‘ଭଡ଼ାସ କାଫେ’ : ଏଠି କ୍ରୋଧ ଶାନ୍ତ କରିବା ପାଇଁ ଭାଙ୍ଗି ପାରିବେ ଜିନିଷ

‘ଭଡ଼ାସ କାଫେ’ : ଏଠି କ୍ରୋଧ ଶାନ୍ତ କରିବା ପାଇଁ ଭାଙ୍ଗି ପାରିବେ ଜିନିଷ

rochakpost.com

ମଧ୍ୟପ୍ରଦେଶ : ସାଧାରଣତଃ ଲୋକଙ୍କୁ ରାଗ ଲାଗିଲେ ସେମାନେ ଚିତ୍କାର କରିଥାନ୍ତି, କାନ୍ଦିଥାନ୍ତି କିମ୍ବା ଅଧିକରୁ ଅଧିକ ରାଗିଲେ ଜିନିଷ ଭଙ୍ଗାଭାଙ୍ଗି କରିଥାନ୍ତି । ଏମିତି ମଧ୍ୟ କିଛି ବ୍ୟକ୍ତି ଅଛନ୍ତି ଯିଏ ନିଜ ରାଗକୁ ନିୟନ୍ତ୍ରଣ କରିପକାନ୍ତି କିନ୍ତୁ ଅଧିକାଂଶ ବ୍ୟକ୍ତି ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଯାହା ଦ୍ୱାରା ସେମାନେ ତାଙ୍କର ଘନିଷ୍ଠ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଅଘାତ ପହଞ୍ଚାଇଥାନ୍ତି । ବର୍ତ୍ତମାନ ଆପଣଙ୍କୁ ନିଜର ରାଗ ଶାନ୍ତ କରିବା ପାଇଁ ଅନ୍ୟ କାହାର ହୃଦୟ ଭାଙ୍ଗିବା ଦରକାର ନାହିଁ। କାରଣ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରସ୍ତୁତ କରାଯାଇଛି 'ଭଡ଼ାସ' ନାମକଏକ କାଫେ, ଯେଉଁଠାରେ ଆପଣ ଜିନିଷ ଭାଙ୍ଗି ନିଜର କ୍ରୋଧ ଶାନ୍ତ କରିପାରିବେ ।

publive-image rochakpost.com

ଭଡ଼ାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଚିନ୍ତାଗ୍ରସ୍ତ ଥିବା ଲୋକମାନଙ୍କର ସାହାଯ୍ୟ କରିବା । ଏଠାକୁ ଆସି ଲୋକ ମାନେ ମାଗଣାରେଜିନିଷ ଭାଙ୍ଗି ମନକୁ ଶାନ୍ତ କରିପାରିବେ । ଏବେ ପ୍ରତିଦିନ ଏହି କାଫେକୁ ବହୁ ସଂଖ୍ୟାରେ ଲୋକ ଆସୁଛନ୍ତି ଓ ନିଜର କ୍ରୋଧ ଶାନ୍ତ କରୁଛନ୍ତି। ଏହାକୁ ଏକ ବହୁତ ଭଲ କନସେପ୍ଟ ବୋଲି କହିଥାନ୍ତି ।ଏଠାକୁ ଆସି ଆମେ ଆମର ବୟଫ୍ରେଣ୍ଡ , ସ୍ୱାମୀ , ପ୍ରେମିକା , ପଡ଼ୋଶୀଙ୍କ ଉପରେ ଥିବା ମଧ୍ୟ ରାଗ ଶାନ୍ତ କରିପାରୁଛୁ, ବୋଲି କହିଛନ୍ତି ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ।

publive-image rochakpost.com

‘ମତେ ଆରମ୍ଭରୁ ହିଁ କିଛି ଅଲଗା କରିବା ପାଇଁ ଇଛା ଥିଲା । ଏମିତି ଥରେ ମୁଁ ଭାବିଲି ଦୁନିଆରେ ଏମିତି କେହି ନାହିଁ ଯାହାକୁ ରାଗ ଲାଗେନା । ସେହି କ୍ରୋଧକୁ ଶାନ୍ତ କରିବା ପାଇଁ କିଛି ସ୍ଥାନ ପ୍ରସ୍ତୁତ କରାଯାଇ ନାହିଁ । ପରେ ମୁଁ ‘ଭଡ଼ାସ’ କରିବା ପାଇଁ ଚିନ୍ତା କଲି," ବୋଲି କହିଛନ୍ତି ଭଡ଼ାସ କାଫେର ମାଲିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe