ଟ୍ରକ୍ ଓ ବସରେ ବାଜୁଥିବା ହର୍ଣ୍ଣର ଅବିକଳ ନକଲ କରୁଥିବା ଏହି ବ୍ୟକ୍ତିଙ୍କ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ

Advertisment
ଟ୍ରକ୍ ଓ ବସରେ ବାଜୁଥିବା ହର୍ଣ୍ଣର ଅବିକଳ ନକଲ କରୁଥିବା ଏହି ବ୍ୟକ୍ତିଙ୍କ ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ

indiatimes.com

ନୂଆଦିଲ୍ଲୀ: ପୂର୍ବରୁ ସୋସିଆଲ ମିଡିଆରେ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଲୋକଙ୍କ ଭିତରେ ଲୁଚି ରହିଥିବା କଳା ସାରା ଦେଶ ଦେଖିଛି। ସୋସିଆଲ ମିଡିଆ ମାଧ୍ୟମରେ ‌ସେମାନେ ରାତାରାତି ଷ୍ଟାର ପାଲଟିଥିବା ବେଳେ ଏବେ ଆଉ ଜଣେ ବ୍ୟକ୍ତିଙ୍କ ଲୁକ୍କାୟିତ କଳା ସାମ୍ନାକୁ ଆସିଛି। ଭିଡିଓକୁ ଟୁଇଟ୍ କରି ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେୟାର କରିଥିବା ବେଳେ ବ୍ୟକ୍ତିଙ୍କୁ ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟକୁ ଯିବା ଦରକାର ବୋଲି ଭିଡିଓ କ୍ୟାପସନରେ ଲେଖିଛନ୍ତି।

ଟୁଇଟ୍ କରାଯାଇଥିବା ଭିଡିଓରେ ଦେଖାଯାଇଛି କି, ଜଣେ ବ୍ୟକ୍ତି କ୍ୟାମେରା ଆଗରେ ଠିଆ ହୋଇ ଟ୍ରକ୍ ଓ ବସର ବାଜୁଥିବା ହର୍ଣ୍ଣର ନକଲ କରୁଛନ୍ତି। କ୍ୟାମେରା ଧରିଥିବା ବ୍ୟକ୍ତି ଗୋଟେ ପରେ ଗୋଟେ ଟ୍ରକ୍ ଓ ବସର ନାଁ କହୁଥିବା ବେଳେ ବ୍ୟକ୍ତିଜଣଙ୍କ ହର୍ଣ୍ଣର ନକଲ କରୁଛନ୍ତି। ୩୦ସେକେଣ୍ଡର ଭିଡିଓରେ ବ୍ୟକ୍ତିଜଣଙ୍କ ନିଜର ଯେଉଁ ଦକ୍ଷତା ଦେଖାଯାଇଛନ୍ତି, ତାହାକୁ ଲୋକେ ପ୍ରଶଂସା କରିବାରେ ଲାଗିଛନ୍ତି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ଲୋକଙ୍କର ସୃଜନଶୀଳତାକୁ ନିଜ ଟୁଇଟ୍ ମାଧ୍ୟମରେ ସାମ୍ନାକୁ ଆଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe