ଭାରତୀୟ ବିବାହ ଯୋଗୁଁ ବଢୁଛି ଜଳବାୟୁ ବିଶୃଙ୍ଖଳା

Advertisment

ଭାରତୀୟ ବିବାହ ସାରା ପୃଥିବୀରେ ଏହାର ଆଡ଼ମ୍ବରପୂର୍ଣ୍ଣ ରୀତିନୀତି ଓ ପରମ୍ପରା ଲାଗି ପ୍ରସିଦ୍ଧ। ତେବେ ସଂପ୍ରତି ଜଣାପଡ଼ିଛି ଯେ ଭାରତୀୟ ବିବାହର ଚାକଚକ୍ୟ ଯୋଗୁଁ ଜଳବାୟୁ ଉପରେ ଚାପ ପଡୁଛି। ଭାରତରେ ପ୍ରତିବର୍ଷ କୋଟିଏରୁ ଅଧିକ ବିବାହ ସଂପନ୍ନ ହେଉଥିବାରୁ....

ଭାରତୀୟ ବିବାହ ସାରା ପୃଥିବୀରେ ଏହାର ଆଡ଼ମ୍ବରପୂର୍ଣ୍ଣ ରୀତିନୀତି ଓ ପରମ୍ପରା ଲାଗି ପ୍ରସିଦ୍ଧ। ତେବେ ସଂପ୍ରତି ଜଣାପଡ଼ିଛି ଯେ ଭାରତୀୟ ବିବାହର ଚାକଚକ୍ୟ ଯୋଗୁଁ ଜଳବାୟୁ ଉପରେ ଚାପ ପଡୁଛି। ଭାରତରେ ପ୍ରତିବର୍ଷ କୋଟିଏରୁ ଅଧିକ ବିବାହ ସଂପନ୍ନ ହେଉଥିବାରୁ....

547t (1)

ଭାରତୀୟ ବିବାହ ସାରା ପୃଥିବୀରେ ଏହାର ଆଡ଼ମ୍ବରପୂର୍ଣ୍ଣ ରୀତିନୀତି ଓ ପରମ୍ପରା ଲାଗି ପ୍ରସିଦ୍ଧ। ତେବେ ସଂପ୍ରତି ଜଣାପଡ଼ିଛି ଯେ ଭାରତୀୟ ବିବାହର ଚାକଚକ୍ୟ ଯୋଗୁଁ ଜଳବାୟୁ ଉପରେ ଚାପ ପଡୁଛି। ଭାରତରେ ପ୍ରତିବର୍ଷ କୋଟିଏରୁ ଅଧିକ ବିବାହ ସଂପନ୍ନ ହେଉଥିବାରୁ, ଏହି ସାମାଜିକ କାର୍ଯ୍ୟକ୍ରମ ଦେଶରେ ଖାଦ୍ୟ ଅପଚୟର ଏକ ପ୍ରମୁଖ ଉତ୍ସ ହେବା ସହ ମିଥେନ୍‌ ନିର୍ଗମନ ବୃଦ୍ଧିର ବାହକ ପାଲଟିଛି।
କ୍ଷୁଧା ମୁକାବିଲା ପାଇଁ କାମ କରୁଥିବା ସ୍ବେଚ୍ଛାସେବୀ ସଂଗଠନ ‘ଫିଡିଂ ଇଣ୍ଡିଆ’ ଅନୁସାରେ, ଏକ ସାଧାରଣ ଭାରତୀୟ ବିବାହରେ ୩୦ରୁ ୫୦ କିଲୋଗ୍ରାମ ଖାଦ୍ୟ ନଷ୍ଟ ହୁଏ। ଆଭିଜାତ୍ୟସଂପନ୍ନ ବିବାହରେ, ଏହି ପରିମାଣ ୮୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଭାରତରେ, ବିବାହ ସହ ଜଡ଼ିତ ଖାଦ୍ୟ ଅପଚୟର ମୁଖ୍ୟ କାରଣ ହେଉଛି ବଫେ ପଦ୍ଧତିରେ ବିତରଣ, ଭୁଲ୍‌ ଅତିଥି ସଂଖ୍ୟା ଆକଳନ ଓ ବଳକା ଖାଦ୍ୟ ଦାନ ବିଷୟରେ ସଚେତନତାର ଅଭାବ। ବିବାହ ଉତ୍ସବର ପରିତ୍ୟକ୍ତ ଖାଦ୍ୟ ପଚି ମିଥେନ୍‌ ପରି ସବୁଜଗୃହ ବାଷ୍ପ ଉତ୍ପନ୍ନ କରେ ଯାହା ଜଳବାୟୁ ବିଶୃଙ୍ଖଳା ବୃଦ୍ଧିରେ ସହାୟକ ହୁଏ। ଉଷ୍ମତା ଧାରଣ କରିବାରେ ଅଙ୍ଗାରକାମ୍ଳ ଅପେକ୍ଷା ମିଥେନ୍‌ ୮୦ ଗୁଣ ଅଧିକ ଶକ୍ତିଶାଳୀ। ମିଥେନ୍‌ ୨୦ ବର୍ଷରୁ ଅଧିକ ସମୟ ବାୟୁମଣ୍ଡଳରେ ରହିପାରେ। ୟୁଏନ୍‌ଇପି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ମାନବ-ସୃଷ୍ଟ ମିଥେନ୍ ନିର୍ଗମନକୁ ଦଶନ୍ଧି ମଧ୍ୟରେ ୪୫% ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ, ଯାହା ୨୦୪୫ ସୁଦ୍ଧା ବିଶ୍ୱ ଉଷ୍ମତାକୁ ପ୍ରାୟ ୦.୩ ଡିଗ୍ରି ସେଲସିଅସ୍‌ ହ୍ରାସ କରିପାରିବ ଏବଂ ପ୍ୟାରିସ୍ ଚୁକ୍ତି ଦ୍ୱାରା ଲକ୍ଷ୍ୟ ରଖାଯାଇଥିବା ୧.୫ ଡିଗ୍ରି ସେଲସିଅସ୍‌ ସୀମା ମଧ୍ୟରେ ପୃଥିବୀକୁ ରଖିପାରିବ। 

ବିବାହ ଋତୁରେ ପ୍ରତିବର୍ଷ ବିଶ୍ୱରେ ୧୦୦ କୋଟି ଟନ୍ ଖାଦ୍ୟ ନଷ୍ଟ ହେଉଥିବାରୁ, ବିଶ୍ୱର ପ୍ରାୟ ୭୮.୩ କୋଟି ଲୋକ କ୍ଷୁଧା ସହିତ ସଂଘର୍ଷ କରୁଛନ୍ତି। ତେଣୁ ଖାଦ୍ୟର ସଚେତନ ବ୍ୟବହାର, ଉତ୍ତମ ଯୋଜନା ଓ ଖାଦ୍ୟ ଦାନ ବିଷୟରେ ସଚେତନତା ବୃଦ୍ଧି ଦ୍ୱାରା ଏହି ଅପଚୟକୁ ଯଥେଷ୍ଟ ହ୍ରାସ କରାଯାଇପାରିବ। ୨୦୧୮ରେ ଦିଲ୍ଲୀ ସରକାର ବିବାହରେ ଅନୁମତିପ୍ରାପ୍ତ ଅତିଥିଙ୍କ ସଂଖ୍ୟା ସୀମିତ କରି ଖାଦ୍ୟ ଅପଚୟକୁ ହ୍ରାସ କରିବା ପାଇଁ ଏକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ। କୋଭିଡ୍‌-୧୯ ମହାମାରୀ ସମୟର ପ୍ରତିବନ୍ଧକ ଯୋଗୁଁ ବିବାହ ସମାବେଶର ଆକାର ଛୋଟ ହୋଇଥିଲା। ତେବେ ଏହି ଧାରାକୁ ବଜାୟ ରଖି, ବିବାହ ଉତ୍ସବର ଆକାରକୁ ସୀମିତ ଓ ସୁଚିନ୍ତିତ ପରିମାଣର ଖାଦ୍ୟ ପ୍ରସ୍ତୁତ କରିବା ଦ୍ବାରା ବିପୁଳ ଖାଦ୍ୟ ଅପଚୟକୁ ଯଥେଷ୍ଟ ହ୍ରାସ କରାଯାଇପାରିବ ବୋଲି ଗବେଷକମାନେ ଆକଳନ କରିଛନ୍ତି। ଏହା ଦ୍ବାରା ବିବାହ ପରି ସୁଖଦ ଉତ୍ସବରେ ପରିବେଶ ସୁରକ୍ଷାର ଦାୟିତ୍ବ ମଧ୍ୟ ପୂରଣ କରାଯାଇପାରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe