେମିତି ହିଁ ବିଶ୍ୱ କପ କ୍ରିକେଟର ଘୋଷଣା ହୋଇଥିଲା, ସେହିଦିନ ହିଁ ସ୍ଥିର କରିଥିଲି ପରିବାର ସହିତ ଲଣ୍ଡନ ଯାଇ ବିଶ୍ୱକପ୍‌ ଫାଇନାଲ୍‌ ଦେଖିବି । ତେବେ ବିମାନ କି ଅନ୍ୟ କୌଣସି ଯାନରେ ନୁହେଁ ନିଜସ୍ୱ କାର ନେଇ ଯିବି ବୋଲି ସ୍ଥିର କରିଥିଲି। ଯିବା ପାଇଁ ଆବଶ୍ୟକ ଥିବା ଭିସା ତଥା ଅନ୍ୟ ଜୁରୁରୀ କାଗଜପତ୍ର କାମ ଶେଷ କରି ଜୁଲାଇ ୧୭ ତାରିଖରେ ଏହି ରୋମାଞ୍ଚକ ଯାତ୍ରା ପାଇଁ ପରିବାରକୁ ଧରି ବାହାରି ପଡ଼ିଥିଲି।

ଏହି ଯାତ୍ରାରେ ମୋ ସହିତ ଥିବା ମା-ବାପାଙ୍କ ପାଇଁ ଟିକେଟ ମିଳି ନଥିଲା। ଓ୍ଵାଲର୍ଡ କପ୍‌ ଅରଗାନାଇଜର ଓ ତାଙ୍କ ଟିମ୍‌ ସୋମବାର ବୋଧ ହୁଏ ସୋସିଆଲ ମିଡିଆରୁ ଆମର ଏହି ଟ୍ରିପ୍‌ ବିଷୟରେ ଜାଣିଥିଲେ। ତେବେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍‌ସିଲ୍‌ (ଆଇସିସି)ମୋତେ ଫୋନ୍‌ କରି ସେମିଫାଇନାଲ୍‌ ଓ ରବିବାରକୁ ଲଣ୍ଡନ ଲାର୍ଡସ୍‌ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଫାଇନାଲ୍‌ ମ୍ୟାଚର ଟିକେଟ ଅଫର ଦେଇଥିଲେ।

publive-image

ଅନୁପମ ନିଜର ଫେସ୍‌ବୁକ୍‌ ଆକାଉଣ୍ଟରେ ମଙ୍ଗଳବାର ଲେଖିଥିଲେ, ଆଜି ସକାଳେ ମୋର ପାଖକୁ ଆଇସିସିରୁ କଲ ଆସିଥିଲା। ମୋତେ ସେମିଫାଇନାଲ୍‌ ପାଇଁ ୪ ହସପିଟାଲିଟି ପାସ୍‌ ଉପଲବ୍ଧ କରାଇଥିଲେ। ଏହା ମୋ ପାଇଁ ଏକ ବଡ଼ ଉପହାର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe