ଟମାଟୋ ଗଛରେ ଲାଗୁଥିବା କୀଟାଣୁ ଉପରେ ଗବେଷଣା ଲାଗି ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟରୁ ୧.୩ କୋଟି ଟଙ୍କା ବୃତ୍ତି ପାଇଲେ ଭାରତୀୟ ଛାତ୍ର

Advertisment
ଟମାଟୋ ଗଛରେ ଲାଗୁଥିବା କୀଟାଣୁ ଉପରେ ଗବେଷଣା ଲାଗି ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟରୁ ୧.୩ କୋଟି ଟଙ୍କା ବୃତ୍ତି ପାଇଲେ ଭାରତୀୟ ଛାତ୍ର

Image Courtesy of The Logical Indian

ନୂଆଦିଲ୍ଲୀ: ସମ୍ମାନଜନକ ଅଷ୍ଟ୍ରେଲୀୟ ବିଶ୍ବବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନରେ ପିଏଚ୍‌ଡି କରିବାକୁ ଲଭ୍‌ଲି ପ୍ରଫେସ୍‌ନାଲ୍ ୟୁନିଭର୍ସିଟିର ଜଣେ ସ୍ନାତକୋତ୍ତର ଛାତ୍ର ୧. ୩ କୋଟି ଟଙ୍କା ବୃତ୍ତି ପାଇଛନ୍ତି।

ସୁମନ୍ତ ବିନ୍ଦଲ ନାମକ ଏହି ଛାତ୍ରଜଣକ ଏବେ କୃଷି କ୍ଷେତ୍ରର ସ୍ବତନ୍ତ୍ର ପାଠ୍ୟ ଗୁଣସୂତ୍ରୀୟ ଏବଂ ଉଦ୍ଭିଦ ପ୍ରଜନନରେ ସ୍ନାତକୋତ୍ତର କରୁଛନ୍ତି। ଏହା ହେଉଛି କୃଷି କ୍ଷେତ୍ରରେ କୌଣସି ଭାରତୀୟ ଛାତ୍ର ପାଇଥିବା ସବୁଠୁ ବଡ଼ ବୃତ୍ତି। ଟ‌ମାଟୋ ଗଛରେ ଲାଗୁଥିବା ‘ଫୁସାରିୟମ୍ ୱିଲ୍‌ଟ୍‌’ ନାମକ ଏକ ପ୍ରକାର କବକ (ଫିମ୍ପିଜାତୀୟ କୀଟାଣୁ) ନିରାକରଣ ଉପରେ ସେ ଗବେଷଣା କରିବେ।

ବିଶ୍ବବ୍ୟାପୀ ଟମାଟୋ ଗଛରେ ଲାଗୁଥିବା ଏହି ଉଦ୍ଭିଦନାଶୀ କବକକୁ କିପରି ସମ୍ପୂର୍ଣ୍ଣ ପ୍ରତିରୋଧ କରାଯାଇ ପାରିବ, ସେ ଉପରେ ତାଙ୍କ ଗବେଷଣା ଆଲୋକପାତ କରିବ। ଏହି କବକ ଯୋଗୁଁ ଅତୀତରେ ଭାରତରେ ୪୫% ଟମାଟୋ ନଷ୍ଟ ‌ହୋଇଛି।

publive-image Image Courtesy of The Tribune

ଗଣମାଧ୍ୟମକୁ ସୁମନ୍ତ କହିଛନ୍ତି, ଏ ବୃତ୍ତି ପାଇବାକୁ ମୁଁ ଖୁବ୍ ଉତ୍ସାହିତ । ‘ଏଏନ୍‌ୟୁ’ ହେଉଛି ବିଶ୍ବର ଅନ୍ୟତମ ଅଗ୍ରଣୀ ଗବେଷଣା ପ୍ରତିଷ୍ଠାନ ଏବଂ ମୋ ପିଏଚ୍‌ଡି ସ୍ବପ୍ନର ଗନ୍ତବ୍ୟସ୍ଥଳ। ମତେ ସବୁବେଳେ ଉତ୍ସାହ ଦେଇଥିବା ଓ ‘ଏଏନ୍‌ୟୁ’ ସମେତ ବିଶ୍ବର ଅଗ୍ରଣୀ ବିଶ୍ବବିଦ୍ୟାଳୟରେ ଆବେଦନ କରିବାରେ ସହାୟତା କରିଥିବା ‘ଏଲ୍‌ପିୟୁ’ର ସମସ୍ତ ଅଧ୍ୟାପକମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି।

ଗତବର୍ଷ ସୁମନ୍ତ ତାଇୱାନ୍‌ର ‘ବିଶ୍ବ ପରିବା କେନ୍ଦ୍ର’ରେ ଯୋଗ ଦେଇଥିଲେ। ସେଠାରେ ସେ ଜଣେ ଶିକ୍ଷାନବୀଶ ଭାବେ କାମ କରିଥିଲେ। ଏଥିପାଇଁ ତାଇୱାନ୍ ସରକାର ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିଥିଲେ। ଏଥିରେ ଅଂଶ ଗ୍ରହଣ କରିବାକୁ ଚୟନ ହୋଇଥିବା ୧୫ଜଣ ସ୍ନାତକୋତ୍ତର ଛାତ୍ରଙ୍କ ମଧ୍ୟରୁ ସେ ଥିଲେ ଅନ୍ୟତମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe