ଚଳନ୍ତା ଟ୍ରେନ୍‌ରେ ସାମି-ସାମି ଗୀତରେ ନାଚି ଭାଇରାଲ୍‌ ହେଲେ ଯୁବତୀ

ଚଳନ୍ତା ଟ୍ରେନ୍‌ରେ ସାମି-ସାମି ଗୀତରେ ନାଚି ଭାଇରାଲ୍‌ ହେଲେ ଯୁବତୀ

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ ଆପଣ ଅନେକ ଭାଇରାଲ୍‌ ଭିଡିଓ ଦେଖିଥିବେ। ‌ସେଥିମଧ୍ୟରୁ ଅନେକ ନୃତ୍ୟ ଭିଡିଓ ଆପଣଙ୍କ ମନକୁ ଛୁଇଁଥିବ। ନିକଟରେ ଜଣେ ଯୁବତୀଙ୍କର ଏକ ନୃତ୍ୟ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଯୁବତୀ ଜଣକ ଚଳନ୍ତା ଟ୍ରେନ୍‌ରେ ସାମି-ସାମି ଗୀତରେ ଜବରଦସ୍ତ ନାଚୁଥିବାର ଆପଣ ଦେଖି ପାରୁଥିବେ।

ଯୁବତୀଙ୍କର ଏହି ଭାଇରାଲ୍‌ ଭିଡିଓକୁ ବହୁ ଗ୍ରହଣୀୟତା ମିଳିଛି। ଯୁବତୀ ଜଣକ ଟ୍ରେନରେ ନାଚୁଥିବା ବେଳେ ସେଠାରେ ଉପସ୍ଥିତ ଅନ୍ୟମାନେ ତାଙ୍କର ଭିଡିଓ କରୁଥିବାର ବି ଦେଖିବାକୁ ମିଳିଛି। ତାଙ୍କୁ ସମସ୍ତେ ‘ୱାଓ ୱାଓ’ କହି ପ୍ରଶଂସା କରୁଛନ୍ତି।

ପୁଷ୍ପାର ଏହି ଗୀତରେ ଯୁବତୀ ଜଣକ ଜବର୍‌ଦସ୍ତ ଠୁମ୍‌କା ଲଗାଉଥିବା ବେଳେ ତାଙ୍କ ଆତ୍ମବିଶ୍ବାସ ସମସ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଛି। ଏହି ଭିଡିଓଟିକୁ ଥରେ ଦେଖିବା ମାତ୍ରେ ଆପଣ ବାରମ୍ବାର ଦେଖିବାକୁ ବାଧ୍ୟ ହୋଇପଡ଼ିବେ।

ମିଳିଥିବା ସୂଚନା ମୁତାବକ, ନୃତ୍ୟ ପ୍ରଦର୍ଶନ କରୁଥିବା ଯୁବତୀଙ୍କ ନାମ କାଜଲ ସାହା। ସେ ପୂର୍ବରୁ ଅନେକ ଡ୍ୟାନ୍ସିଂ ରିୟଲିଟି ସୋ’ରେ ଅଂଶଗ୍ରହଣ କରି ସାରିଛନ୍ତି। ଭିଡିଓଟିକୁ ସୋସିଆଲ୍‌ ମିଡିଆରେ ଅନେକ ଭିୟୁ ମିଳିଛି।

ଭିଡିଓରେ କ୍ୟାପ୍‌ସନ୍‌ ଲେଖାଯାଇଛି, ‘ଟ୍ରେନ୍‌ ଭିତରେ ସାମି ସାମି’। ଏହି ଭିଡିଓକୁ ଏବେ ସୁଦ୍ଧା ୫ ଲକ୍ଷରୁ ଅଧିକ ଭିୟୁ ମିଳି ସାରିଲାଣି। ୩ ଲକ୍ଷ ପାଖାପାଖି ଏହି ଭିଡିଓରେ ଲାଇକ୍ସ ମିଳି ସାରିଲାଣି।

ଭିଡିଓକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହ‌ାରକାରୀ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି। କେହି କେହି ଯୁବତୀଙ୍କ ପ୍ରଂଶସା କରିଛନ୍ତି ତ କେହି କେହି ସମାଲୋଚନା ବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe