ନିଜ ବିବାହ ମଣ୍ଡପରେ ଇଗଲ୍‌ ପିଞ୍ଜରା ଯୋଗେ ଆସି ପହଞ୍ଚିଲେ ବର-କନ୍ୟା; ଇଣ୍ଟର୍‌ନେଟ୍‌ରେ ଛାଇଲା ଭିଡିଓ

Advertisment
ନିଜ ବିବାହ ମଣ୍ଡପରେ ଇଗଲ୍‌ ପିଞ୍ଜରା ଯୋଗେ ଆସି ପହଞ୍ଚିଲେ ବର-କନ୍ୟା; ଇଣ୍ଟର୍‌ନେଟ୍‌ରେ ଛାଇଲା ଭିଡିଓ

ନୂଆଦିଲ୍ଲୀ: ଏଥିରେ ସନ୍ଦେହ ନାହିଁ ଯେ ଭାରତୀୟ ବିବାହ ସଦା ସ୍ୱତନ୍ତ୍ର ଓ ଆକର୍ଷଣୀୟ। ମାତ୍ର ନିକଟରେ ଏକ ଦମ୍ପତି ନିଜ ବିବାହ ମଣ୍ଡପରେ ଯେଉଁଭଳି ଭାବେ ପହଞ୍ଚିଥିଲେ ତାହା ସମସ୍ତଙ୍କୁ ଚିକିତ କରାଇବା ସହ ମନୋରଞ୍ଜନ କରାଇଛି। ସେ ଦୁହେଁ ଛଞ୍ଚାଣପକ୍ଷୀ(ଇଗଲ୍‌) ଡଡ଼ନ୍ତା ପିଞ୍ଜରା ବ୍ୟବହାର କରି ଉଡ଼ି ଉଡ଼ି ଆସି ନିଜ ବିବାହ ମଣ୍ଡପରେ ପହଞ୍ଚିଛନ୍ତି। ଯଦିଓ ଆଜିକାଲି ନାମୀଦାମୀ ଲୋକଙ୍କ ବାହାଘରରେ ହେଲିକପ୍ଟରରେ ଆସି ବର କନ୍ୟା ମଣ୍ଡପରେ ପହଞ୍ଚିବା ଏକ ସାଧାରଣ କଥା ପାଲଟିଗଲାଣି ମାତ୍ର ଏପରି ଏକ ବିଶାଳ ଏବଂ ଭିନ୍ନ ଚିନ୍ତାଧାରା ଅଧିକ ଆକର୍ଷଣୀୟ ହୋଇପାରିଛି।

ସେମାନେ ଉଡ଼ି ଉଡ଼ି ଆସି ପହଞ୍ଚିବା ବେଳେ ୨ଟି ଇଗଲ୍‌ ଆସୁଛନ୍ତି ବୋଲି ଅନୁଭବ ହୋଇଥିଲା। ଏହି ସମୟକୁ କେହି ଜଣେ ଭିଡିଓ କରି ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ଏହି ଭିଡିଓଟି ଏବେ ଇଣ୍ଟର୍‌ନେଟରେ ଛାଇଯାଇଛି। ଏହାକୁ ଅନେକ ଟୁଇଟର୍‌ ବ୍ୟବହାରକାରୀ ସେୟାର କରିବା ସହ ଭିନ୍ନ ଭିନ୍ନ କ୍ୟାପ୍‌ସନ ଦେଇଛନ୍ତି। ସେମାନେ ଆସୁଥିବା ବେଳେ ବ୍ୟାଗ୍‌ଗ୍ରାଉଣ୍ଡ୍‌ରେ ମହମ୍ମଦ ରଫିଙ୍କର ଲୋକପ୍ରିୟ ଗୀତ ‘ବାହାରୋ ଫୁଲ୍‌ ବର୍‌ର୍ସୋ’ ଶୁଣିବାକୁ ମିଳିଥିଲା।

ଯାହାବି ହେଉ, ଏପରି ପକ୍ଷୀ ପରି ଉଡ଼ି ଉଡ଼ି ଆସି ନିଜ ବିବାହ ମଣ୍ଡପରେ ପହଞ୍ଚିବାର ଚିନ୍ତାଧାରା ଖୁବ୍‌ ନିଆରା ଥିଲା। ଏପରିକି କୌଣସି ବଲିଉଡ୍‌ ଚଳଚ୍ଚିତ୍ର ବି ପୂର୍ବରୁ ଏମିତି କୌଣସି ଦୃଶ୍ୟ ଦେଖିବାକୁ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe