ରାତିରେ ରେଳ ଧାରଣାକୁ ଚାଲି ଆସିଲେ ହାତୀ; ଲୋକୋପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ

Advertisment
ରାତିରେ ରେଳ ଧାରଣାକୁ ଚାଲି ଆସିଲେ ହାତୀ; ଲୋକୋପାଇଲଟ ଉପସ୍ଥିତ ବୁଦ୍ଧି ଖଟାଇ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ରେଳଧାରଣା ପାର କରୁଥିବା ସମୟରେ ଅନେକ ବନ୍ୟଜନ୍ତୁ ଦୁର୍ଘଟଣାର ଶିକାର ହୋଇଥାଆନ୍ତି। ଏଥିମଧ୍ୟରୁ ହାତୀଙ୍କ ସଂଖ୍ୟା ଅଧିକ ରହିଛି। ବୁଧବାର କେନ୍ଦ୍ରୀୟ ରେଳମନ୍ତ୍ରୀ ପିୟୁଷ ଗୋଏଲ ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ଏଥିମଧ୍ୟରୁ ତିନିଟି ହାତୀ ରେଳ ଧାରଣା ଉପରେ ବୁଲୁଥିବା ଦେଖିବାକୁ ମିଳିଛି। ଯେମିତି ହିଁ ହାତୀଙ୍କ ଉପରେ ଲୋକ ପାଇଲଟଙ୍କ ନଜର ପଡ଼ିଥିଲା ସେ ଟ୍ରେନକୁ ସୁରକ୍ଷିତ ଭାବେ ଧାରଣା ଉପରେ ଛିଡ଼ା କରି ଦେଇଥିଲେ। ଏହାପରେ ସେ ହାତୀକୁ ଧାରଣା ଉପରୁ ଜଙ୍ଗଲ ଭିତରକୁ ଚାଲିଯିବା ପାଇଁ ଅପେକ୍ଷା କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପୋଷ୍ଟ ହେବାପରେ ଉକ୍ତ ଲୋକ ପାଇଲଟଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଆସୁଛି।

ପିୟୁଷ ଗୋଏଲ ଭିଡିଓ ସେୟାର କରି ଲେଖିଛନ୍ତି, ଟ୍ରେନର ଲୋକପାଇଲଟ ଓ ଅନ୍ୟ ସଦସ୍ୟଙ୍କ ସତର୍କତା ଓ ତୁରନ୍ତ ପଦକ୍ଷେପ ହେତୁ ପଶ୍ଚିମବଙ୍ଗ ଓ ସିବେବକ-ଗୁଲାମା ସେକସନ୍ କ୍ରସିଙ୍ଗ ରେଳ ଧାରଣ ଦେଇ ହାତୀ ଛୁଆ ସହିତ ତିନିଟି ହାତୀଙ୍କ ଜୀବନ ବଞ୍ଚା ଯାଇପାରିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe