କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର

Advertisment
କରୋନା ଟିକା ନେଲେ ୧୦% ଶସ୍ତାରେ ମିଳିବ ବିମାନ ଟିକେଟ, ଏହି ଏୟାରଲାଇନ୍ସ ଦେଲା ଅଫର

ନୂଆଦିଲ୍ଲୀ: ଶସ୍ତା ବିମାନ ଟିକେଟ ପାଇଁ ନେବାକୁ ହେବ କରୋନା ଟିକା। ଯଦି ଆପଣ ଆଗାମୀ ସପ୍ତାହରେ କିମ୍ବା ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ତେବେ ଶସ୍ତାରେ ବିମାନ ଟିକେଟ କାଟିବା ପାଇଁ କରୋନା ଟିକା ନିଅନ୍ତୁ। କରୋନା ମହାମାରୀ ଆରମ୍ଭ ହେବା ପରେ ଯାତାୟତ ଉପରେ କଟକଣା ଲାଗିଥିଲା। ଏବେ ଯାତାୟତ ସ୍ବଭାବିକ ହୋଇଥିଲେ ବି ଲୋକ ବିମାନରେ ଯାତ୍ରା କରିବାକୁ  କୁଣ୍ଠାବୋଧ କରୁଥିବା ଦେଖାଯାଉଛି। ତେବେ ଯାତ୍ରୀଙ୍କୁ ପୁଣି ଥରେ ଯାତ୍ରା କରିବା ପାଇଁ ଉତ୍ସାହିତ କରିବାକୁ ଏବେ ବିମାନ କମ୍ପାନି ଇଣ୍ଡିଗୋ ନୂଆ ଅଫର ଆଣିଛି। ଟିକା ନେଇଥିବା ଲୋକଙ୍କୁ ୧୦% ଶସ୍ତାରେ ଟିକେଟ ମିଳିବ ବୋଲି ଟ୍ବିଟ କରି କହିଛି ଇଣ୍ଡିଗୋ। କେବଳ ଗୋଟେ ଡୋଜ ନେଇଥିଲେ ବି ଯାତ୍ରୀ ଏହି ଅଫରର ଲାଭ ଉଠାଇପାରିବେ।

ଏହି ଅଫରର ଲାଭ ଉଠାଇବା ପାଇଁ ଟିକେଟ୍ ବୁକ୍ କରିବାବେଳେ ଯାତ୍ରୀଙ୍କୁ 'ଭ୍ୟାକ୍ସି ଫେୟାର' ବିକଳ୍ପ ବାଛିବାକୁ ପଡିବ। ଏହା ସହ ଏହି ଅଫରର ଲାଭ ଉଠାଇବା ପାଇଁ ୧୫ଦିନ ପରର ତାରିଖ ବାଛିବାକୁ ପଡ଼ିବ। କରୋନା ଅବଧିରେ ବିମାନ କମ୍ପାନିଗୁଡିକ ସର୍ବାଧିକ କ୍ଷତି ସହିଛନ୍ତି। ଏଭଳି ପରିସ୍ଥିତିରେ, ବର୍ତ୍ତମାନ କମ୍ପାନିଗୁଡିକ ଗ୍ରାହକଙ୍କୁ ବିଭିନ୍ନ ଅଫର ଦେଇ ପୁଣି ଥରେ ବିମାନରେ ଯାତ୍ରା କରିବାକୁ ଉତ୍ସାହିତ କରୁଛନ୍ତି। ଏହାପୂର୍ବରୁ, ଗୋ ଫାର୍ଷ୍ଟ ମଧ୍ୟ ଏଭଳି ସମାନ ଅଫର ଆଣିସାରିଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe