ସେନା ପାଇଁ ଭାରତୀୟ ବୈଜ୍ଞାନିକମାନେ ଉଦ୍ଭାବନ କଲେ ଦେଶର ପ୍ରଥମ ଆଣ୍ଟି ନ୍ୟୁକ୍ଲିୟର ମେଡ଼ିକାଲ କିଟ୍‌!

ସେନା ପାଇଁ ଭାରତୀୟ ବୈଜ୍ଞାନିକମାନେ ଉଦ୍ଭାବନ କଲେ ଦେଶର ପ୍ରଥମ ଆଣ୍ଟି ନ୍ୟୁକ୍ଲିୟର ମେଡ଼ିକାଲ କିଟ୍‌!

ଦେଶର ସୁରକ୍ଷା ପାଇଁ ପ୍ରତି ମୁହୂର୍ତ୍ତରେ ବିପଦର ସାମ୍ନା କରୁଥିବା ଭାରତୀୟ ସେନା ପାଇଁ ଅନେକ ଉପକରଣ ବିଦେଶରୁ କିଣିବାକୁ ପଡୁଛି। ତେବେ ପରମାଣୁ ଯୁଦ୍ଧରେ ଗୁରୁତର ଆହତ ହେଉଥିବା ସେନାଙ୍କ ଚିକିତ୍ସା ପାଇଁ ଏବେ ଭାରତୀୟ ବୈଜ୍ଞାନିକମାନେ ନୂଆ ଉଦ୍ଭାବନ କରିଛନ୍ତି। ସେମାନେ ଦେଶର ପ୍ରଥମ ଆଣ୍ଟି ନ୍ୟୁକ୍ଲିୟର ମେଡ଼ିକାଲ କିଟ୍‌ ପ୍ରସ୍ତୁତ କରିଛନ୍ତି। ପରମାଣୁ ଚିକିତ୍ସା ଓ ସହଯୋଗୀ ବିଜ୍ଞାନ ସଂସ୍ଥାନର ବୈଜ୍ଞାନିକମାନେ ମିଳିତ ଭାବେ ଏହି କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି କିଟକୁ ପରମାଣୁ ଯୁଦ୍ଧ ଓ ରେଡ଼ିଓଧର୍ମୀ ବିକରଣରେ ଗୁରୁତର ଆହତ ହୋଇଥିବା ସୈନିକଙ୍କର ଚିକିତ୍ସା ବ୍ୟବହାର କରାଯାଇପାରିବ।

publive-image

୨୦ ବର୍ଷର ଲଗାତାର ପ୍ରୟାସ ପରେ ବୈଜ୍ଞାନିକମାନେ ଏହି କିଟ୍‌ ପ୍ରସ୍ତୁତ କରିଛନ୍ତି । ଏହି କିଟରେ ପାଖାପାଖି ୨୫ଟି ସାମଗ୍ରୀ ଅଛି, ଯାହା ଅଲଗା ଅଲଗା ବ୍ୟବହାର କରାଯାଇପାରିବ। ଏଥିରେ ବିକିରଣର ପ୍ରଭାର କମ କରିବା ପାଇଁ ରେଡ଼ିଓ ପ୍ରୋଟେକ୍ଟ, ବ୍ୟାଣ୍ଡେଜ୍‌, ଔଷଧ, ମଲମ ଆଦି ସାମିଲ ଅଛି। ସ୍ୱଦେଶୀ ରୂପରେ ଏହି କିଟକୁ ପ୍ରଥମ ଥର ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ବୈଜ୍ଞାନିମାନେ ମତ ଦେଇଛନ୍ତି। ଏହାଦ୍ୱାରା ଖର୍ଚ୍ଚ କମିଯିବା ସହ ଦେଶକୁ ଅନେକ ସୁବିଧା ମିଳିବ।

ଏବେ ପର୍ଯ୍ୟନ୍ତ ଏହି କିଟକୁ ବିଦେଶରୁ କିଣାଯାଉଥିଲା। ଆମେରିକା ଓ ଋଷ ପରି ବିକଶିତ ଦେଶଗୁଡ଼ିକରୁ ଏହି କିଟ୍‌ କିଣାଯାଉଥିଲା। ତେବେ ସୂଚନା ଅନୁସାରେ ଏହି କିଟ୍‌ ଏବେ ପାଇଁ କେବଳ ଅର୍ଦ୍ଧସାମରିକ ବଳ ଓ ପୁଲିସ ପାଇଁ ତିଆରି କରାଯାଇଛି। ଯେଉଁମାନଙ୍କୁ ବିକରଣ ପାଇଁ ଅଧିକ ବିପଦ ଥାଏ। ଏହାର ବ୍ୟବହାର କୌଣସି ପରମାଣୁ କିମ୍ବା ରାସାୟନିକ ଆକ୍ରମଣ ସମୟରେ ଏବଂ ପରେ ହେଉଥିବା ସୁରକ୍ଷା ଅଭିଯାନ ସମୟରେ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe