ଧରାନପଡ଼ିବାକୁ ବର ବେଶରେ କରୁଥିଲେ ଚୋରି: ଗ୍ୟାଙ୍ଗ୍‌ରୁ ୩ ଜଣଙ୍କୁ ଧରିଲା ପୁଲିସ୍‌

ଧରାନପଡ଼ିବାକୁ ବର ବେଶରେ କରୁଥିଲେ ଚୋରି: ଗ୍ୟାଙ୍ଗ୍‌ରୁ ୩ ଜଣଙ୍କୁ ଧରିଲା ପୁଲିସ୍‌

ଭୋପାଳ: ମଧ୍ୟପ୍ରଦେଶର ଇନ୍ଦୋରର ଏରୋଡ୍ରମ୍‌ ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ଅନେକ ଚୋରି ମାମଲା ସାମ୍ନାକୁ ଆସୁଛି। ଅନେକ ଚୋରି ଘଟିବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଦେଇଥିଲା। ପୁଲିସ୍‌ ଦତନ୍ତ କରିବା ପରେ ଯେଉଁ ତଥ୍ୟ ଏବେ ସାମ୍ନାକୁ ଆସିଛି ତାହା ସଭିଙ୍କୁ ଚକିତ କରିଦେଇଛି। ଏରୋଡ୍ରମ୍‌ ପୁଲିସ୍‌ ତଦନ୍ତ କରି ଏକ ଗ୍ୟାାଙ୍ଗ୍‌ର ୩ ଜଣ ସଦସ୍ୟଙ୍କୁ ଧରିଛି। ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ବି ଥିବା ସୂଚନା ରହିଛି।

ପୁଲିସ୍‌ ସୂଚନା ଦେଇ କହିଛି ଯେ ବିବାହ ଋତୁ ଥିବା କାରଣରୁ ଚୋରମାନେ ଚୋରି କରିବାକୁ ଏକ ନୂଆ ପନ୍ଥା ଆପଣେଇଥିଲେ। ‌ସେମାନେ ବର ପିନ୍ଧୁଥିବା ସେରୱାନି ପିନ୍ଧି ଚୋରି କରୁଥିଲେ। ଫଳରେ ପୁଲିସ୍‌ ଧରିଲେ ସେ ବିବାହ ସାରି ଫେରୁଛନ୍ତି ବୋଲି କହି ଖସି ଯାଉଥିଲେ।

ଅଭିଯୋଗ ରହିଛି ଯେ ଗତ କିିଛି ଦିନ ମଧ୍ୟରେ ଏରୋଡ୍ରମ୍‌ ଥାନା ଅଞ୍ଚଳରୁ ଲଗାତର ୩ଟି ଚୋରି ମାମଲା ସାମ୍ନାକୁ ଆସିଥିଲା। ଏହି କାରଣରୁ ଡିସିପି ଆଦିତ୍ୟ ମିଶ୍ରା ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଘଟଣାର ତଦନ୍ତ ଦାୟିତ୍ବ ଦେଇଥି‌ଲେ। ଏହି ପୁଲିସ୍‌ ଟିମ୍‌ ଯେବେ ତଦନ୍ତ କଲେ ତ ଜାଣିବାକୁ ମିଳିଲା ଯେ ଗୋଟାଏ ହିଁ ସମୟରେ ୩ ଜଣଙ୍କ ‌ଘରୁ ଏକାସାଥୀରେ ଚୋରି ହୋଇଥିଲା। ‌ସେ ସମସ୍ତ ଜାଗାରୁ ଏହି ଗ୍ୟାଙ୍ଗ୍‌ର ଚୋରମାନେ ଚୋରି କରିଥିଲେ। ପୁଲିସ୍‌ ଏବେ ସିସିଟିଭି ଯାଞ୍ଚ୍‌ କରି ଜାଣିବାକୁ ପାଇଛି ଯେ କିଛି ଅଭିଯୁକ୍ତ ଡ୍ରଗ୍ସ କିଣିବା ପାଇଁ ଏପରି ଚୋରି କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe