କେଶ ନଥିବା ହେତୁ ଅନେକ ଟାହିଟାପରା ସହିଛି

Advertisment

ଆମେରିକାନ ଫ୍ୟାସନ ଇନପ୍ଲୁଏନସର ନିହାର ସଚଦେବା ବିନା କେଶରେ ବଧୂ ବେଶରେ ସଜେଇ ହୋଇ କେଶ ନଥିବା ନାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଥଟ୍ଟା କରୁଥିବା ଲୋକଙ୍କ ମୁହଁ ଚୁପ କରାଇ ଦେଇଛନ୍ତି।

ଆମେରିକାନ ଫ୍ୟାସନ ଇନପ୍ଲୁଏନସର ନିହାର ସଚଦେବା ବିନା କେଶରେ ବଧୂ ବେଶରେ ସଜେଇ ହୋଇ କେଶ ନଥିବା ନାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଥଟ୍ଟା କରୁଥିବା ଲୋକଙ୍କ ମୁହଁ ଚୁପ କରାଇ ଦେଇଛନ୍ତି।

sgdsd

ନୂଆଦିଲ୍ଲୀ: କେଶକୁ ନାରୀର ସୌନ୍ଦର୍ଯ୍ୟ ବୋଲି କୁହାଯାଏ। ଯେଉଁ ନାରୀର କେଶ ନଥାଏ ତାକୁ ଲୋକଙ୍କର ଅନେକ ଟାହିଟାପରା ଶୁଣିବାକୁ ହୋଇଥାଏ। ଏହି କ୍ରମରେ ଆମେରିକାନ ଫ୍ୟାସନ ଇନପ୍ଲୁଏନସର ନିହାର ସଚଦେବା କେଶ ନଥିବା ନାରୀଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ଆମେରିକାନ ଫ୍ୟାସନ ଇନପ୍ଲୁଏନସର ନିହାର ସଚଦେବା ତାଙ୍କର ବିବାହ ଗେଟଅପକୁ ନେଇ ଚର୍ଚ୍ଚରାରେ ଅଛନ୍ତି। କାରଣ ନିହାର ପିଲାଟି ଦିନରୁ ଆଲୋପେସିଆ ଏରିଆଟା(ଏକ ବେମାରୀ ଯେଉଁଥିରେ ଦେହର ଯେ କୌଣସି ଗୋଟିଏ ବା ସବୁ ସ୍ଥାନରୁ କେଶ ଝଡ଼ିଯାଏ) ରେ ପୀଡ଼ିତ। ଯେଉଁ କାରଣରୁ ତାଙ୍କର କେଶ ଝଡ଼ି ଯାଇଛି।  ଲଣ୍ଡା ହେବା ଯୋଗୁଁ ପିଲାଟି ଦିନରୁ ଆଜି ପର୍ଯ୍ୟନ୍ତ ନିହାର ଅନେକ ଟାହିଟାପରା ଶୁଣି ଆସିଛନ୍ତି। କିନ୍ତୁ ସେ କେବେ ଭାଙ୍ଗି ପଡ଼ି ନଥିଲେ।  

ଭାରତରେ ଜନ୍ମିତ ଏବଂ ଆମେରିକାରେ ରହୁଥିବା ନିହାର ସଚଦେବ ୧୯ ଜାନୁଆରି ୨୦୨୫ରେ ଅରୁଣ ଭି ଗଣପତିଙ୍କୁ ବିବାହ କରିଛନ୍ତି। ବିବାହ ଦିନ ସେ ଚାହିଁଥିଲେ ନକଲି କେଶ ଲଗାଇ ପାରି ଥାଆନ୍ତେ କିନ୍ତୁ ତାଙ୍କ ଭଳି ରୋଗରେ ପୀଡ଼ିତ ହୋଇ ଯେଉଁମାନେ କେଶକୁ ହରାଇ ହାର ମାନି ଯାଇଛନ୍ତି ସେମାନଙ୍କୁ ସେ ପ୍ରେରଣା ଦେବା ପାଇଁ ବିନା କେଶରେ ବଧୂ ବେଶରେ ସଜାଇ ଦେଇ ବିବାହ କରିଥିଲେ।


ଏହି ଦମ୍ପତି ସେମାନଙ୍କର ବିବାହକୁ ନେଇ ଖୁବ ଖୁସି ଅଛନ୍ତି। ବିବାହର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି ।

ଏହି ବିବାହର ସ୍ବତନ୍ତ୍ରତା ହେଉଛି ନିହାର ବିବାହ ଦିନ ନକଲି କେଶ ଲଗାଇ ନଥିଲେ। ସେ ଯେପରି ଯେମିତି ହିଁ ସଜାଇ ହୋଇଥିଲେ। ଆଉ ତାଙ୍କୁ ଥଟ୍ଟା ପରିହାସ କରୁଥିବା ଲୋକଙ୍କୁ ବିବାହ ଭୋଜିକୁ ନିମନ୍ତ୍ରଣ କରିଥିଲେ। ଯେଉଁମାନେ ନିହାରଙ୍କୁ ‌କହୁଥିଲେ ଏହି କେଶ ନଥିବା ଝିଅକୁ କିଏ ବିବାହ କରିବ? ସେମାନଙ୍କ ମୁହଁ ଚୁପ ହୋଇଯାଇଥିଲା। 

ନିହାରଙ୍କୁ ବିବାହ କରିବା ପରେ ଅରୁଣ ଭି ଗଣପତି ବି ବେଶ ଖୁସିରେ ଅଛନ୍ତି। ଦୁହେଁ ନିଜର ବିବାହର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଆମେ ଦୁହେଁ ସାତଜନ୍ମ ପାଇଁ ସାଥୀ ହୋଇଗଲୁ । ବାସ୍ତବ‌ରେ ପ୍ରେମ କେବେ ଚେହେରା ଦେଖି ହୋଇ ନଥାଏ। ଏହା ତ ହୃଦୟରୁ ହୋଇଥାଏ। ଯାହା ଆମ ସହିତ ହୋଇଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe