ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏଭଳି ଭୁଲ ଭାରୀ ପଡ଼ିବ, ହୋଇପାରେ ଜେଲ୍‌

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଏଭଳି ଭୁଲ ଭାରୀ ପଡ଼ିବ, ହୋଇପାରେ ଜେଲ୍‌

Dawn

ଟ୍ରେନ୍‌ରେ ଯାତ୍ରା କରୁଥିବା ସବୁ ଯାତ୍ରୀଙ୍କ ପାଇଁ କିଛି ନିୟମ ରହିଛି । ଏହାର ପାଳନ ନ କରିବା ଦ୍ୱାରା ଆଇନଗତ ତଦନ୍ତ ହେବା ସହ ଜେଲ୍‌ଦଣ୍ଡ ମଧ୍ୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଯାତ୍ରୀମାନେ କରୁଥିବା ସେହି ସବୁ ଭୁଲ ବିଷୟରେ ଜଣାଇବାକୁ ଯାଉଛୁ ।

୧.କମ ଦୂରତାକୁ ଯାତ୍ରା କରିବା ପାଇଁ ଟିକେଟ୍‌ କରି ଅଧିକ ଦୂର ପର୍ଯ୍ୟନ୍ତ ଯାତ୍ରା କରୁଥିବା ସମୟରେ ଧରା ପଡ଼ିଲେ,ଟ୍ରେନ୍‌ରୁ ଓହ୍ଲାଇ ଦିଆ ଯାଇଥାଏ । ଯେଉଁ ଷ୍ଟେସନରେ ଟିଟିଇ ଯାତ୍ରୀଙ୍କ ଏଭଳି ଭୁଲ ବିଷୟରେ ଜାଣିବେ,ତୁରନ୍ତ ସେହି ଷ୍ଟେସନରେ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ପାରିବେ । ଏହା ସହ ଯଦି ୧୦୦ଟଙ୍କାର ଟିକେଟ କାଟି ଯାତ୍ରୀ ୫୦୦ଟଙ୍କାର ଦୂରତା ଅତିକ୍ରମ କରିଥିବା ଜଣା ପଡ଼େ, ତେବେ ତାକୁ ୪୦୦ଟଙ୍କା ଜରିମାନା ଦେବାକୁ ପଡ଼ିଥାଏ ।

publive-image thelogicalindian.com

୨.କମ ଦୂରତାର ଟିକେଟ୍‌ କରି ଯଦି ଯାତ୍ରୀ ରେଷ୍ଟ୍ରିକ୍‌ଟେଡ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବାର ଧରା ପଡ଼େ,ତେବେ ଯାତ୍ରୀକୁ ଟିକେଟ ପାଇଁ ଦେଇଥିବା ଭଡ଼ା ଏବଂ ପାଖରେ ଥିବା ଷ୍ଟେସନକୁ ଯିବା ପାଇଁ ଲାଗୁଥିବା ଭଡ଼ା ମଧ୍ୟରେ ଥିବା ପାର୍ଥକ୍ୟ ଯେତିିକି,ସେତିକି ଟଙ୍କା ଦେବାକୁ ପଡ଼ିଥାଏ ।
୩.ପୋଷ୍ଟାଲ ଭ୍ୟାନ୍‌ରେ ଯାତ୍ରା କରିବା ପାଇଁ କେବଳ ରେଲେଓ୍ଵ ମେଲ୍‌ ସେବା କର୍ମଚାରୀଙ୍କୁ ମେଟାଲ ଟୋକନ ମିଳିଥାଏ । ଯଦି କେହି ଚେକିଂ ସମୟରେ ଏହି ଟୋକନ ଦେଖାଇ ପାରି ନଥାଏ,ତେବେ ମାମଲାର ତଦନ୍ତ ଦାୟିତ୍ୱ ଡ଼ିଭିଜିନାଲ କମର୍ସିଆଲ ସୁପରିଟେଣ୍ଡଣ୍ଟଙ୍କୁ ଦିଆ ଯାଇଥାଏ ।
୪.ନିୟମ ଅନୁସାରେ, ମହିଳା ବଗିରେ କେବଳ ମହିଳା ଟିଟିଇଙ୍କୁ ଟିକେଟ୍‌ ଯାଞ୍ଚ କରିବାର ଅଧିକାର ରହିଛି । ପୁରୁଷ ଟିଟିଇ ଏହି ବଗିକୁ ଯାଇ ଟିକେଟ ଚେକ୍‌ କରି ପାରିବେ ନାହିଁ । କିନ୍ତୁ ପ୍ଲାଟ୍‌ଫର୍ମରେ ପୁରୁଷ ଟିଟିଇ ମହିଳା ବଗିର ଯାତ୍ରୀମାନଙ୍କ ଟିକେଟ ଚେକ୍‌ କରି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe