ବେଲଗାମକୁ ଇଣ୍ଡିଗୋ ଦେବ ସେବା, ସେପ୍ଟେମ୍ବର ୮ରୁ ଉଡାଣ ଆରମ୍ଭ

Advertisment
ମେ ୪ ପରେ ବିମାନ ସେବା ଆରମ୍ଭ କରିବ ଇଣ୍ଡିଗୋ

Zee News

ନୂଆଦିଲ୍ଲୀ: ବିମାନ କମ୍ପାନି ‘ଇଣ୍ଡିଗୋ’ ଦକ୍ଷିଣ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିପଡ଼ିଛି। କମ୍ପାନି ବୁଧବାର ଦକ୍ଷିଣ ଭାରତୀୟ ସହର ‘ବେଲଗାମ’କୁ ନିଜର ବିମାନ ସେବା ଯୋଗାଇବା ନେଇ ଘୋଷଣା କରିଛି। ଇଣ୍ଡିଗୋ ନିଜର ୫୮ତମ ଘରୋଇ ବିମାନ ସେବା ବେଙ୍ଗାଲୁରୁ-ବେଲଗାମ ରୁଟରେ ଚଳାଇବ। ଏହି କ୍ରମରେ କମ୍ପାନି ବେଙ୍ଗାଲୁରୁ-ବେଲଗାମ ଓ ବେଙ୍ଗାଲୁରୁ ମଦୁରାଇ ମଧ୍ୟରେ ୪ଟି ବିମାନ ଉଡାଇବ। ଏହି ରୁଟରେ ଯାତ୍ରା କରିବା ପାଇଁ ଗ୍ରାହକ ୨୦୫୯ ଟଙ୍କାରେ ବୁକିଂ କରିପାରିବେ।

ଏୟାରଲାଇନର ଚିଫ ଅପରେଟିଂ ଅଫିସର (ସିଓଓ) ଓ୍ଵିଲିୟମ୍‌ ବୋଲଟ୍‌ର କହିଛନ୍ତି, ବେଲଗାମ ବହୁ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳୀ। ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ କିଛି ସମୟ ବିତାଇବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ସେ କହିଛନ୍ତି, ଆଗାମୀ ଦିନରେ ଦକ୍ଷିଣ ଭାରତର ଅନ୍ୟ କିଛି ସହରକୁ ମଧ୍ୟ ଇଣ୍ଡିଗୋ ଉଡାନ ସେବା ଯୋଗାଇବ। ଏଥି ପାଇଁ ପ୍ରସ୍ତୁତ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe