ଦିଲ୍ଲୀ- ନ୍ୟୁୟର୍କ ବିମାନରେ ‘ ଥ୍ରୀ ଇଡିଅଟସ୍‌’ ସିନେମାର କାହାଣୀ ଦୋହରାଇଲେ ଡାକ୍ତର: ମଝି ଆକାଶରେ ଜନ୍ମ ନେଲା ପୁତ୍ର ସନ୍ତାନ

Advertisment
ଦିଲ୍ଲୀ- ନ୍ୟୁୟର୍କ ବିମାନରେ ‘ ଥ୍ରୀ ଇଡିଅଟସ୍‌’ ସିନେମାର କାହାଣୀ ଦୋହରାଇଲେ ଡାକ୍ତର: ମଝି ଆକାଶରେ ଜନ୍ମ ନେଲା ପୁତ୍ର ସନ୍ତାନ

ନୂଆଦିଲ୍ଲୀ: ଆପଣମାନେ ବଲିଉଡ୍‌ ସିନେମା ‘ଥ୍ରୀ ଇଡିଅଟସ୍‌’ ତ ନିଶ୍ଚୟ ଦେଖିଥିବେ। ଏଥିରେ ଆମିର ଖାନ୍‌ ରେଞ୍ଚୋ ଭୂମିକାରେ ଅଭିନୟ କରିଥିଲେ। ପ୍ରବଳ ବର୍ଷା ଅନ୍ଧାର ରାତିରେ ସେ କରିନାଙ୍କ ଭଉଣୀଙ୍କର ପ୍ରସବ କରାଇଥିବାର ଦୃଶ୍ୟ ‘ଥ୍ରୀ ଇଡିଅଟସ୍‌’ରେ ଦେଖିବାକୁ ମିଳିଥିଲା। ଏଭଳି ଏକ ଘଟଣା ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ବିମାନରେ ବାସ୍ତବରେ ଘଟିଛି। ୩୫ଫୁଟ ଉଚ୍ଚରେ ଉଡୁଥିବା ବିମାନାରେ ଭାରତୀୟ ମୂଳର ଜଣେ ଡାକ୍ତର ବିନା କୌଣସି ପ୍ରସବ ସାମଗ୍ରୀ ବିନା ନିଜର ଉପସ୍ଥିତ ବୁଦ୍ଧି ଖଟାଇ ମହିଳାଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଅଛନ୍ତି।

publive-image

ଏହି ବିମାନ ଦିଲ୍ଲୀରୁ ନ୍ୟୁୟର୍କ ଯାଉଥିବା ଭାରତୀୟ ମୂଳର ଡାକ୍ତରଙ୍କ ନାମ ହେମଲ । ସେ ତାଙ୍କର ଜଣେ ସାଙ୍ଗର ବିବାହ ଉତ୍ସବରେ ଯୋଗ ଦେବାକୁ ପ୍ୟାରିସ୍‌ରୁ ନ୍ୟୁୟର୍କ ଯାଉଥିଲେ। ବିମାନ ଗ୍ରିନ୍‌ଲ୍ୟାଣ୍ଡ ଦକ୍ଷିଣ ତଟ ଉପରେ ଯାଉଥିବା ସମୟରେ ହଠାତ୍‌ ଜଣେ ୪୧ବର୍ଷୀୟ ମହିଳାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲେ। ସେ ଯନ୍ତ୍ରଣା ସହ୍ୟ କରି ନପାରି ଚିତ୍କାର କରିବାରେ ଲାଗିଥିଲେ। ବିମାନ କ୍ର୍ୟୁ ମେମ୍ବର ଡାକ୍ତର ହେମଲଙ୍କୁ ଡାକି ଥିଲେ। ହେମଲଙ୍କ ପାଖ ସିଟ୍‌ରେ ବସିଥିବା ଅନ୍ୟ ଜଣେ ଡାକ୍ତର ଷ୍ଟେଫାନାଇ ଓର୍ଥୋଲାନ୍‌ ଦୁହେଁ ମହିଳାଙ୍କ ପାଖକୁ ଯାଇ ତାଙ୍କ ଶରୀର ଯାଞ୍ଚ କରିଥିଲେ। ଏବଂ ଜାଣିବାକୁ ପାଇଲେ ମହିଳାଙ୍କ ପ୍ରସବ ସମୟ ହୋଇଯାଇଛି। ତେଣୁ ସେ ବିମାନରେ ଥିବା ପ୍ରାଥମିକ ଚିକିତ୍ସା ଜିନିତ ସାମଗ୍ରୀ ଦ୍ୱାରା ମହିଳାଙ୍କ ରକ୍ତଚାପ ଓ ଅକ୍ସିଜେନ୍‌ ରେଟକୁ ଦେଖି ଥିଲେ ଓ ଶାନ୍ତ ରହିବାକୁ କହିଥିଲେ। ବିମାନ ଜରୁରୀକାଳିନ ଅବତରଣ ପାଇଁ ୨ଘଣ୍ଟା ସମୟ ବ୍ୟବଧାନ ଥିଲା। ତେଣୁ ସେ ଆଉ ଅପେକ୍ଷା ନକରି ମହିଳା ଚିକିତ୍ସା ଆରମ୍ଭ କରିଥିଲେ । ମହିଳା ବିମାନରେ ଦୁଇ ଡାକ୍ତରଙ୍କ ସାହାଯ୍ୟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

publive-image

ଏହି ଘଟଣାକୁ ନେଇ ହେମଲ କହନ୍ତି , ‘ବୋଧ ହୁଏ ଡାକ୍ତର ଜୀବନ ଭିତରେ ଏଭଳି ଘଟଣା ମୋ ପାଇଁ ପ୍ରଥମ। ଭବିଷ୍ୟତରେ କେବେ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ତାହା ମୁଁ ଜାଣି ନାହିଁ। କିନ୍ତୁ ଏହି ଘଟଣା ମୋ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe