ଦ୍ବିତୀୟ ଥର ବିଶ୍ୱର ମେଧାବୀ ଛାତ୍ରୀ ଆଖ୍ୟା ଅର୍ଜନ କଲେ ଭାରତୀୟ ବଂଶୋଦ୍ଭବ ନତାଶା

ଦ୍ବିତୀୟ ଥର ବିଶ୍ୱର ମେଧାବୀ ଛାତ୍ରୀ ଆଖ୍ୟା ଅର୍ଜନ କଲେ ଭାରତୀୟ ବଂଶୋଦ୍ଭବ ନତାଶା

ନୂଆଦିଲ୍ଲୀ: ୭୬ଦେଶର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇଲେ ଭାରତୀୟ ବଂଶୋଦ୍ଭବ ଛାତ୍ରୀ। ୭୬ଟି ଦେଶର ହଜାର ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଭାରତୀୟ ବଂଶୋଦ୍ଭବ ନତାଶା ପେରିୟାନାୟଗମ ଦ୍ୱିତୀୟ ଥର ପାଇଁ ବିଶ୍ୱର ମେଧାବୀ ଛାତ୍ରୀ ଆଖ୍ୟା ଅର୍ଜନ କରିଛନ୍ତି। ନ୍ୟୁଜର୍ସିରେ ରହୁଥିବା ନତାଶା ଦ୍ୱିତୀୟ ଥର ପାଇଁ ଆମେରିକାର 'ଜନ୍ ହପକିନ୍ସ ସେଣ୍ଟର ଫର ଟ୍ୟାଲେଣ୍ଟେଡ୍ ୟୁଥ୍' (ସିଟିୱାଇ) ପରୀକ୍ଷାରେ ଏହି ସଫଳତା ହାସଲ କରିଛନ୍ତି। ବିଶ୍ବର ୭୬ଟି ଦେଶରୁ ୧୫ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ଏହି ଟପ୍ ଗ୍ରେଡ୍ ସ୍ତରୀୟ ପରୀକ୍ଷାରେ ଦ୍ୱିତୀୟ ଥର ପାଇଁ ୧୩ବର୍ଷ ବୟସ୍କା ନତାଶା ପେରିଆନାୟଗମ୍ ବିଶ୍ୱର ମେଧାବୀ ଛାତ୍ରୀ ଆଖ୍ୟା ଅର୍ଜନ କରିଛନ୍ତି।

ଏହା ପୂର୍ବରୁ ମଧ୍ୟ ସେ ବିଶ୍ୱର ମେଧାବୀ ଛାତ୍ରୀ ଆଖ୍ୟା ଅର୍ଜନ କରିଥିଲେ। 'ଜନ୍ ହପକିନ୍ସ ସେଣ୍ଟର ଫର୍ ଟ୍ୟାଲେଣ୍ଟେଡ୍ ୟୁଥ୍' (ସିଟିୱାଇ) ପରୀକ୍ଷା ହେଉଛି ଏକ ଉଚ୍ଚ-ସ୍ତରୀୟ ପରୀକ୍ଷା ଯାହା ବିଶ୍ବର ଉଜ୍ଜ୍ୱଳ ଛାତ୍ରଛାତ୍ରୀମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଏକାଡେମିକ୍ ଦକ୍ଷତାକୁ ଚିହ୍ନିବା ପାଇଁ କରାଯାଇଥାଏ। ୨୦୨୧-୨୨ରେ ଏହି ପରୀକ୍ଷା ହୋଇଥିବା ବେଳେ ୭୬ଦେଶରୁ ପରୀକ୍ଷା ଦେଇଥିବା ୧୫,୩୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନତାଶା ମଧ୍ୟ ଥିଲେ। ପରୀକ୍ଷାରେ ୧୫,୩୦୦ପରୀକ୍ଷାର୍ଥୀଙ୍କୁ ପଛରେ ପକାଇ ଭଲ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଛନ୍ତି ନତାଶା।

ନତାଶାଙ୍କ ପିତାମାତା ଚେନ୍ନାଇର ବାସିନ୍ଦା ହୋଇଥିବା ବେଳେ ଝିଅର ଏଭଳି ସଫଳତାକୁ ନେଇ ସେମାନେ ଖୁସି ଥିବା କହିଛନ୍ତି।  ସେମାନେ କହିଛନ୍ତି ଯେ ଖାଲି ସମୟରେ ନତାଶା ଗୁଗୁଲ୍ ଡୁଡଲ୍ସ ତିଆରି କରିବା ଏବଂ ଜେଆରଆର ଟୋଲକିନଙ୍କ ଉପନ୍ୟାସ ପଢ଼ିବାକୁ ଭଲ ପାଆନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe