ଏନ୍‌ଭିଡିଆକୁ ଚ୍ୟାଲେଞ୍ଜ୍‌ କରିବ ସ୍ବଦେଶୀ ଚିପ୍‌

ବେଙ୍ଗାଲୁରୁର ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍‌)ର ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ସ୍ବଦେଶୀ ୨ ନାନୋମିଟର ଗ୍ରାଫିକ୍ସ ପ୍ରସେସିଂ ୟୁନିଟ୍ (ଜିପିୟୁ)ର ବିକାଶ କରାଯାଉଛି। ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇ ୨୦୩୦ ମସିହା ସୁଦ୍ଧା ସମାପ୍ତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

dvdvd

ବେଙ୍ଗାଲୁରୁର ସେଣ୍ଟର ଫର୍ ଡେଭଲପମେଣ୍ଟ୍ ଅଫ୍ ଆଡଭାନ୍ସଡ୍ କମ୍ପ୍ୟୁଟିଂ (ସି-ଡାକ୍‌)ର ବିଶେଷଜ୍ଞଙ୍କ ନେତୃତ୍ୱରେ ଏକ ସ୍ବଦେଶୀ ୨ ନାନୋମିଟର ଗ୍ରାଫିକ୍ସ ପ୍ରସେସିଂ ୟୁନିଟ୍ (ଜିପିୟୁ)ର ବିକାଶ କରାଯାଉଛି। ଏହି ପ୍ରକ୍ରିୟା ତ୍ବରାନ୍ବିତ ହୋଇ ୨୦୩୦ ମସିହା ସୁଦ୍ଧା ସମାପ୍ତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ପାଇଁ ୨୦ କୋଟି ଡଲାର ପାଣ୍ଠି ଆବଣ୍ଟିତ ହୋଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ଆଇଫୋନ୍‌ରେ ବ୍ୟବହୃତ ଆପଲ୍‌ର ଏ ସିରିଜ୍ ପ୍ରୋସେସର୍ ସବୁଠାରୁ ଉନ୍ନତ ୩ ନାନୋମିଟର ପ୍ରକ୍ରିୟାରେ ପ୍ରସ୍ତୁତ ହେଉଛି। ତେବେ ଜିପିୟୁ ବଜାରର ନେତୃତ୍ବ ନେଉଥିବା ଏନ୍‌ଭିଡିଆ ୨୦୨୮ ମସିହା ସୁଦ୍ଧା ୨ ନାନୋମିଟର ଜିପିୟୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖିଛି। ୨୦୩୦ ସୁଦ୍ଧା ଏହି ଚିପ୍‌ ଡାଟା ସେଣ୍ଟର ଓ ଏଆଇ ତାଲିମ କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥିର କରିବ। ତେବେ ଭାରତରେ ସମାନ ଆକାରର ନୂତନ ଜିପିୟୁ ମୂଳରୁ ପ୍ରସ୍ତୁତ କରିବାର ଲକ୍ଷ୍ୟ ରଖାଯାଇଛି।

ଡିଜାଇନ୍ ପର୍ଯ୍ୟାୟ ସମାପ୍ତ କରିବା ପରେ ସି-ଡାକ୍‌ ପ୍ରାୟ ୫୦ ପ୍ରତିଶତ କମ୍ ମୂଲ୍ୟରେ ୨ ନାନୋମିଟର ଜିପିୟୁର ବହୁଳ ଉତ୍ପାଦନ କରିବା ପାଇଁ ତାଇୱାନ୍ ସେମିକଣ୍ଡକ୍ଟର ମ୍ୟାନୁଫ୍ୟାକଚରିଂ କମ୍ପାନି(ଟିଏସ୍‌ଏମ୍‌ସି) ସହିତ ସହଭାଗୀ ହେବାକୁ ଯୋଜନା କରୁଛି। ଯଥେଷ୍ଟ ଚିପ୍ ଡିଜାଇନ୍ ପ୍ରତିଭା ସତ୍ତ୍ୱେ, ଭାରତ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଏଆଇ ହାର୍ଡୱେର ପାଇଁ ଇଣ୍ଟେଲ୍‌, ଏଏମ୍‌ଡି, କ୍ବାଲ୍‌କମ୍‌ ଓ ଏନ୍‌ଭିଡିଆ ପରି ଆମେରିକୀୟ ଯୋଗାଣକାରୀଙ୍କ ଉପରେ ନିର୍ଭର କରୁଛି। ତେଣୁ ବିଦେଶୀ ପ୍ରତିବନ୍ଧର ଆଶଙ୍କାକୁ ଦୃଷ୍ଟିରେ ରଖି ସି-ଡାକ୍‌ ଏହି ମହତ୍ତ୍ବାକାଂକ୍ଷୀ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe