ଦୁଇବର୍ଷ ଭିତରେ ଏହି ବାଳକ ଦେଇଛି ୨୦ଟି ଅଣ୍ଡା, ଜାଣନ୍ତୁ ପ୍ରକୃତ ଘଟଣାଟି କ’ଣ

ଦୁଇବର୍ଷ ଭିତରେ ଏହି ବାଳକ ଦେଇଛି ୨୦ଟି ଅଣ୍ଡା, ଜାଣନ୍ତୁ ପ୍ରକୃତ ଘଟଣାଟି କ’ଣ

ଆପଣ କୁକୁଡା, ପକ୍ଷୀ ଆଦି ବିଭିନ୍ନ ପକ୍ଷୀ ଓ ସନ୍ତ୍ୟପ୍ରାୟୀ ପ୍ରାଣୀ ଅଣ୍ଡା ଦେଉଥିବା କଥା ଶୁଣିଥିବେ। କିନ୍ତୁ କେବେ ଶୁଣିଛନ୍ତି ମନୁଷ୍ୟ ଅଣ୍ଡା ଦେବା କଥା। ଘଟଣାଟି ଅଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଜଣେ ୧୪ବର୍ଷର ବାଳକ ଅଣ୍ଡା ଦେବାର ଘଟଣା ସାମ୍ନାକୁ ଆସିଛି।

ଏହି ବାଳକ ଦୁଇବର୍ଷ ହେବ ଅଣ୍ଡା ଦେଇ ଆସୁଛି। ସେ କିଛିଦିନ ହେବ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ଡାକ୍ତର ଉକ୍ତ ବାଳକର ପରୀକ୍ଷା ନୀରିକ୍ଷା କରିବା ଆରମ୍ଭ କରି ଦେଇଛନ୍ତି। ବାଳକର ଅଣ୍ଡା ଦେବା ଘଟଣାକୁ ନେଇ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ...

publive-image

ଇଣ୍ଡୋନେସିଆରେ ବସବାସ କରୁଥିବା ୧୪ବର୍ଷିଅ ବାଳକ ଅକମଲ ଦୁଇବର୍ଷ ହେବ ଅଣ୍ଡା ଦେଇ ଆସୁଛି। କେବଳ ଏତିକି ନୁହେଁ ଅକମଲ ଡାକ୍ତରଙ୍କ ସାମ୍ନାରେ ଅଣ୍ଡା ଦେଉଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଅକମଲ ପରିବାରଙ୍କ ଦାବି ହେଉଛି, ତାଙ୍କ ପୁଅ ଦୁଇବର୍ଷ ମଧ୍ୟରେ ପାଖାପାଖି ୨୦ଟି ଅଣ୍ଡା ଦେଇସାରିଛି। ନିଜ ଆଖି ଆଗରେ ଅକମଲ ଅଣ୍ଡା ଦେଉଥିବା ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତରଙ୍କ କହିବାନୁସାରେ, ମନୁଷ୍ୟ ଶରୀରରେ ଅଣ୍ଡା ବନାଇବା ପ୍ରକ୍ରିୟା ଅସମ୍ଭବ। ଡାକ୍ତର ଅକମଲର ପେଟର ଏକ ଫଟୋ ମଧ୍ୟ ଉଠାଇଥିଲେ। ଯେଉଁଥିରେ ଅକମଲ ପେଟରେ ଅଣ୍ଡା ଥିବା କଥା ଜଣାପଡ଼ିଥିଲା। କିନ୍ତୁ ଡାକ୍ତର ଅଣ୍ଡା କିପରି ଅକମଲ ପେଟରେ ରହିଛି ତାହା ଏଯାବତ୍‌ ସ୍ପଷ୍ଟ କରି ପାରି ନାହାନ୍ତି।

ଅକମଲ ପିତାଙ୍କ କହିବାନୁସାରେ, ଆମେ ଯେତେବେଳେ ପ୍ରଥମ ଅଣ୍ଡାକୁ ଭାଙ୍ଗି ଦେଖିଥିଲୁ ତା’ଭିତର ଅଂଶ ସମ୍ପୂର୍ଣ୍ଣ ଭାବେ ହଳଦିଆ ରଙ୍ଗ ଥିଲା। ସେହିପରି ଦ୍ୱିତୀୟ ଅଣ୍ଡାକୁ ଭାଙ୍ଗିଲା ବେଳକୁ ସମ୍ପୂର୍ଣ୍ଣ ଭାବେ ଧଳା ରଙ୍ଗର ଥିଲା। ଏପରି ଅଣ୍ଡା ବାହାରୁଥିବା ଅଜବ ରୋଗ ପାଇଁ ଅକମଲ ସବୁବେଳେ ଚିନ୍ତାରେ ରହୁଛି।

କେତେକ ଲୋକ ଏହି ଘଟଣାକୁ ଦେଖି କହୁଛନ୍ତି, ଏହା ଏକ ପ୍ରକାର ଗୋପନୀୟ ଶୈଳୀ, ତ ଆଉ କେତେଜଣ କହୁଛନ୍ତି ଅକମଲ ପୂର୍ବରୁ ଶରୀର ଭିତରେ ଅଣ୍ଡା ରଖି ଦେଇ ଏପରି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe